ETV Bharat / bharat

ସୁଧୁରୁଛି ଆସାମର ବନ୍ୟା ସ୍ଥିତି, ମୃତ୍ୟୁସଂଖ୍ୟା 103କୁ ବୃଦ୍ଧି - ସୁଧୁରୁଛି ଆସାମର ବନ୍ୟା ସ୍ଥିତି

ଆସାମର ବନ୍ୟାରେ ଆସୁଛି ସୁଧାର । 22 ଜିଲ୍ଲାର 22.34 ଲକ୍ଷ ପ୍ରଭାବିତ । ଜଳବନ୍ଦୀରେ 2,026 ଗାଁ । 109,236 ହେକ୍ଟର ଚାଷ ଜମି ନଷ୍ଟ । ଅଧିକ ପଢନ୍ତୁ....

Assam Flood Situation Improves But Over 22 Lakh Still In Distress
ସୁଧୁରୁଛି ଆସାମର ବନ୍ୟା ସ୍ଥିତି :22 ଜିଲ୍ଲାର 22.34 ଲକ୍ଷ ପ୍ରଭାବିତ,ମୃତ୍ୟୁ ସଂଖ୍ୟା 103କୁ ବୃଦ୍ଧି
author img

By

Published : Jul 28, 2020, 7:03 AM IST

Updated : Jul 28, 2020, 2:05 PM IST

ଗୌହାଟୀ: ସୁଧୁରୁଛି ଆସାମର ବନ୍ୟା ପରିସ୍ଥିତି । 22 ଜିଲ୍ଲାର 22.34 ଲକ୍ଷ ପ୍ରଭାବିତ ହୋଇ ଥିବା ବେଳେ 2,026 ଗାଁ ଜଳବନ୍ଦୀ ହୋଇଛି । ମୃତ୍ୟୁ ସଂଖ୍ୟା 103କୁ ବୃଦ୍ଧି ପାଇଛି । ବନ୍ୟାରେ 109,236 ହେକ୍ଟର ଚାଷ ଜମି ନଷ୍ଟ ହୋଇ ହୋଇଛି । କାଜିରଙ୍ଗା ଜାତୀୟ ଉଦ୍ୟାନରେ 132 ବନ୍ୟଜନ୍ତୁ ପ୍ରାଣ ହରାଇଥିବା ବେଳେ 162ଜନ୍ତୁଙ୍କୁ ଉଦ୍ଧାର କରାଯାଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଥୋରିର୍ଟିଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ,ଜୁନ 1 ସୁଧା ଚଳିତ ବର୍ଷ ଆସାମରେ 15 ପ୍ରତିଶତ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ରାଜ୍ୟରେ 819.2 ମିଲି ମିଟର ବର୍ଷା ହେଉଥିବା ବେଳେ ଚଳିତ ଥର 944.7 ମିଲି ମିଟର ବର୍ଷା ହୋଇଥିବା ଆଇଏମଡି ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ପଶ୍ଚିମରେ ଥିବା 5 ଜିଲ୍ଲା ଗୋଲପାରା 462,084, ବାରପେଟା 381,008, ମୋରିଗାଓଁ 300,730, ଧୁବ୍ରି 254,929 ଓ ଦକ୍ଷିଣ ସଲମାରା 249,423 ଅଧିକ ପ୍ରଭାବିତ ହୋଇଛି ।

ସୁଧୁରୁଛି ଆସାମର ବନ୍ୟା ସ୍ଥିତି, ମୃତ୍ୟୁସଂଖ୍ୟା 103କୁ ବୃଦ୍ଧି

ସେପଟେ, 4ଟି ଜିଲ୍ଲାରେ ବ୍ରହ୍ମପୁତ୍ର ନଦୀ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ସେହିପରି, ଧାନସିରୀ, ଜିଆ ଭରଲୀ, କୋପିଲି ଓ ବେକି ନଦୀ ଚାରିଟି ଜିଲ୍ଲାର ଅନେକ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି | ଜିଲ୍ଲା ପ୍ରଶାସନ 22 ଟି ଜିଲ୍ଲାରେ ପ୍ରାୟ 432 ରିଲିଫ୍ କ୍ୟାମ୍ପ କରାଯାଇଛି । ଯେଉଁଠାରେ, 46,000 ଲୋକେ ଆଶ୍ରୟ ନେଇଛନ୍ତି।22 ଟି ଜିଲ୍ଲାର ଅନେକ ସ୍ଥାନରେ ରାସ୍ତା, ବନ୍ଧ, ବ୍ରିଜ୍, କଲଭର୍ଟ ଓ ଅନ୍ୟାନ୍ୟ ଭିତ୍ତିଭୂମି ଧୋଇ ହୋଇଯାଇଛି । ଏହାସହ ବନ୍ୟା ଯୋଗୁଁ ଶହ ଶହ ଘର କ୍ଷତିଗ୍ରସ୍ତ ହୋଇଛି । 16ଟି ଏନଡିଆରଏଫ ଟିମ୍ , ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଟିମ୍ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଜଳବନ୍ଦୀ ଅଞ୍ଚଳ ଗୁଡିକରେ ରିଲିଫ କାର୍ଯ୍ୟ ବଣ୍ଟନ କରାଯାଉଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jul 28, 2020, 2:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.