ETV Bharat / bharat

କୋରୋନା ଟିକା ସମଗ୍ର ଦେଶରେ ମାଗଣା ବଣ୍ଟାଯିବା ଉଚିତ: କେଜ୍ରିୱାଲ୍ - covid vaccine

କୋରୋନା ଟିକା ଆସିଲେ କାହାକୁ ଆଗ ଦିଆଯିବ ସେ ନେଇ ରାଜନୈତିକ ଆଲୋଚନା ଆରମ୍ଭ ହୋଇଯାଇଛି । ଟିକା ମାଗଣା ଦିଆଯିବ ନା ଅର୍ଥ ଦେବାକୁ ପଡିବ, ସେ ପ୍ରସଙ୍ଗରେ ଦୀର୍ଘ ଦିନ ଧରି ବିତର୍କ ଲାଗିରହିଛି । ଅଧିକ ପଢନ୍ତୁ...

ଅରବିନ୍ଦ କେଜ୍ରିୱାଲ
ଅରବିନ୍ଦ କେଜ୍ରିୱାଲ
author img

By

Published : Oct 24, 2020, 5:44 PM IST

ନୂଆଦିଲ୍ଲୀ: କୋରୋନା ଟିକା ନ ଆସୁଣୁ, ଏହାକୁ ଆଗ କାହାକୁ ଦିଆଯିବ ସେ ନେଇ ରାଜନୈତିକ ଆଲୋଚନା ଆରମ୍ଭ ହୋଇଯାଇଛି । ଟିକା ମାଗଣା ଦିଆଯିବ ନା ଅର୍ଥ ଦେବାକୁ ପଡିବ, ସେ ପ୍ରସଙ୍ଗରେ ଦୀର୍ଘ ଦିନ ଧରି ବିତର୍କ ଲାଗିରହିଛି । ବିହାରରେ ବିଜେପି କ୍ଷମତାକୁ ଆସିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣା କୋରୋନା ଟିକା ପ୍ରଦାନ କରିବା ନେଇ ଘୋଷଣା କରିଛି । କିନ୍ତୁ ଏହାକୁ ନେଇ ଅନେକ ଦଳ ବିରୋଧ କରିବାରେ ଲାଗିଛନ୍ତି । ଏଥିରେ ବର୍ତ୍ତମାନ ସାମିଲ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମଗ୍ର ଦେଶକୁ ମାଗଣା ଟିକା ମିଳିବା ଉଚିତ୍, ଏହା ସମଗ୍ର ଦେଶର ଅଧିକାର । ପ୍ରତ୍ୟେକ ଭାରତୀୟ କୋରୋନା ଟିକା ପାଇବା ଉଚିତ୍ ।

ବିହାରରେ କୋରୋନା ଟିକା ମାଗଣାରେ ଘୋଷଣା ହେବା ପରେ ମଧ୍ୟପ୍ରଦେଶ ଏବଂ ତାମିଲନାଡୁ ମଧ୍ୟ ମାଗଣାରେ କୋରୋନା ଟିକା ଦେବାକୁ ଘୋଷଣା କରିଛନ୍ତି ।

ଅନ୍ୟପକ୍ଷେ ସରକାରୀ ସୂତ୍ରରୁ ପ୍ରକାଶ ଯେ, ଥରେ କୋରୋନା ଟିକା ମିଳିବା ପରେ ସ୍ବତନ୍ତ୍ର କୋଭିଡ-19 ଇମ୍ୟୁନାଇଜେସନ୍ ପ୍ରୋଗାମ ଅଧିନରେ ବଣ୍ଟାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.