ETV Bharat / bharat

ଉତ୍ସବ ମୁଖରିତ ବିଶାଳ ସ୍ଵାଗତ ସମାରୋହ ଟ୍ରମ୍ପଙ୍କ ଲାଗି ସହାୟକ ହେବ-ଅର୍ଜୁନ ସିଂହ

ଟ୍ରମ୍ପ ଭାରତ-ଆମେରିକା ବାଣିଜ୍ୟ କାରବାର ସମ୍ପର୍କରେ କିଛି ଚୁକ୍ତି ସ୍ଵାକ୍ଷର କରିବା ଯୋଜନା ରହିଛି । ଇଟିଭି ଭାରତ ପକ୍ଷରୁ ବରିଷ୍ଠ ସାମ୍ବାଦିକା ସ୍ମିତା ଶର୍ମା ଏହି ପ୍ରସଙ୍ଗରେ ଭାରତ ପକ୍ଷରୁ ଆମେରିକାରେ ଅବସ୍ଥାପିତ ପୂର୍ବତନ ରାଷ୍ଟ୍ରଦୂତ ଅର୍ଜୁନ ସିଂହଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Feb 14, 2020, 4:03 PM IST

ଟ୍ରମ୍ପଙ୍କ ଲାଗି ସହାୟକ ହେବ-ଅର୍ଜୁନ ସିଂହ
ଟ୍ରମ୍ପଙ୍କ ଲାଗି ସହାୟକ ହେବ-ଅର୍ଜୁନ ସିଂହ

ସ୍ମିତା ଶର୍ମା, ନୂଆଦିଲ୍ଲୀ

ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପ୍ରଥମ ଭାରତ ଗସ୍ତରେ ଆସୁଛନ୍ତି । ସେ ୨୪ ତାରିଖ ଦିନ ପହଞ୍ଚିବେ। ଏହି ଦୁଇଦିନିଆ ଗସ୍ତରେ ସେ ନୂଆଦିଲ୍ଲୀ ଓ ଅହମ୍ମଦାବାଦ ସହର ଭ୍ରମଣ କରିବେ। ଅହମ୍ମଦାବାଦ୍‌ ସହରର ସର୍ଦାର ବଲ୍ଲଭଭାଇ ପଟେଲ୍‌ ଷ୍ଟିାଡିୟମ୍‌ରେ ଆୟୋଜିତ ବିଶାଳ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଏହି ଗସ୍ତର ପ୍ରମୁଖ ଆକର୍ଷଣ ରହିବ। ଏହା ପୂର୍ବରୁ କୌଣସି ଆମେରିକୀୟ ରାଷ୍ଟ୍ରପତିଙ୍କ ସ୍ଵାଗତ ପାଇଁ ହୋଇଥିବା ସ୍ଵଗତ କାର୍ଯ୍ୟକ୍ରମଠାରୁ ଏହି କାର୍ଯ୍ୟକ୍ରମ ଅଧିକ ଭବ୍ୟ ହେବ ବୋଲି ଆଶା କରାଯାଉଛି । ଯେ ଯେଉଁଭଳି ଭାବେ ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ‘ହାଉଡ଼ି ମୋଦି’ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ଠିକ୍‌ ସେହିଭଳି ଭାବେ ଅହମ୍ମଦାବାଦରେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି । ନିର୍ବାଚନ ବର୍ଷରେ ଏହିପରି ଏକ କାର୍ଯ୍ୟକ୍ରମ ଆନ୍ତର୍ଜାତିକ ମଞ୍ଚରେ ତାଙ୍କର ଶକ୍ତି ପ୍ରଦର୍ଶନ ଭଳି ହେବ। ଅପରପକ୍ଷେ କିଛିଦିନ ହେଲା ତାଙ୍କ ବିପକ୍ଷରେ ଆସିଥିବା ମହାଭିଯୋଗ ପ୍ରସ୍ତାବରେ ସିନେଟ୍‌ ତାଙ୍କୁ ମୁକ୍ତ କରିବା ପରେ ତାଙ୍କର ଭାରତ ଗସ୍ତ ଅନେକ ଗୁରୁତ୍ଵପୂର୍ଣ୍ଣ ବୋଲି ଗ୍ରହଣ କରାଯାଉଛି । ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଆହୁରି ନିବିଡ଼ କରିବା ଲାଗି ଏହି ଗସ୍ତ ଏକ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

