ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଅସରଫ ମିର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡିପି)ରୁ ଇସ୍ତଫା ଦେଇଛନ୍ତି । ପିଡିପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ଅସରଫ । ପୂର୍ବରୁ ପିଡିପି ନେତା ଅଲତଫ ବୁଖାରୀ ରବିବାର 'ଅପନି ପାର୍ଟି' ନାଁରେ ନୂଆ ଦଳ ଗଠନ କରିବେ ବୋଲି ଘୋଷଣା କରିସାରିଛନ୍ତି । ତେବେ ପିଡିପିରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ଅସରଫ ମିର ବୁଖାରୀଙ୍କ ନୂଆ ଦଳରେ ଯୋଗଦେବେ କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ଅଲତଫ ବୁଖାରୀ ସର୍ବସମ୍ମତି କ୍ରମେ ଅପନି ପାର୍ଟିର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଏହି ଦଳ ରବିବାର ଲଞ୍ଚ ହେବ। ପୂର୍ବତନ ବିଧାୟକ ଗୁଲାମ ହାସନ ମୀର ଏବଂ ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ବକାୟାଙ୍କ ସହ 30ରୁ ଅଧିକ ପୂର୍ବତନ ବିଧାୟକ ବୁଖାରୀଙ୍କ ପାର୍ଟିରେ ଯୋଗଦେବେ ।