ETV Bharat / bharat

ଲଭ ଜିହାଦକୁ ନେଇ ବିଜେପି ଉପରେ ବର୍ଷିଲେ ଓୱେସୀ - owaisi targets bjp

ଲଭ ଜିହାଦ ଆଇନକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦିନ ଓୱେସୀ। ବିଜେପି ଶାସିତ ରାଜ୍ୟଗୁଡ଼ିକ ସମ୍ବିଧାନର ମଜା ଉଡ଼ାଉଛନ୍ତି ବୋଲି କହିଛନ୍ତି ଓୱେସୀ। ଅଧିକ ପଢ଼ନ୍ତୁ...

asaduddin owaisi targets bjp regarding love jihad law
ଲଭ ଜିହାଦକୁ ନେଇ ବିଜେପି ଉପରେ ବର୍ଷିଲେ ଓୱେସୀ
author img

By

Published : Dec 29, 2020, 6:42 PM IST

ହାଇଦ୍ରାବାଦ: ଲଭ ଜିହାଦ ଆଇନକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦିନ ଓୱେସୀ। ବିଜେପି ଶାସିତ ରାଜ୍ୟଗୁଡ଼ିକ ସମ୍ବିଧାନର ମଜା ଉଡ଼ାଉଛନ୍ତି। ସମ୍ବିଧାନରେ ଲଭ ଜିହାଦକୁ ନେଇ କୌଣସି ନିୟମ ନାହିଁ। ମଙ୍ଗଳବାର ଏକ ସାକ୍ଷାତକାରରେ ଏଭଳି କହି ବିଜେପିକୁ ଘେରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦିନ ଓୱେସୀ।

ସାମ୍ବାଦିକ ସମ୍ମଳନୀରେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦିନ ଓୱେସୀ କହିଛନ୍ତି ଯେ, "ଭାରତ ସମ୍ବିଧାନରେ ଲଭ ଜିହାଦକୁ ନେଇ କୌଣସି ନିୟମ ନାହିଁ। ବିଜେପି ଶାସିତ ରାଜ୍ୟଗୁଡ଼ିକ ଏଭଳି ନିୟମ ଆଣି ସମ୍ବିଧାନର ମଜା ଉଡ଼ାଉଛନ୍ତି। ଯଦି କିଛି ନିୟମ କରିବାର ଅଛି ତାହେଲେ ଏମଏସପି ଓ ଯୁବଗୋଷ୍ଠୀଙ୍କୁ କିଭଳି ରୋଜଗାର ଯୋଗାଇ ହେବ ତାହା ଚିନ୍ତା କରୁ ବିଜେପି।"

ଉତ୍ତରପ୍ରଦେଶ, ହରିୟାଣା ପରେ ମଧ୍ୟପ୍ରଦେଶର ମଧ୍ୟ ଲଭ ଜିହାଦକୁ ନେଇ ସ୍ବତନ୍ତ୍ର ଆଇନ ପାରିତ ହୋଇଛି। ବହୁ ବିଜେପି ଶାସିତ ରାଜ୍ୟରେ ଲଭ ଜିହାଦକୁ ନେଇ ସ୍ବତନ୍ତ୍ର ଆଇନ ପ୍ରଣୟନ ହୋଇ ସାରିଛି। ଏହାକୁ ନେଇ ଆଜି(ମଙ୍ଗଳବାର) ବିଜେପିକୁ ଟାର୍ଗେଟ କରିଛନ୍ତି ଅସାଦୁଦିନ ଓୱେସୀ। ଏଭଳି ନିୟମ କରି ଲୋକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଛି। କୌଣସି ନାଗରିକଙ୍କ ବ୍ୟକ୍ତିଗତ ମାମଲାରେ କେହି ହସ୍ତଗତ କରିପାରିବେ ନାହିଁ ବୋଲି ସେ କହିଛନ୍ତି ।

ବିଭିନ୍ନ ସମୟରେ ନ୍ୟାୟାଳୟ କହିଛନ୍ତି ଯେ, ସମ୍ବିଧାନର ଅନୁଚ୍ଛେଦ 21, 14 ଓ 25 ଅନୁଯାୟୀ କୌଣସି ସରକାର କୌଣସି ନାଗରିକଙ୍କ ବ୍ୟକ୍ତିଗତ ମାମଲାରେ ହସ୍ତକ୍ଷେପ କରି ପାରିବେ ନାହିଁ। କିନ୍ତୁ ବିଜେପି ଏହାର ଖୋଲାଖୋଲି ଭାବରେ ଉଲ୍ଲଂଘନ କରିବା ସହ ନାଗରିକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଛି ବୋଲି ଅଭିଯୋଗ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦିନ ଓୱେସୀ ।

@ani

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.