ଯେତେବେଳେ ଭାରତରେ କଶ୍ମୀର ପ୍ରସଙ୍ଗ ଏବଂ ସିଏଏ-ଏନ୍‌ଆର୍‌ସି ପ୍ରସଙ୍ଗକୁ ନେଇ ଆମେରିକୀୟ ସଂସଦରେ ବିରୋଧ ଜାରି ରହିଛି, ସେତେବେଳେ ଆମେରିକା ରାଷ୍ଟ୍ରପତିଙ୍କ ସହ ଆଲୋଚନା ବି ଆନ୍ତର୍ଜାତୀୟ ରାଜନୀତିରେ ଭାରତୀୟ କୂଟନୀତିକ ସମ୍ପର୍କର ଗୁରୁତ୍ଵକୁ ପ୍ରତିପାଦନ କରିବ । ଏହାବାଦ୍‌ ଟ୍ରମ୍ପ ଭାରତ-ଆମେରିକା ବାଣିଜ୍ୟ କାରବାର ସମ୍ପର୍କରେ କିଛି ଚୁକ୍ତି ସ୍ଵାକ୍ଷର କରିବା ଯୋଜନା ରହିଛି । ଇଟିଭି ଭାରତ ପକ୍ଷରୁ ବରିଷ୍ଠ ସାମ୍ବାଦିକା ସ୍ମିତା ଶର୍ମା ଏହି ପ୍ରସଙ୍ଗରେ ଭାରତ ପକ୍ଷରୁ ଆମେରିକାରେ ଅବସ୍ଥାପିତ ପୂର୍ବତନ ରାଷ୍ଟ୍ରଦୂତ ଅର୍ଜୁନ ସିଂହଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ଉପସ୍ଥାପନ କରୁଛୁ ସେହି ଆଲୋଚନାର କିୟଦଂଶ।

ଉତ୍ସବ ମୁଖରିତ ବିଶାଳ ସ୍ଵାଗତ ସମାରୋହ ଟ୍ରମ୍ପଙ୍କ ଲାଗି ସହାୟକ ହେବ-ଅର୍ଜୁନ ସିଂହ

ପ୍ରଶ୍ନ: ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ କାର୍ଯ୍ୟକାଳ ଏବର୍ଷ ଶେଷ ହେବାକୁ ଯାଉଛି । ଆଉ କିଛିଦିନ ପରେ ସେଠାରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏଭଳି ଏକ ମୁହୂର୍ତ୍ତରେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର ପ୍ରଥମ ଭାରତ ଗସ୍ତରେ ଆସୁଛନ୍ତି, ଆପଣ କିଭଳି ଦେଖୁଛନ୍ତି ?

