ETV Bharat / bharat

ଆସାମରେ ବାଡ ଭାଙ୍ଗୁଛି ବନ୍ୟାଜଳ, 56 ଜଣଙ୍କୁ ଉଦ୍ଧାର କଲେ NDRF ଟିମ୍

author img

By

Published : Jul 21, 2020, 10:10 AM IST

ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ସୋମବାର ଗୋଆଲପାରା ମାଟିଆର ବନ୍ୟା ପ୍ରଭାବିତ ଅଞ୍ଚଳରୁ 56 ଜଣଙ୍କୁ ସ୍ଥାନାନ୍ତର କରିଛି। ରାଜ୍ୟରେ ଗତ ତିନି ଦିନ ଧରି ଲଗାତାର ବର୍ଷା ହେତୁ ବ୍ରହ୍ମପୁତ୍ର ଏବଂ ଏହାର ଉପନଦୀ କୃଷ୍ଣାଇ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି।ନଦୀର ଜଳସ୍ତର ହାୱାର ଘାଟ ଗ୍ରାମରେ ସ୍ଥାନୀୟ ଲୋକଙ୍କ ଜୀବନକୁ ଗୁରୁତର ଭାବେ ପ୍ରଭାବିତ କରିଛି।

ଆସାମରେ ବାଡ ଭାଙ୍ଗୁଛି ବନ୍ୟାଜଳ, 56 ଜଣଙ୍କୁ ଉଦ୍ଧାର କଲେ NDRF ଟିମ୍
ଆସାମରେ ବାଡ ଭାଙ୍ଗୁଛି ବନ୍ୟାଜଳ, 56 ଜଣଙ୍କୁ ଉଦ୍ଧାର କଲେ NDRF ଟିମ୍

ଗୌହାଟୀ: ଆସାମରେ ଅସ୍ଥିର ବନ୍ୟାଜଳ। ତୁହାକୁ ତୁହା ବର୍ଷାରେ ବାଡ ଭାଙ୍ଗୁଛି ଜଳସ୍ତର। ଗତ କିଛି ସପ୍ତାହ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ବନ୍ୟାର ସମ୍ମୁଖୀନ ହେଲେଣି ଆସାମ ବାସୀ। ଜଳସ୍ତର ଟିକିଏ କମିବ କଣ ବର୍ଷାର ପ୍ରଭାବ, ପ୍ରକୃତିର ପ୍ରକୋପରେ ପୁଣି ଥରେ ଜଳରାଶି ତାଣ୍ଡବ ରଚୁଛି।

ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ସୋମବାର ଗୋଆଲପାରା ମାଟିଆର ବନ୍ୟା ପ୍ରଭାବିତ ଅଞ୍ଚଳରୁ 56 ଜଣଙ୍କୁ ସ୍ଥାନାନ୍ତର କରିଛି। ରାଜ୍ୟରେ ଗତ ତିନି ଦିନ ଧରି ଲଗାତାର ବର୍ଷା ହେତୁ ବ୍ରହ୍ମପୁତ୍ର ଏବଂ ଏହାର ଉପନଦୀ କୃଷ୍ଣାଇ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି। ନଦୀର ଜଳସ୍ତର ହାୱାର ଘାଟ ଗ୍ରାମରେ ସ୍ଥାନୀୟ ଲୋକଙ୍କ ଜୀବନକୁ ଗୁରୁତର ଭାବେ ପ୍ରଭାବିତ କରିଛି। ତେବେ ଏନଡିଆରଏଫ୍ ଟିମ୍ ବନ୍ୟା ପ୍ରଭାବିତ ଗ୍ରାମରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦେଇଛି।

  • The picturesque Kaziranga National Park and its wonderful inhabitants are struggling with fury of flood.

    I made an extensive visit of the Park to gauge the extent of damages, & have instructed officials to do the best we can. My compliments to the staff for their spirited work. pic.twitter.com/QehWCqPi63

    — Himanta Biswa Sarma (@himantabiswa) July 20, 2020 " class="align-text-top noRightClick twitterSection" data=" ">

ମହାମାରୀ ହେତୁ ମାସ୍କ ବଣ୍ଟନ, ବୁଡ଼ି ରହିଥିବା ଅଞ୍ଚଳରେ ସ୍କ୍ରିନିଂ ଏବଂ ଅନ୍ୟାନ୍ୟ ନିର୍ଦ୍ଦେଶାବଳୀରେ ଏହି ଟିମ୍ ଜିଲ୍ଲା ପ୍ରଶାସନକୁ ମଧ୍ୟ ସାହାଯ୍ୟ କରୁଛି। ଆସାମରେ ଜୋରହାଟ, ବଙ୍ଗାଇଗାଓଁ, କାମ୍ରୁପ ମେଟ୍ରୋ, ଧୁବ୍ରି, ବାରପେଟା, ଗୋଲପାରା, ଗୋଲାଘାଟ, କାଚର, ସିଭାସାଗର, ସୋନିଟପୁର, ଧମାଜୀ ଏବଂ ଟିନସୁକିଆ ସମେତ ଏନଡିଆରଏଫ ର ପ୍ରାୟ 12 ଟି ସର୍ଚ୍ଚ ଏବଂ ଉଦ୍ଧାରକାରୀ ଦଳ ଆସାମରେ ନିୟୋଜିତ ହୋଇଛନ୍ତି। ଏନଡିଆରଏଫ କଣ୍ଟ୍ରୋଲ ରୁମ ବନ୍ୟା ପ୍ରଭାବିତ ଅନ୍ୟ ଅଞ୍ଚଳରେ ମଧ୍ୟ ତୀକ୍ଷ୍ଣ ନଜର ରଖିଛି।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ର ବନ୍ୟା ପରିସ୍ଥିତି ରିପୋର୍ଟ ଅନୁଯାୟୀ ଆସାମରେ ବନ୍ୟା ପରିସ୍ଥିତି 24 ଟି ଜିଲ୍ଲାକୁ ପ୍ରଭାବିତ କରି 1,09,600.53 ହେକ୍ଟର ଫସଲ କ୍ଷେତ୍ରର କ୍ଷତି ଘଟାଇଛି। ରାଜ୍ୟରେ 24 ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଛି। ଏହାସହ ଜଳସ୍ତର ବୃଦ୍ଧି ସମୁଦାୟ 2,254 ଗାଁକୁ ପ୍ରଭାବିତ କରିଛି।

ରାଜ୍ୟରେ ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସରକାର 276 ଟି ରିଲିଫ କ୍ୟାମ୍ପ ଏବଂ 192 ଟି ରିଲିଫ ବଣ୍ଟନ କେନ୍ଦ୍ର ସ୍ଥାପନ କରିଛନ୍ତି।ରାଜ୍ୟରେ ବନ୍ୟା ଯୋଗୁଁ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପ୍ରାୟ 113 ପ୍ରାଣୀଙ୍କର ମୃତ୍ୟୁ ଘଟିଛି। ତେବେ କର୍ତ୍ତୃପକ୍ଷ 140 ପ୍ରାଣୀଙ୍କୁ ଉଦ୍ଧାର କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ସରର୍ବାନନ୍ଦ ସୋନୋୱାଲ ସୋମବାର ବିଳମ୍ବିତ ରାତିରେ ନାଲବାରୀ ଜିଲ୍ଲାର ପୋଖୁରା ଗ୍ରାମରେ ବୁରଦିଆ ନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଥିବା ଏକ ବନ୍ଧକୁ ଯାଞ୍ଚ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.