ETV Bharat / bharat

ଆଦିତ୍ୟନାଥଙ୍କ ଉପରେ ବର୍ଷିଲେ କେଜ୍ରିୱାଲ, କହିଲେ ଆଗ ନିଜ ସ୍କୁଲ ଓ ଡାକ୍ତରଖାନା ସମ୍ଭାଳନ୍ତୁ

author img

By

Published : Feb 3, 2020, 10:42 AM IST

ଦିଲ୍ଲୀ ବିଧାନସଭା ନିର୍ବାଚନୀ ପାଇଁ ବିଜେପି ନେତା ଓ ଆପ୍ ନେତାଙ୍କ ମଧ୍ୟରେ ଚାଲିଛି ଜୋରସୋର ବାକ୍ ଯୁଦ୍ଧ । ୟୁପି ସରକାର ଯୋଗୀ ଆଦିତ୍ୟନାଥ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆଦିତ୍ୟନାଥଙ୍କ ଉପରେ ବର୍ଷିଲେ କେଜ୍ରିୱାଲ
ଆଦିତ୍ୟନାଥଙ୍କ ଉପରେ ବର୍ଷିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନୀ ମଇଦାନରେ ବିରୋଧୀ ନେତା ଓ ଶାସକ ନେତାଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା । ବିଜେପି ନେତା ଓ ଆପ୍ ନେତାଙ୍କ ମଧ୍ୟରେ ଚାଲିଛି ଜୋରସୋର ବାକ୍ ଯୁଦ୍ଧ । ଇତିମଧ୍ୟରେ ରାଜ୍ୟରେ ଆୟୋଜିତ ନିର୍ବାଚନୀ ରାଲିକୁ ନେଇ ଯୋଗୀ ଆଦିତ୍ୟନାଥ ବିଜେପିକୁ ସମ୍ବର୍ଦ୍ଧିତ କରିଛନ୍ତି । ଏହାସହ ଆପ୍ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କଟାକ୍ଷ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେପଟେ ଆଦିତ୍ୟନାଥଙ୍କୁ ମଧ୍ୟ ପାଲଟା ଜବାବ ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ ।

ଆଦିତ୍ୟନାଥ କେଜ୍ରିୱାଲ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଦିଲ୍ଲୀର ସ୍କୁଲ ଏବଂ ବିଦ୍ୟାଳୟର ଅବସ୍ଥା ଅତି ଶୋଚନୀୟ । ଦିଲ୍ଲୀରେ ବିଜେପି ପକ୍ଷରୁ ଆୟୋଜିତ ରାଲିକୁ ସମ୍ବର୍ଦ୍ଧିତ କରିବାକୁ ଯାଇ କହିଛନ୍ତି ଯେ ମୋଦି ସରକାର ଗରିବଙ୍କ ପାଇଁ କୋଠା ନିର୍ମାଣ କରିଛନ୍ତି, ଶୌଚାଳୟ ନିର୍ମାଣ କରିଛନ୍ତି, ଗ୍ୟାସ କନେକ୍ସନ, ପାଞ୍ଚ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ସମସ୍ତ ସୁବିଧା ଯୋଗାଇଦେଇଛନ୍ତି । ଯଦି ଦିଲ୍ଲୀରେ ବିଜେପି ସରକାର ଥାଆନ୍ତା, ତେବେ ଦିଲ୍ଲୀବାସୀ ଏହି ସମସ୍ତ ଯୋଜନାର ଲାଭ ଉଠାଇପାରନ୍ତେ ।

ସେପଟେ କେଜ୍ରିୱାଲ ମଧ୍ୟ ସିଧାସଳଖ ଆଦିତ୍ୟନାଥଙ୍କୁ କଡା ଜବାବ ଦେଇ କହିଛନ୍ତି, ଆଜି ଦିଲ୍ଲୀକୁ ଆସି ଆଦିତ୍ୟନାଥ ବୁଲୁଛନ୍ତି ଏବଂ ଲୋକଙ୍କୁ କହୁଛନ୍ତି ଦିଲ୍ଲୀରେ ଭଲ ସ୍କୁଲ ନାହିଁ । ହେଲେ ଦିଲ୍ଲୀବାସୀ କହୁଛନ୍ତି ଯେ ଉତ୍ତରପ୍ରଦେଶର ସ୍କୁଲ ଏବଂ ମେଡିକାଲଠାରୁ ଆମ ଦିଲ୍ଲୀ ସ୍କୁଲ ଅତି ଉତ୍ତମ । ଏବେ ଯୋଗୀ ଆଦିତ୍ୟନାଥ ଆମକୁ କହୁଛନ୍ତି ଦିଲ୍ଲୀ ସ୍କୁଲ ଏବଂ ମେଡିକାଲ ଅବସ୍ଥା ଖରାପ । ୟୁପିର ଗୋରଖପୁର ଡାକ୍ତରଖାନା ସମ୍ପର୍କରେ ସମସ୍ତ ଜନତା ଭଲଭାବେ ଜାଣନ୍ତି । ନିଜ ସ୍କୁଲ ଏବଂ ଡାକ୍ତରଖାନା ସମ୍ଭାଳିବା ଭଲ ବୋଲି ଆଦିତ୍ୟନାଥଙ୍କୁ କେଜ୍ରିୱାଲ କଟାକ୍ଷ କରି କହିଛନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.