ଆମେରିକୀୟ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଏକ ଭିନ୍ନ ଉଦ୍ଦୀପନା ସୃଷ୍ଟି କରେ । ଏହା ସବୁ ରାଷ୍ଟ୍ରପତିଙ୍କ କ୍ଷେତ୍ରରେ ହୋଇଛି ଟ୍ରମ୍ପଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳୁଛି । ଦେଖନ୍ତୁ ଟ୍ରମ୍ପଙ୍କ ଭାରତ ଗସ୍ତ ଆହୁରି ୧୦ ଦିନ ବାକି ଅଛି, କିନ୍ତୁ ତାଙ୍କର ଗସ୍ତକୁ ନେଇ ମିଡିଆରେ ଯେଉଁଭଳି ଆଲୋଚନା ହେଉଛି ସେଥିରୁ ସ୍ପଷ୍ଟ ହେଉଛି ଯେ, ଏହା ଏକ ସାଧାରଣ ଗସ୍ତ ନୁହେଁ, ସାଧାରଣ ସରକାରୀ ଗସ୍ତଠୁ ଏହା ଊର୍ଦ୍ଧ୍ବରେ । ଏଥିରେ ଲୋକଙ୍କ ସହ ଲୋକଙ୍କ ସଂଯୋଗ ରହିଛି । ଏବେ ଆମେରିକାରେ ପ୍ରାୟ ୪୦ ଲକ୍ଷ ଭାରତୀୟ ରହିଛନ୍ତି । ଆଜିର ତାରିଖରେ ୨ ଲକ୍ଷ ଭାରତୀୟ ଛାତ୍ର ଆମେରିକାରେ ପାଠ ପଢ଼ୁଛନ୍ତି । ବିଭିନ୍ନ ସମୟରେ ଚାକିରି ଓ ପାଠପଢ଼ା ପାଇଁ ଆମେରିକାକୁ ଭାରତୀୟ ଛାତ୍ର ଗସ୍ତ କରୁଛନ୍ତି । ଏଣୁ ଏହି ଗସ୍ତକୁ ମୁଁ ଏକ ସାଧାରଣ ଗସ୍ତ ଭାବେ ଦେଖୁ ନାହିଁ । ଏଥିରେ ଅନେକ ଆଗ୍ରହ ଓ ସମ୍ଭାବନା ରହିଛି । ଲୋକେ ତାଙ୍କ ମନରେ ନିଜର କିଛି ପ୍ରମୁଖ ପ୍ରସଙ୍ଗର ସମାଧାନ ହେବା ଲାଗି ରାସ୍ତା ଫିଟିବ ବୋଲି ଆଶା କରିଛନ୍ତି । ସେହିପରି ଏହି ଗସ୍ତ ଦ୍ଵାରା ଭାରତ-ଆମେରିକା ଭିତରେ ଦ୍ଵିପାକ୍ଷିକ ସମ୍ପର୍କ ଆହୁରି ମଜଭୁତ ହୋଇପାରିବ । ଦୁଇ ଦେଶ ଭଧ୍ୟରେ ରଣନୀତି ଓ ବାଣିଜ୍ୟ ସମ୍ବନ୍ଧୀୟ ରାଜିନାମା ସ୍ଵାକ୍ଷର ହେବା ସମ୍ଭାବନା ରହିଛି । କେବଳ ଉଚ୍ଚସ୍ତରୀୟ ବୈଠକରେ ଏସବୁ ସୁଫଳ ଦିଏ ନାହିଁ, ପରସ୍ପର ଦେଶକୁ ପରିଦର୍ଶନ କରିବା ଦ୍ଵାରା ଅନେକ କିଛି ସମ୍ଭବ ହୋଇଥାଏ । ଆମେ ଦେଖିବାକୁ ଗଲେ କ୍ଲିଣ୍ଟନଙ୍କ ପରେ ପ୍ରାୟ ସମସ୍ତ ରାଷ୍ଟ୍ରପତି ଭାରତଗସ୍ତରେ ଆସିଛନ୍ତି ।

