ETV Bharat / bharat

କୋରୋନା ମୃତକଙ୍କୁ ନେଇ ବିସ୍ତୃତ ରିପୋର୍ଟ ମାଗିଲେ କେଜ୍ରିୱାଲ - health-secy

ଗତ ଦୁଇ ସପ୍ତାହ ମଧ୍ୟରେ ଦିଲ୍ଲୀରେ କୋରୋନା ରୋଗୀଙ୍କ ମୃତ୍ୟୁ ପଛରେ ଥିବା କାରଣର ବିସ୍ତୃତ ରିପୋର୍ଟ ଦେବାକୁ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

_corona
କୋରୋନା ରୋଗୀଙ୍କ ମୃତ୍ୟୁ କାରଣର ବିସ୍ତୃତ ବିଶ୍ଳେଷଣ ଦେବାକୁ ନିର୍ଦ୍ଦେଶ ଦେଲେ କେଜ୍ରିୱାଲ
author img

By

Published : Jul 8, 2020, 3:39 PM IST

ନୂଆଦିଲ୍ଲୀ: କୋରୋନା ରୋଗୀଙ୍କ ମୃତ୍ୟୁ ପଛର ବିସ୍ତୃତ କାରଣ ଦେବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗତ ଦୁଇ ସପ୍ତାହ ମଧ୍ୟରେ ଦିଲ୍ଲୀରେ କୋରୋନା ରୋଗୀଙ୍କ ମୃତ୍ୟୁ ପଛରେ ଥିବା କାରଣର ବିସ୍ତୃତ ରିପୋର୍ଟ ଦେବାକୁ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀରେ କୋରୋନା ମୃତ୍ୟୁ ହାର କମ୍ କରିବାକୁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି । ତେବେ ଗତ ଜୁନ ମାସରେ ଦିଲ୍ଲୀରେ ପ୍ରତିଦିନ 120ରୁ ଊର୍ଦ୍ଧ୍ବ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା । ଏହା ମଧ୍ୟରେ ଦିଲ୍ଲୀ ସରକାର ସମସ୍ତ ସରକାରୀ ଏବଂ ବେସରକାରୀ କୋରୋନା ମେଡିକାଲକୁ ରୋଗୀଙ୍କ ଠାରୁ ମତାମତ ନେବାକୁ ଏବଂ ଡିସଚାର୍ଜ ସମୟରେ ରୋଗୀଙ୍କୁ ପ୍ଲାଜମା ଦାନ କରିବା ଇଚ୍ଛା ସମ୍ବନ୍ଧରେ ପଚାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଦିଲ୍ଲୀରେ ଏବେସୁଦ୍ଧା 1,02,831 କୋରୋନା ମାମଲା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.