ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ପଶୁପାଳନ ଏବଂ ପ୍ରାଣୀ ଚିକିତ୍ସା ବିଭାଗକୁ ରାଜ୍ୟରେ ସ୍ବାଇନ ଫ୍ଲୁ ମାମଲାର ତଦନ୍ତ କରିବାକୁ ଏବଂ ଶୀଘ୍ର ଏହାର ପ୍ରତିକାର ପାଇଁ କହିଛନ୍ତି ।
ବିଭାଗର ବରିଷ୍ଠ ଅଧିକାରୀ ତଥା ବୈଜ୍ଞାନିକମାନଙ୍କ ସହ ଏକ ବୈଠକ ବେଳେ ସୋନୋୱାଲ ପ୍ରଭାବିତ ଘୁଷୁରିର ନମୁନାକୁ ଭୋପାଳର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇ ସିକ୍ୟୁରିଟି ପଶୁ ରୋଗ (NIHSAD) କୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ସୂଚନାନୁଯାୟୀ, ସ୍ୱାଇନ୍ ଫ୍ଲୁ ଚଳିତ ବର୍ଷ ରାଜ୍ୟର କିଛି ଅଞ୍ଚଳରେ ଆକ୍ରାନ୍ତ ହୋଇଛି । ଏପଟେ ମହାମାରୀ ନେଇ ସାରା ବିଶ୍ବ ଚିନ୍ତିତ ଥିବା ବେଳେ କୌଣସି ବି ଜିନିଷକୁ ଅଣଦେଖା କରାଯାଉ ନାହିଁ । ଆସାମରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଅପେକ୍ଷାକୃତ କମ ରହିଛି ।
ସେପଟେ ସରକାର ଆସାମରେ ଘୁଷୁରି ମାଂସ ବିକ୍ରି ଏବଂ ବଣ୍ଟନ ଉପରେ ପ୍ରତିବନ୍ଧକ ଲଗାଯାଇଛି ବୋଲି କୃଷି ମନ୍ତ୍ରୀ ଅତୁଲ ବୋରା କହିଛନ୍ତି ।