ମୁମ୍ବାଇ: ବିଜେପି ପରେ ଏବେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦୁଲ ମୁସଲିମିନ୍(ଏଆଇଏମଆଇଏମ) ଅଧ୍ୟକ୍ଷ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ୍ ଓୱେସୀ । ମହାରାଷ୍ଟ୍ରର ଔରଙ୍ଗାବାଦ ଠାରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି ଯେ କଂଗ୍ରେସର ମୂଳପୋଛ ହୋଇସାରିଛି । ଏପରିକି ଭାରତର ରାଜନୈତିକ ଦୃଶ୍ୟପଟରୁ ମଧ୍ୟ ଗାଏବ ହେବାରେ ଲାଗିଛି ।
ଜନସଭାକୁ ସମ୍ବୋଧିତ କରିବା ଅବସରରେ ସେ କହିଥିଲେ ଯେ, କଂଗ୍ରେସ ମହାରାଷ୍ଟ୍ର ଏବଂ ହରିୟାଣାରେ ହେବାକୁ ଥିବା ନିର୍ବାଚନକୁ ଗୁରୁତର ସହ ନେଉନାହାଁନ୍ତି ଏବଂ ଏହାକୁ ଅଣଦେଖା କରୁଛନ୍ତି । ଦେଶର ରାଜନୈତିକ ମାନଚିତ୍ରରୁ କଂଗ୍ରେସର ମୂଳପୋଛ ହୋଇସାରିଛି । ବର୍ତ୍ତମାନର ସ୍ଥିତିରେ ତାକୁ କ୍ୟାଲସିୟମ ଇଞ୍ଜେକ୍ସନ ଦେଇ ମଧ୍ୟ ବଞ୍ଚାଇ ହେବ ନାହିଁ।