ପ୍ରଶ୍ନ: ବାରାକ୍‌ ଓବବାମା ଦୁଇଥର ଭାରତ ଆସିଥିଲେ ।

ହଁ, ରାଷ୍ଟ୍ରପତି ଥିବା ସମୟରେ ସେ ଦୁଇଥର ଭାରତ ଆସିଛନ୍ତି । କିନ୍ତୁ ଆପଣ ଯଦି ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତକୁ ଅନୁଶୀଳନ କରିବେ ତେବେ ଜାଣିବେ ଯେ, ସେ ପ୍ରଥମ ଭାରତ ଗସ୍ତ ପ୍ରଥମ ରାଷ୍ଟ୍ରପତିତ୍ଵ କାର୍ଯ୍ୟକାଳ ସମୟର ଶେଷ ଭାଗରେ ହିଁ ରଖିଥିଲେ । ଠିକ୍‌ ସେହିଭଳି କ୍ଲିଣ୍ଟନ୍‌ କାର୍ଯ୍ୟକାଳର ଶେଷ ବର୍ଷ, ଜର୍ଜ ବୁଶ୍‌ ବି ପ୍ରଥମ କାର୍ଯ୍ୟକାଳର ଶେଷ ବର୍ଷ ଭାରତ ଗସ୍ତ କରିଥିଲେ। ଏହି କ୍ରମରେ ଟ୍ରମ୍ପ ମଧ୍ୟ ଶେଷ ବର୍ଷରେ ଭାରତ ଗସ୍ତ କାର୍ଯ୍ୟକ୍ରମ ରଖିଛନ୍ତି । ଏହି ଗସ୍ତରୁ ଅଧିକ ଦ୍ଵିପାକ୍ଷିକ ସମ୍ପର୍କ ବାବଦରେ ଆଲୋଚନା ଅପେକ୍ଷା ଆଶା କରାଯାଉଛି ଯେ ସେ ଅଧିକ ଟ୍ରମ୍ପ ବ୍ରାଣ୍ଡ ପ୍ରତିଷ୍ଠା ପାଇଁ ଉଦ୍ୟମ କରିବେ । ଅର୍ଥାତ୍‌ ଏହି ଗସ୍ତରୁ ଟ୍ରମ୍ପ ଅଧିକ ରାନୀତିକ ଫାଇଦା ଲକ୍ଷ୍ୟ ରଖିଛନ୍ତି ।

ପ୍ରଶ୍ନ: ନିକଟରେ ଟ୍ରମ୍ପ ଆମେରିକା କଂଗ୍ରେସରେ ଆସିଥିବା ମହାଭିଯୋଗ ପ୍ରସ୍ତାବରୁ ମୁକ୍ତ ହୋଇଛନ୍ତି । ଏହା କ’ଣ ସେହି ମଞ୍ଚ ହେବ ଯେଉଁଠାରୁ ସେ ନିଜର ଘରୋଇ ବିଜୟକୁ ଆନ୍ତର୍ଜାତୀୟ ମଞ୍ଚରେ ଉପସ୍ଥରାପନ କରି ସଫଳତା ପାଇବେ ? ଗୋଟିଏ ଗ୍ଲୋବାଲ୍‌ ବ୍ରାଣ୍ଡ ତିଆରିରେ ସକ୍ଷମ ହେବେ?

ନିଶ୍ଚିତଭାବେ । ଫେବୃୟାରୀ ୫ ରେ ଟ୍ରମ୍ପ ଆମେରିକା ସିନେଟ୍‌ରେ ମହାଭିଯୋଗ ପ୍ରସ୍ତାବରୁ ମୁକ୍ତ ହେଲେ। ୪ ତାରିଖ ସେ ରାଷ୍ଟ୍ରଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ । ଏହି ଭାଷଣରେ ସେ ଆଫ୍ରିକୀୟ-ଆମେରିକୀୟ ସମ୍ପ୍ରଦାୟ ଏବଂ ସ୍ପାନିଶ୍‌ ସମ୍ପ୍ରଦାୟରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ । ଏବେ ସେ ଚେଷ୍ଟା କରୁଛନ୍ତି ଯେ, ତାଙ୍କର ଏହି ଘରୋଇ ବିଜୟ କେବଳ ଆମେରିକାରେ ସୀମତ ନରହି ତାହା ଆନ୍ତର୍ଜାତୀୟ ସ୍ତରକୁ ଆସୁ । ସେଥିପାଇଁ ତାଙ୍କୁ ଏହିପରି ଏକ ବିଶାଳ ସ୍ଵାଗତ ସମ୍ବର୍ଦ୍ଧନା ଭାରତ ପ୍ରଦାନ କରିବାକୁ ଯାଉଛି । ଅପରପକ୍ଷେ ଦେଖିବାକୁ ଗଲେ ବିଶ୍ଵରେ ତାଙ୍କୁ ଏହିଭଳି ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିବାରେ ଅଳ୍ପ କିଛି ଦେଶ ହିଁ ରହିଛନ୍ତି ।

