ETV Bharat / bharat

ପ୍ରଶ୍ନକାଳକୁ ନେଇ ବିବାଦ, ଡିଭିଜନ ଦାବି କଲେ ଓୱେସୀ

author img

By

Published : Sep 14, 2020, 12:36 PM IST

କୋରୋନା ଭାଇରସ ସଙ୍କଟ ମଧ୍ୟରେ ସୋମବାର ସଂସଦ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀ ସଂସଦରେ ପ୍ରଶ୍ନକାଳ ସ୍ଥଗିତ ରଖିବା ପ୍ରସଙ୍ଗ ଉଠାଇଲେ ।

ଡିଭିଜନ ଦାବି କଲେ ଓୱେସୀ
ଡିଭିଜନ ଦାବି କଲେ ଓୱେସୀ

ନୂଆଦିଲ୍ଲୀ:କୋରୋନା ଭାଇରସ ସଙ୍କଟ ମଧ୍ୟରେ ସୋମବାର ସଂସଦ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀ ସଂସଦରେ ପ୍ରଶ୍ନକାଳ ସ୍ଥଗିତ ରଖିବା ପ୍ରସଙ୍ଗ ଉଠାଇଲେ । ଏହି ସମୟରେ ଏଆଇଏମ୍ଆଇଏମ୍ ସାଂସଦ ଅସାଦୁଦ୍ଦିନ ଓୱେସୀ ପ୍ରଶ୍ନ କରିଛନ୍ତି ଯେ, ପ୍ରଶ୍ନକାଳ ସ୍ଥଗିତ ରଖିବା ସଂସଦୀୟ ବ୍ୟବସ୍ଥା ପ୍ରତି ବିପଦ। ଓୱେସୀ ଏହି ପ୍ରସଙ୍ଗରେ ଡିଭିଜନ୍ ଦାବି କରିଥିଲେ।

ଅସାଦୁଦ୍ଦିନ ଓୱେସୀ କହିଛନ୍ତି ଯେ, ପ୍ରଶ୍ନକାଳ ଏବଂ ବ୍ୟକ୍ତିଗତ ସଦସ୍ୟ ବିଲର ଛାଡ୍ ଭୁଲ । ଏହା ସଂସଦୀୟ ବ୍ୟବସ୍ଥା ପାଇଁ ଲଜ୍ଜାଜନକ। ବାଚସ୍ପତି ଓମ ବିର୍ଲା ଓୱେସୀ ଦ୍ବାରା ଡିଭିଜନ୍ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅଧିବେଶନ ଆରମ୍ଭରେ ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୃହରେ ପ୍ରସ୍ତାବ ଦେଇଥିଲେ ଯେ ପ୍ରଶ୍ନକାଳ ସ୍ଥଗିତ ରଖାଯାଉ । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏହାକୁ ବିରୋଧ କରିଥିଲେ । ସେ କହିଛନ୍ତି ଯେ ପ୍ରଶ୍ନକାଳ ସାଂସଦଙ୍କ ଅଧିକାର। ଏଭଳି ପରିସ୍ଥିତିରେ ସରକାର ସାଧାରଣ ଲୋକଙ୍କ ପ୍ରତି ଦାୟିତ୍ବକୁ ପ୍ରତ୍ୟାଖାନ କରୁଛନ୍ତି ।

ସରକାର ପ୍ରଶ୍ନକାଳକୁ ସ୍ଥଗିତ ରଖିବା ଉଚିତ୍ ନୁହେଁ। କଂଗ୍ରେସ ବ୍ୟତୀତ ଏଆଇଏମ୍ଆଇଏମ୍, ଟିଏମସି ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ନିନ୍ଦା କରିଛି। ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଦେଇ କହିଛନ୍ତି ଯେ ସଂସଦ ଆରମ୍ଭ ପୂର୍ବରୁ ସେ ସମସ୍ତ ଦଳର ନେତାଙ୍କ ସହ କଥା ହୋଇଛନ୍ତି। ସେ କହିଛନ୍ତି ଯେ ଯଦି କୌଣସି ସାଂସଦ ପ୍ରଶ୍ନ ପଚାରିବାକୁ ଚାହାଁନ୍ତି, ତେବେ ସେ ଶୂନକାଳରେ ପଚାରି ପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.