ETV Bharat / bharat

ଆସାମରେ ବନ୍ୟା ପରିସ୍ଥିତି ସଙ୍ଗୀନ, 68 ଛୁଇଁଲା ମୃତ୍ୟୁ ସଂଖ୍ୟା

author img

By

Published : Jul 16, 2020, 10:25 AM IST

ଆସାମରେ ସଙ୍ଗୀନ ହେବାରେ ଲାଗିଛି ବନ୍ୟା ପରିସ୍ଥିତି । ବନ୍ୟା ଫଳରେ ମୃତ୍ୟୁ ସଂଖ୍ୟା 68କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ଆସାମରେ ବନ୍ୟା ପରିସ୍ଥିତି ସଙ୍ଗୀନ, 68 ଛୁଇଁଲା ମୃତ୍ୟୁ ସଂଖ୍ୟା
ଆସାମରେ ବନ୍ୟା ପରିସ୍ଥିତି ସଙ୍ଗୀନ, 68 ଛୁଇଁଲା ମୃତ୍ୟୁ ସଂଖ୍ୟା

ଗୌହାଟୀ: ଆସାମରେ ସଙ୍ଗୀନ ହେବାରେ ଲାଗିଛି ବନ୍ୟା ପରିସ୍ଥିତି । ବନ୍ୟା ଫଳରେ ମୃତ୍ୟୁ ସଂଖ୍ୟା 68କୁ ବୃଦ୍ଧି ପାଇଛି । ବ୍ରହ୍ମପୁତ୍ର ଓ ତାର ଶାଖାନଦୀରେ ଆସିଥିବା ବନ୍ୟା ଫଳରେ ଏବେବି ପ୍ରଭାବିତ ହେଉଛନ୍ତି 26 ଜିଲ୍ଲାର ଲୋକେ । 26 ଜିଲ୍ଲାର 3376 ଗାଁର 35,73,564 ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି ।

ଗତ 4 ସପ୍ତାହ ଧରି ବନ୍ୟା ପରିସ୍ଥିତି ଗମ୍ଭୀର ଥିବାରୁ ବିଶେଷ କରି ବିଶ୍ବନାଥ, ଟିନସୁକିଆ, ଲାଖିମପୁର, ବଙ୍ଗାଇଗାଓଁ, କାମ୍ରୁପ, ଗୋଲାଘାଟ, ସିଭାସାଗର, ମୋରିଗାଓଁ, ଟିନୁସୁକିଆ, ଧୁବ୍ରି, ନାଗାଓଁ, ନାଲବାରୀ, ବାରପେଟାରେ 68 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

କେବଳ ମଣିଷ ମାନେ ନୁହଁନ୍ତି ଗୃହପାଳିତ ଓ ବନ୍ୟଜନ୍ତୁ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବନ୍ୟାରେ 20.11ଲକ୍ଷରୁ ଉର୍ଦ୍ଧ୍ବ ଗୃହପାଳିତ ପଶୁ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଅନ୍ୟପଟେ କାଜିରଙ୍ଗା ଜାତୀୟ ଉଦ୍ୟାନ 80 ପ୍ରତିଶତ ପାଣିରେ ବୁଡିଯାଇଛି । ଯାହାଫଳରେ ଏଥିରେ 66 ପଶୁଙ୍କର ମୃତ୍ୟୁ ହୋଇଥିବାବେଳେ, 170ଙ୍କୁ ଉଦ୍ଧାର କରାଯାଇଛି ।

ଶତାଧିକ ଘର ଭାଙ୍ଗିଯାଇଥିବାବେଳେ ଜିଲ୍ଲା ପ୍ରଶାସନ ଓ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାସହ ଲୋକଙ୍କୁ ରିଲିଫ ମଧ୍ୟ ବଣ୍ଟାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.