ETV Bharat / bharat

ଆସାମ ବନ୍ୟା ସ୍ଥିତି, 25 ଜିଲ୍ଲାର 13 ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ପ୍ରଭାବିତ - Assam floods affect 25 districts

ଆସାମରେ ବନ୍ୟା ସ୍ଥିତି ସଙ୍ଗୀନ । 25 ଜିଲ୍ଲାର 13 ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ । ମୃତ୍ୟୁ ସଂଖ୍ୟା ଛୁଇଁଲା 24 । ଅଧିକ ପଢନ୍ତୁ...

Assam floods affect 25 districts, 24 dead, several affected
ଆସାମରେ ବନ୍ୟା ସ୍ଥିତି ସଙ୍ଗୀନ, 25 ଜିଲ୍ଲାର 13 ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ
author img

By

Published : Jun 30, 2020, 11:29 AM IST

ଗୌହାଟୀ: ଆସାମରେ ଦିନକୁ ଦିନ ବନ୍ୟା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ବନ୍ୟା କାରଣରୁ ଆସାମରେ 25ଟି ଜିଲ୍ଲା ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ମୃତ୍ୟୁ ସଂଖ୍ୟା 24କୁ ବୃଦ୍ଧି ପାଇଥିବା ବେଳେ 13 ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟ କର୍ତ୍ତୃପକ୍ଷଙ୍କ ତଥ୍ୟ ଅନୁଯାୟୀ, 13,16,927 ଲୋକେ ପ୍ରଭାବିତ ହୋଇଛନ୍ତି । 273 ଟି ରିଲିଫ କ୍ୟାମ୍ପରେ 27,452 ଲୋକେ ଆଶ୍ରୟ ନେଇଛନ୍ତି । ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ ସମେତ ଉତ୍ତର-ପୂର୍ବ ଅଞ୍ଚଳରେ ଲଗାତାର ପ୍ରବଳ ବର୍ଷା ହେବାର ଲାଗିଛି ।

ବ୍ରହ୍ମପୁତ୍ର ସମେତ ଅଧିକାଂଶ ନଦୀ ଅନେକ ସ୍ଥାନରେ ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏନଡିଆରଏଫ ଓ ଜିଲ୍ଲା ପ୍ରଶାସନ ଦ୍ବାରା ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ପ୍ରଭାବିତ ହୋଇଥିବା ଗାଁ ଗୁଡିକରେ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.