ପ୍ରଶ୍ନ: ଆମେ ଏହିଭଳି ଏକ ସମାବେଶରେ କହିପାରିବା ଯେ, ଲକ୍ଷ ଲକ୍ଷ ଭାରତୀୟ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ଵାଗତ କରିବାକୁ ଠୁଳ ହୋଇଥିଲେ, ନୁହେଁକି ?

ହଁ। ଭାରତରେ ତାଙ୍କୁ ସ୍ଵାଗତ କରିବାକୁ ରାସ୍ତା କଡ଼ରୁ ଆରମ୍ଭ କରି ଷ୍ଟାଡିୟମ୍‌ ଯାଏ ଜନସମାଗମ ଦେଖିବାକୁ ମିଳିବ। ଦିଲ୍ଲୀରେ ମଧ୍ୟ ତାଙ୍କୁ ରାଜନୀତିକ ଢଙ୍ଗରେ ସ୍ଵାଗତ କରିବାକୁ ବ୍ୟବସ୍ଥା ହୋଇଛି । ଅନ୍ୟ କୌଣସି ଦେଶରେ ଏପରି ସମ୍ବର୍ଦ୍ଧନା ତାଙ୍କୁ ମିଳିବା ଆଶା କରାଯାଏ ନାହିଁ । ନିକଟରେ ସେ ପ୍ରଦାନ କରିଥିବା ବିଭିନ୍ନ ବୟାନ ହିଁ ଏହାର ମୂଳ କାରଣ । ରାଷ୍ଟ୍ରପତି ଟ୍ରମ୍ପ ମିତ୍ର ଶକ୍ତିଗୁଡ଼ିକ କିଛି କରୁ ନାହାନ୍ତି ବୋଲି ଯେଉଁ ବୟାନ ଜାରି କରିଥିଲେ ସେଥିରେ ମିତ୍ରଶକ୍ତି ରାଷ୍ଟ୍ରଗୁଡ଼ିକ ଅସନ୍ତୋଷ ପ୍ରକାଶ କରିଛନ୍ତି, ଠିକ୍‌ ସେହିପରି ଆଫଗାନିସ୍ତାନ ପ୍ରସଙ୍ଗକୁ ଭିତ୍ତିକରି ସିରିୟା ବାବଦରେ ଟିପ୍ପଣୀ ପ୍ରଭୃତି ତାଙ୍କ ପାଇଁ କାଳ ହୋଇଛି । କିଛିଦିନ ତଳେ ସେ ଇକ୍ଵେଡର ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବା ସମୟରେ ଦ୍ଵିପାକ୍ଷିକ ସମ୍ପର୍କକୁ ମଜଭୁତ କରିବାରେ ସକ୍ଷମ ହୋଇଥଇଲେ । ସେ ବି ଏହାକୁ ସ୍ଵୀକାର କରିଥିଲେ । ଏଣୁ ଭାରତ ଗସ୍ତ ନିଶ୍ଚିତ ଭାବେ ତାଙ୍କୁ ରାଜନୀତିକ ସ୍ତରରେ ଓ ଆନ୍ତର୍ଜାତୀୟ କୂଟନୀତିକ ସମ୍ପର୍କ ସ୍ଥାପନରେ ସହାୟକ ହୋଇପାରିବ ।

ପ୍ରଶ୍ନ: ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ଆଶା ଓ ସମ୍ଭାବନା ବ୍ୟକ୍ତ କରିଛନ୍ତି। କିନ୍ତୁ ବାସ୍ତବରେ ଆମେ କ’ଣ ଆନ୍ତର୍ଜାତୀୟ ବାଣିଜ ବୁଝାମଣା ଘୋଷଣାର ସାକ୍ଷୀ ହୋଇପାରିବା ?

