ETV Bharat / bharat

ଭୋଟ ଦେବେ 116 ବର୍ଷୀୟ ଭୋଟର

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଆସାମର କରିମାଗଞ୍ଜର ଜଣେ 116 ବର୍ଷୀୟ ବ୍ୟକ୍ତି ଭୋଟ ଦେବାକୁ ଯାଉଛନ୍ତି। ତେବେ ଏହି ବୟସ୍କ ଭୋଟର ହେଲେ ମହମ୍ମୁଦ ଅଲ୍ଲୀ। ସେ ଜଣେ ସ୍ବାଧୀନତା ସଂଗ୍ରାମୀ।

author img

By

Published : Apr 17, 2019, 11:33 AM IST

ଫାଇଲ ଫଟୋ

ଆସାମ: ମତଦାନ ପ୍ରତ୍ୟେକ ଭାରତୀୟ ନାଗରିକଙ୍କ କର୍ତ୍ତବ୍ୟ। ଏହି ଅଧିକାରରୁ କେହି ବଞ୍ଚିତ ରହିବା ଉଚିତ୍ ନୁହେଁ । ତେବେ ଚଳିତ ବର୍ଷ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଆରମ୍ଭ ହୋଇଯାଇଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ।

ଏହି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଆସାମର କରିମାଗଞ୍ଜର ଜଣେ 116 ବର୍ଷୀୟ ବ୍ୟକ୍ତି ଭୋଟ ଦେବାକୁ ଯାଉଛନ୍ତି। ତେବେ ଏହି ବୟସ୍କ ଭୋଟରଙ୍କ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ବର୍ତ୍ତମାନ ସମୟରେ ଜଣେ ବ୍ୟକ୍ତିର ବୟସ ସୀମା 70 ବର୍ଷ ହେଉଥିବା ବେଳେ ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କୁ ଭୋଟ ଦାନ ସବୁଠି ଚର୍ଚ୍ଚାର ବିଷୟ।

ମିଳିଥିବା ସୂଚନା ଅନୁସାରେ ଭୋଟର ମହମ୍ମୁଦ ଅଲ୍ଲୀ ଜଣେ ସ୍ବାଧୀନତା ସଂଗ୍ରାମୀ। ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଅଲ୍ଲୀ କହିଛନ୍ତି'' ମୁଁ ନିଶ୍ଚୟ ମୋ ଅଧିକାରକୁ ସାବ୍ୟସ୍ତ କରିବି। ଏହାସହ ସମସ୍ତ ଯୁବ ଭୋଟରମାନଙ୍କୁ ମୁଁ ଅନୁରୋଧ କରୁଛି ସମସ୍ତେ ନିଜ ଅଧିକାର ସାବ୍ୟସ୍ତ କରନ୍ତୁ । ବର୍ତ୍ତମାନ ପରିସ୍ଥିତିରେ ଦେଶରେ ବହୁତ କିଛି ପରିବର୍ତ୍ତନ ହୋଇଥିଲେ ମଧ୍ୟ ଆଉ କିଛି ପରିବର୍ତ୍ତନ ହେବାର ଅଛି। ଏପରିକି ସ୍ବାଧୀନତା ପରେ ଅନେକ ଲୋକ ଭୋକରେ ପ୍ରାଣ ହରାଉଛନ୍ତି , କିନ୍ତୁ ଏବେ ଯୁଗ ବଦଳୁଛି । ତେବେ କରିମଗଞ୍ଜ ବିଧାନସଭା ଆସନରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ 18ରେ ଅନୁଷ୍ଠିତ ହେବାକୁ ଯାଉଛି।

Intro:Body:

gfgf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.