ETV Bharat / bharat

'ସିଏଏ ଆସାମର ସମ୍ମାନକୁ ପ୍ରଭାବିତ କରିବ ନାହିଁ ' - 9 ଦିନ ପରେ ଆସାମରେ କୋହଳ ହେଲା ଇଣ୍ଟରନେଟ ସେବା

ଦୀର୍ଘ 9 ଦିନ ପରେ ଆସାମରେ ଇଣ୍ଟରନେଟ ସେବା କୋହଳ ହୋଇଛି। ସେପଟେ ସଂଶୋଧିତ ନାଗରିକତା ଆଇନକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ।

assam CM
ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Dec 20, 2019, 11:06 AM IST

Updated : Dec 20, 2019, 1:03 PM IST

ଗୌହାଟୀ: ସଂଶୋଧିତ ନାଗରିକତା ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ଜାରିରହିଛି। ଉତ୍ତର-ପୂର୍ବ ରାଜ୍ୟରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନ ଏବେ ଦିଲ୍ଲୀ, ବିହାର ଏବଂ କର୍ଣ୍ଣାଟକ ପର୍ଯ୍ୟନ୍ତ ପହଞ୍ଚିଛି। ସେପଟେ ଆସାମରେ ଏହି ପ୍ରଦର୍ଶନ ଶାନ୍ତ ପଡୁଥିବା ଦେଖିବାକୁ ମିଳୁଛି। ତେବେ ଏହି ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ । ଆସାମ ମାଟିର ସନ୍ତାନମାନଙ୍କର ଅଧିକାରକୁ କେହି ଚୋରାଇ ନେଇ ପାରିବେ ନାହିଁ। ଆମ ଭାଷା କିମ୍ବା ଆମ ପରିଚିତି ପ୍ରତି ମଧ୍ୟ କୌଣସି ବିପଦ ନାହିଁ ବୋଲି ଆସାମଲୋକଙ୍କୁ ଆଶ୍ବାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି,‘ କିଛି ଲୋକଙ୍କ ଭ୍ରମିତ ଏବଂ ଭୁଲ ସୂଚନା ପାଇଁ ପ୍ରଦର୍ଶନ ତୀବ୍ର ହେଉଛି। ଏହି ଲୋକ ସମାଜର ପରମ ଶତ୍ରୁ। ଅସମିୟା ଭାଷାକୁ ସର୍ବଦା ରାଜ୍ୟର ପ୍ରମୁଖ ଭାଷା ଭାବରେ ସଂରକ୍ଷିତ ରଖାଯିବ।’ ନାଗରିକତା ସଂଶୋଧନ ଆଇନ(ସିଏଏ) ଦ୍ବାରା ଆସାମର ସମ୍ମାନ ପ୍ରଭାବିତ ହେବନାହିଁ। ରାଜ୍ୟ ସରକାର ସର୍ବଦା ରାଜ୍ୟବାସୀଙ୍କ ସମର୍ଥନରେ ରହିବେ ଏବଂ ଶାନ୍ତିର ସହ ଆଗକୁ ବଢିବେ ବୋଲି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେପଟେ ଦୀର୍ଘ 9 ଦିନ ପରେ ଆସାମରେ ଇଣ୍ଟରନେଟ ସେବା କୋହଳ ହୋଇଛି। ଉତ୍ତର-ପୂର୍ବ ରାଜ୍ୟ ଆସାମରେ ନାଗରିକତ୍ବ ସଂଶୋଧନ ଆଇନ(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ନେଇ ଜନଆକ୍ରୋଶ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଗତ 9 ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଇଣ୍ଟରନେଟ ସେବା ଉପରେ କଟକଣା ଲଗାଯାଇଥିଲା।

Intro:Body:

Internet services restored in Assam after 9 days

------------------------------------------------------

The Assam government restored internet services after 9 days on December, 20th. 

Mobile Internet restored at 9 A.M. 

The ban on the internet was imposed on 11th December in 10 districts after violent protests against CAA. 

The Guwahati High court ordered Assam government to restore internet from Thursday. 

Conclusion:
Last Updated : Dec 20, 2019, 1:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.