ଗୌହାଟୀ: ଦୁଇ ସପ୍ତାହ ପାଇଁ ଆସାମରେ ଲକଡାଉନ । କୋରୋନା ଆକ୍ରାନ୍ତଙ୍କ ବୃଦ୍ଧିକୁ ଦୃଷ୍ଟିରେ ରଖି ଆସାମର ଗୌହାଟିରେ ଦୁଇ ସପ୍ତାହ ଲକଡାଉନ ଲାଗୁ କରାଯାଇଛି । ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା । ଜୁନ 28 ମଧ୍ୟରାତ୍ରିରୁ ଲକଡାଉନ ଲାଗୁ କରାଯିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ।
ଏହି ଦୁଇ ସପ୍ତାହ ଲକଡାଉନ ସମୟରେ ଏଠାରେ ସମସ୍ତ ମେଡିକାଲ ଷ୍ଟୋର ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସହରାଞ୍ଚଳରେ ସପ୍ତାହର ଶନିବାର ଏବଂ ରବିବାରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲକଡାଉନ ନିୟମକୁ କଡାକଡି ପାଳନ କରାଯିବ । ପରବର୍ତ୍ତୀ ନିର୍ଦ୍ଦେଶ ନି ମିଳିବା ଯାଇଁ ସପ୍ତାହର ଏହି 2 ଦିନ ଲକଡାଉନ ବଳବତ୍ତର ରହିବ ।
ପ୍ରକାଶ ଥାଉକି, ଆସାମରେ ବର୍ତ୍ତମାନ 6646 ଆକ୍ରାନ୍ତ ଥିବାବେଳେ 9 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।