ଗୌହାଟି: ସାରା ଦେଶରେ ଲାଗିଛି ନାଗରିକତା ସଂଶୋଧନ ଆଇନକୁ ନେଇ ନିଆଁ । ଏହି ଆନ୍ଦୋଳନକୁ ନେଇ ଅଶାନ୍ତ ଭାରତ । ଏହି ସମୟରେ ଆସାମ ସରକାର ଅନୁଚ୍ଛେଦ 345ର ସଂଶୋଧନ ପାଇଁ କେନ୍ଦ୍ର ନିକଟରେ ଦାବି କରିଛନ୍ତି । ଏହାଦ୍ବାରା ଆସାମ ଏକ ରାଜ୍ୟ ଭାଷାରେ ପରିଣତ ଘୋଷିତ ହୋଇପାରିବ ।
ରାଜ୍ୟ ସରକାର କହିଛନ୍ତି, ନୂତନ ଆଇନ ତିଆରି କରି ମୂଳନିବାସୀଙ୍କ ଜମି ସଂରକ୍ଷଣ କରିବେ । ଏନେଇ ମତ ରଖିଛନ୍ତି ବିଜେପି ନେତା ହେମନ୍ତ ବିଶ୍ବ ଶର୍ମା । ବାରାକ ଘାଟି, ବଡୋଲ୍ୟାଣ୍ଡ, ଟେରିଟୋରିଆଲ ଏରିଆ ଏବଂ ପାହାଡି ଅଞ୍ଚଳରେ ଏହି ସଂଶୋଧିତ ଆଇନ ଲାଗୁ ହେବ ନାହିଁ । ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ରାଜ୍ୟର ସମସ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସହ ଅନ୍ୟ ବିଦ୍ୟାଳୟମାନଙ୍କରେ ଆସାମ ଭାଷାର ଏକ ବିଷୟ ଅର୍ନିବାଯ୍ୟ ହେବ ।
ଅନ୍ୟପଟେ ସିଏଏକୁ ନେଇ ଆସାମର ପରିଚୟକୁ କୌଣସି ବିପଦ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ । 2021ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ହେଉଛୁ। ଏହି ପ୍ରତିବାଦରେ ରାଜ୍ୟର କୌଣସି ପ୍ରକାର ସମସ୍ୟା ସୃଷ୍ଟି ହେବନାହିଁ ।