ETV Bharat / bharat

2 ଦିନ 2 କର୍ମଚାରୀଙ୍କୁ ମିଳିବ ପାସ: କେଜ୍ରିୱାଲ

author img

By

Published : Apr 1, 2020, 6:21 PM IST

ଦିଲ୍ଲୀର ଘରୋଇ କମ୍ପାନୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଟକଣାରେ ରିହାତି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

2 ଦିନ 2 କର୍ମଚାରୀଙ୍କୁ ମିଳିବ ପାସ: କେଜ୍ରିୱାଲ
2 ଦିନ 2 କର୍ମଚାରୀଙ୍କୁ ମିଳିବ ପାସ: କେଜ୍ରିୱାଲ

ନୂଆଦିଲ୍ଲୀ: ସାରା ଦେଶରେ ଲକଡାଉନ ଘୋଷଣା ହୋଇଥିବାବେଳେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେଉଛି । ଏପରି ସମୟରେ ବିଭିନ୍ନ କମ୍ପାନୀର କର୍ମଚାରୀଙ୍କୁ ଦରମା ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । କାରଣ ବାହାରକୁ ଯିବାର ଅନୁମତି ନଥିବାରୁ କୌଣସି କର୍ମଚାରୀ କାଗଜପତ୍ର କାମ କରିବାକୁ ଯାଇପାରୁନାହାନ୍ତି ।

ତେବେ ଦିଲ୍ଲୀର ଘରୋଇ କମ୍ପାନୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଟକଣାରେ ରିହାତି ଘୋଷଣା କରିଛନ୍ତି । ଏହା ଅନୁସାରେ ପ୍ରତି କମ୍ପାନୀର 2 ଜଣ କର୍ମଚାରୀ କିମ୍ବା ମାଲିକଙ୍କୁ ପାସ ପ୍ରଦାନ କରାଯିବ । ଫଳରେ ସେମାନେ ଅଫିସ ଯାଇ କର୍ମଚାରୀଙ୍କ ଦରମା ସମ୍ପର୍କିତ କାମ ଶେଷ କରିବେ ।

ଏହି ପାସ କେବଳ 2 ଦିନ ପାଇଁ ବୈଧ ରହିବ । ଏହା ଭିତରେ ସମସ୍ତ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହା ସମ୍ପର୍କରେ ଘୋଷଣା କରିଛନ୍ତି କେଜ୍ରିୱାଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.