ଆନ୍ତର୍ଜାତୀୟ ସମ୍ପର୍କରେ ସମ୍ଭାବନା ଓ ଆଶା ଅନେକ ଗୁରୁତ୍ଵ ବହନ କରେ। ଏଗୁଡ଼ିକୁ ଗୋଟିଏ ଗୋଟିଏ ଭଲ ସଙ୍କେତ ବୋଲି ଧରିବାକୁ ହେବ। କିନ୍ତୁ ଏହା ନିଶ୍ଚିତ ଯେ, ଏଗୁଡ଼ିକ ବାସ୍ତବରେ ପରିଣତ ହେବା ହିଁ ଗୁରୁତ୍ଵପୂର୍ଣ୍ଣ । ଦୁଇ ପକ୍ଷ କିଛି ପ୍ରତିକ୍ଷାର ବୁଝାମଣା ସ୍ଵାକ୍ଷର କରିବାକୁ ଯାଉଛନ୍ତି ଏହା ନିଶ୍ଚିତ । ଏହା ପ୍ରକୃତରେ ଭାରତ-ଆମେରିକା ସମ୍ପର୍କକୁ ଆହୁରି ନିବିଡ଼ କରାଇବା ସହ ବିଭିନ୍ନ ଦିଗରେ ଏହାର ସମ୍ପର୍କକୁ ବିକଶିତ କରିବ। ଆଉଟିକିଏ ଉର୍ଦ୍ଧ୍ବକୁ ବିଚାର କଲେ ଏହା ସ୍ପଷ୍ଟ ଯେ, ପ୍ରତିରକ୍ଷା ଦ୍ଵାରା ବାଣିଜ୍ୟ ଓ ଅର୍ଥନୀତିକ ସମ୍ପର୍କ ସୁଦୃଢ଼ ହୋଇଥାଏ । ଆମେ ପ୍ରତିରକ୍ଷା ସମ୍ପର୍କରେ ସହାୟତା ସେଇଠୁ ନେବାକୁ ପସନ୍ଦ କରିବା ଯେଉଁଠାରେ ଆମର ଆତ୍ମ ବିଶ୍ଵାସ ସର୍ବାଧିକ ରହିବ। ଏ କ୍ଷେତ୍ରରେ ଆମେରିକା ସହ ସମ୍ପର୍କ ବଢ଼ିବା ନିଶ୍ଚିତ ଭାବେ ଏକ ଗୁରୁତ୍ଵପୂର୍ଣ୍ଣ ଆନ୍ତର୍ଜାତୀୟ ଘଟଣାକ୍ରମ ।

