ETV Bharat / bharat

ହାତରେ ସ୍ବାମୀଙ୍କ କଟା ମୁଣ୍ଡ ସହ ଥାନାରେ ପହଞ୍ଚିଲେ ସ୍ତ୍ରୀ

ଆସାମର ଲକ୍ଷ୍ମୀପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଯେଉଁଠି ସ୍ବାମୀର ଅତ୍ୟାଚାର ସହ୍ୟ ନକରି ପାରି ଜଣେ ମହିଳା ସ୍ବାମୀଙ୍କ ମୁଣ୍ଡ ଶରୀରରୁ ଅଲଗା କରି ଦେଇଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Jun 1, 2019, 12:38 AM IST

ଆସାମ: ଆସାମର ଲକ୍ଷ୍ମୀପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଯେଉଁଠି ସ୍ବାମୀର ଅତ୍ୟାଚାର ସହ୍ୟ ନକରି ପାରି ଜଣେ ମହିଳା ସ୍ବାମୀଙ୍କ ମୁଣ୍ଡ ଶରୀରରୁ ଅଲଗା କରି ଦେଇଛନ୍ତି । ସ୍ବାମୀଙ୍କ ହତ୍ୟା ପରେ ସେହି କଟା ମୁଣ୍ଡକୁ ନେଇ ପୋଲିସ ଷ୍ଟେସନରେ ପହଞ୍ଚିବା ସହ ନିଜ ଦୋଷକୁ ସ୍ବୀକାର କରିଛି ପତ୍ନୀ ।

ସୂଚନା ଅନୁଯାୟୀ, ଲକ୍ଷ୍ମୀପୁରରେ 55 ବର୍ଷୀୟ ମିଧିରାମ ନିଜ 48 ବର୍ଷୀୟ ପତ୍ନୀ ଗୁଣେଶ୍ବରୀଙ୍କ ସହ ରହୁଥିଲା । ପତ୍ନୀଙ୍କ କହିବା ଅନୁସାରେ, ସେ ପ୍ରତିଦିନ ତାଙ୍କୁ ମାଡପିଟ କରୁଥିଲା । ତେବେ ଏହାକୁ ଆଉ ସହ୍ୟ କରି ନପାରି ଏକ ଧାରୁଆ ହତିଆରରେ ସ୍ବାମୀର ମୁଣ୍ଡ କାଟିଥିଲା ସ୍ତ୍ରୀ ।

ସ୍ବାମୀର ହତ୍ୟା କରିବା ପରେ ଅଭିଯୁକ୍ତ ମହିଳା ଗୁଣେଶ୍ବରଙ୍କ ସେହି କଟା ମୁଣ୍ଡକୁ ଏକ ପଲିଥିନ୍‌ରେ ବାନ୍ଧି ପୋଲିସ ପାଖକୁ ନେଇଥିଲା । ତାଙ୍କ ହାତରେ ସେହି କଟା ମୁଣ୍ଡ ଦେଖି ପୋଲିସର ହୋସ୍ ଉଡି ଯାଇଥିଲା । ଏହାପରେ ମହିଳା ଜଣଙ୍କ ସବୁ କଥା ପୋଲିସ ଆଗରେ କହିଥିଲା ।

ମହିଳାଙ୍କ କହିବା ଅନୁସାରେ, ସେ ଆଗରୁ ମଧ୍ୟ ଅନେକ ଥର ତାକୁ ମାରିବାକୁ ଚେଷ୍ଟା କରିଥିଲା । ମାତ୍ର ସେଥିରେ ସେ ସଫଳ ହୋଇନଥିଲା । ସେ ଅନେକ ଥର ସ୍ବାମୀଠାରୁ ଅଲଗା ରହିବାକୁ ମଧ୍ୟ ଚେଷ୍ଟା କରିଥିଲା । ମାତ୍ର ନିଜ ପିଲାଙ୍କ ପାଇଁ ସେ ଏହା କରିବାକୁ ସଫଳ ହୋଇନଥିଲେ ।

ତେବେ ସମସ୍ତ ଘଟଣା ଶୁଣିବା ପରେ ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.