ETV Bharat / bharat

ଆଶ୍ରୟସ୍ଥଳୀରେ ଗୀତଗାଇ ଶ୍ରମିକଙ୍କୁ ଉତ୍ସାହିତ କଲା ଦିଲ୍ଲୀ ପୋଲିସ

author img

By

Published : Apr 26, 2020, 11:12 AM IST

ଆଶ୍ରୟସ୍ଥଳୀରେ ରହୁଥିବା ପ୍ରବାସୀ ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ଦିଲ୍ଲୀର ପୋଲିସ ଏସଆଇ ଚନ୍ଦ୍ରାଣ ଗୀତ ଗାଇଛନ୍ତି । ତେବେ ସବୁ ଆଡୁ ପ୍ରଶଂସା ସାଉଁଟୁଥିବା ଏହି ଭିଡିଓଟିକୁ ଦିଲ୍ଲୀ ଡିସିପି ନିଜ ଟ୍ବିଟ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି।

asi-chandran-sang-for-the-migrant-labour
ପେଟର ଭୋକ ବୁଝିବା ସହ ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ଗୀତ ଗାଉଛି ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଆଶ୍ରୟସ୍ଥଳୀରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ମନଜିଣିବାକୁ ଦିଲ୍ଲୀ ପୋଲିସର ଅଭିନବ ଉପାୟ। ଲକଡାଉନରେ ବିଭିନ୍ନ ସ୍ଥାନରେ ଫଶି ରହିଥିବା ଏହି ଶ୍ରମିକଙ୍କ ଦୁଃଖ କହିଲେ ନସରେ। ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇ ଏମାନେ କାଳାତିପାତ କରୁଛନ୍ତି।

ତେବେ ଘର ବାହୁଡା ଦେବାକୁ ଅଡି ବସିଥିବା ଏହି ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ଦିଲ୍ଲୀର ପୋଲିସ ଏସଆଇ ଚନ୍ଦ୍ରାଣ ଗୀତ ଗାଇଛନ୍ତି । ତେବେ ସବୁ ଆଡୁ ପ୍ରଶଂସା ସାଉଁଟୁଥିବା ଏହି ଭିଡିଓଟିକୁ ଦିଲ୍ଲୀ ଡିସିପି ନିଜ ଟ୍ବିଟ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି।

ଏହି ଭିଡିଓଟି ଦିଲ୍ଲୀ ସିଭିଲ୍ ଲାଇନ୍ସ ଲଡ୍ଲୋ ଦୁର୍ଗର ଅଟେ ଯେଉଁଠାରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଅସ୍ଥାୟୀ ରହିବାର ବ୍ୟବସ୍ଥା କରାଯାଇଛି। ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ପୋଲିସ ଏହି ସ୍ଥାନରେ ରହୁଥିବା ଶ୍ରମିକମାନଙ୍କ ପାଖକୁ ଯାଇ ସେମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଆବଶ୍ୟକତା ବିଷୟରେ କଥାବାର୍ତ୍ତା କରିଥିଲା।

କେବଳ ଏତିକି ନୁହେଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଏହି ଅସ୍ଥାୟୀ ଶ୍ରମିକଙ୍କ ପାଇଁ ଅନେକ ସହାୟତା ଅଭିଯାନ ମଧ୍ୟ ଚାଲିଛି। ଯେଉଁଥିରେ ଗରିବ ଶ୍ରମିକ, ବାସହୀନ ଏବଂ ଦିନ ମଜୁରିଆଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି।

ତେବେ ନିକଟରେ ଦିଲ୍ଲୀ ପୋଲିସ ଗରିବ ଲୋକଙ୍କୁ 50 ଲକ୍ଷ ଖାଦ୍ୟ ପ୍ୟାକେଟ ବଣ୍ଟନ କରିଥିଲା। ତେଣୁ ବର୍ତ୍ତମାନର ଘଡିସନ୍ଧି ମୁହୁର୍ତ୍ତରେ ଆଗଧାଡିରେ ରହି ନିଜ କର୍ତ୍ତବ୍ୟ କରିବା ସହ ଭୋକିଲାଙ୍କ ପେଟ କଥା ବୁଝୁଥିବା ପୋଲିସଙ୍କୁ ସମସ୍ତେ ସାଲ୍ୟୁଟ କରୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.