ETV Bharat / bharat

29 ରେ କେଜ୍ରିୱାଲ ଲଞ୍ଚ କରିବେ ‘ଗ୍ରୀନ ଦିଲ୍ଲୀ ଆପ’ - ଅରବିନ୍ଦ କେଜିରିଓ୍ବାଲଙ୍କ ଗ୍ରୀନ ଦିଲ୍ଲୀ ଆପ

ଅରବିନ୍ଦ କେଜ୍ରିୱାଲ ଆସନ୍ତା 29 ତାରିଖ ମଧ୍ୟାହ୍ନ 12 ଟାରେ 'ଗ୍ରୀନ୍ ଦିଲ୍ଲୀ ଆପ୍' ଲଞ୍ଚ କରିବେ। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ମଙ୍ଗଳବାର ଦିନ ବିଭିନ୍ନ ବିଭାଗର ନୋଡାଲ ଅଧିକାରୀଙ୍କ ସହ ଗ୍ରୀନ ଦିଲ୍ଲୀ ଆପ ସମ୍ବନ୍ଧୀୟ ଅଭିଯୋଗର ସମାଧାନ ପାଇଁ ଏକ ସମୀକ୍ଷା ବୈଠକ କରିଛନ୍ତି। ଅଧିକ ପଢନ୍ତୁ...

Arvind Kejriwal to launch Green Delhi app on Oct 29
29 ରେ କେଜ୍ରିୱାଲ ଲଞ୍ଚ କରିବେ ‘ଗ୍ରୀନ ଦିଲ୍ଲୀ ଆପ’
author img

By

Published : Oct 28, 2020, 8:28 AM IST

Updated : Oct 28, 2020, 9:01 AM IST

ନୂଆଦିଲ୍ଲୀ: ଦିଲ୍ଲୀ ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆସନ୍ତା 29 ତାରିଖ ମଧ୍ୟାହ୍ନ 12 ଟା ସମୟରେ 'ଗ୍ରୀନ ଦିଲ୍ଲୀ ଆପ' ଲଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ମଙ୍ଗଳାବାର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆପ ସମ୍ବନ୍ଧୀୟ ଅଭିଯୋଗର ସମାଧାନ ପ୍ରକ୍ରିୟା ଉପରେ ସମୀକ୍ଷା ବୈଠକ କରିଛନ୍ତି ।

ବୈଠକରେ ପରିବେଶ ବିଭାଗ, ରାଜସ୍ବ ବିଭାଗ, ଦିଲ୍ଲୀ ମୁନିସିପାଲିଟି କର୍ପୋରେସନ, ନୂଆଦିଲ୍ଲୀ ମୁନିସିପାଲିଟ କାଉନସିଲ, ଦିଲ୍ଲୀ ବିକାଶ ପ୍ରାଧିକରଣ, ଲୋକସେବା ବିଭାଗ, ଦିଲ୍ଲୀ ପୋଲିସ, ଅଗ୍ନିଶମ ବିଭାଗ, ଜାତୀୟ ରାଜପଥ ପ୍ରାଧିକରଣ ଇତ୍ୟାଦି ବିଭାଗର ନୋଡାଲ ଅଧିକାରୀ ମଙ୍ଗଳବାର ବୈଠକରେ ଯୋଗ ଦେଇଛନ୍ତି ।

ଗ୍ରୀନ ଦିଲ୍ଲୀ ଆପ୍ ବ୍ୟବହାର କରି ଲୋକମାନେ ବର୍ଜ୍ୟବସ୍ତୁ ଦହନ, ଶିଳ୍ପ ପ୍ରଦୂଷଣ ଓ ଧୂଳି ସମ୍ବନ୍ଧୀୟ ଆଦି ଅଭିଯୋଗ ବିଷୟରେ ସରକାରଙ୍କୁ ଜଣାଇ ପାରିବେ । ଏହି ଆପରେ ଆସିଥିବା ସମସ୍ତ ଅଭିଯୋଗର ସମାଧାନ ପାଇଁ ଏକ ସମୟ ସୀମା ରହିବ । ଏହାସହ ସଂପୃକ୍ତ ବିଭାଗ ଏହି ଆପ ସହ ସଂଯୁକ୍ତ ହେବ ଏବଂ ଏଥିରେ ଆସିଥିବା ଅଭିଯୋଗଗୁଡିକ ସ୍ବୟଂଚାଳିତ ଭାବେ ଏହି ବିଭାଗଗୁଡିକରେ ପହଞ୍ଚିବ ।

ଆହୁରି ମଧ୍ୟ, ଗ୍ରୀନ ଦିଲ୍ଲୀ ଆପଟି ଫଟୋ ଓ ଭିଡିଓ ସମ୍ବଳିତ ଅଭିଯୋଗ ଉପରେ ଆଧାରିତ ହେବ । ଯଦି ଠିକ ସମୟରେ ସେହି ଅଭିଯୋଗର ସମାଧାନ ନ ହୁଏ, ତେବେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସରକାର ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 28, 2020, 9:01 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.