ନିକଟରେ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ କହୁଥିଲେ ଯେ, ଭାରତ-ଆମେରିକା ଭିତରେ ବାଣିଜ୍ୟ କାରବାର ପରିମାଣ ପାଖାପାଖି ୧୬୦ ବିଲିୟନ୍‌ ୟୁଏସ୍‌ ଡଲାର। ଏହା ସୂଚନା ଦେଉଛି ଯେ ପ୍ରିତିବର୍ଷ ଏହି ସଂଖ୍ୟାରେ ବିକାଶ ଘଟୁଛି। ମୋଟାମୋଟି ଭାବେ ଦେଖିବାକୁ ଗଲେ ଭାରତ ହେଉଛି ଏକ ବାଣିଜ୍ୟ ନିଅଣ୍ଟ ରାଷ୍ଟ୍ର । କିନ୍ତୁ ଆମେରିକା ସହ ବାଣିଜ୍ୟ ତୁଳନା କଲେ ଆମେ ବ୍ୟାପାର ଅଧିଶେଷ ରାଷ୍ଟ୍ର ଅର୍ଥାତ୍‌ ଆମରିକାକୁ ଆମେ ଅଧିକ ରପ୍ତାନୀ କରିଥାଉ। ଏହା ଆମ ପାଇଁ ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ । କିନ୍ତୁ ଏଥିରେ ଅନେକ ସମସ୍ୟା ରହିଛି । ଗଲା ସେପ୍ଟେମ୍ବରରୁ ଆମେ ଶୁଣି ଆସୁଛୁ ଯେ ସରକାର ସୀମିତ ବ୍ୟାପରର ଚୁକ୍ତି ସ୍ଵାକ୍ଷର କରିବାକୁ ଯାଉଛନ୍ତି । କିନ୍ତୁ ଏ ଭିତରେ ଫେବୃଆରୀ ହୋଇଗଲାଣି ତାହା ସମ୍ଭବ ହୋଇପାରୁ ନାହିଁ । ଏହାର କାରଣ ହେଉଛି ଦୁଇ ଦେଶର ସ୍ଵାର୍ଥ ଏଥିରେ ଜଡ଼ିତ। କେତେକ ସମୟରେ ସାଲିସ କରିବା ସମ୍ଭବ ହୋଇ ନଥାଏ । କିନ୍ତୁ ଆମକୁ ନିର୍ଦିଷ୍ଟ ପଥରେ ଯିବା ପାଇଁ ଚେଷ୍ଟା ଚାଲିଛି । କିନ୍ତୁ ଯଦିବି ସୀମିତ ବାଣିଜ୍ୟ ଚୁକ୍ତି ଦୁଇ ଦେଶ ଭିତରେ ସ୍ଵାକ୍ଷର ହୁଏ ତେବେ ବି ଏହାର ଆନ୍ତର୍ଜାତୀକ ବାଣିଜ୍ୟ କ୍ଷେତ୍ରରେ ଅନେକ ଗୁରୁତ୍ଵ ରହିଛି ।

ପ୍ରଶ୍ନ: ଯଦି ବାଣିଜ୍ୟ ଚୁକ୍ତି ଘୋଷଣା ନହୁଏ ତାହା ଉଦ୍‌ବଗେର କାରଣ ହେବ କି? ଏଥିରେ ଆମେ ଚିନ୍ତିତ ହେବା ଆଶଙ୍କା ରହିଛି କି ?

ମୁଁ ଭାବିପାରୁ ନାହିଁ ଏଥିରେ କୌଣସି ଚିନ୍ତିତ ହେବାର ବିଷୟ ରହିଛି । ଏହା ଏତେ ସହଜ ନୁହେଁ । କାରଣ ଦୁଇ ଦେଶର ସ୍ଵାର୍ଥ ଏଥିରେ ସମ୍ପୃକ୍ତ । ଏଣୁ ଉଭୟ ଦେଶକୁ ଅଧିକରୁ ଅଧିକ କାମ କରିବାକୁ ପଡ଼ିବ। ସୀମିତ ଚୁକ୍ତି ସମ୍ଭାବନା ଓ ଆଶାକୁ ଅନେକ ପ୍ରଶ୍ରୟ ଦିଏ । କିନ୍ତୁ ତାହା ଆମେରିକା ରାଷ୍ଟ୍ରପତିଙ୍କୁ ରୋକ୍ଷରେ ଅଧିକ ସହାୟକ ହେବ । କାରଣ ସେ ତାଙ୍କ ଦେଶରେ ଯାଇ କହିବାରିବେ ଯେ, ମୁଁ ମେକ୍ସିକୋ, କ୍ୟାନାଡ଼ା, ଦକ୍ଷିଣ କୋରିଆ ଚୀନ ପରେ ଭାରତ ସହ ମଧ୍ୟ ସୀମିତ ବାଣିଜ୍ୟ ଚୁକ୍ତି ସମ୍ପନ୍ନ କରିପାରିଛି । ଏହା ସେଠାକାର ଶ୍ରମିକମାନଙ୍କୁ ସହାୟକ ହେବ ବୋଲି ଆଶା କରାଯାଇପାରେ । ଭାରତ ନଜରରେ ଦେଖିବାକୁ ଗଲେ ଆମେ ପାରମ୍ପରିକ ବାଣିଜ୍ୟ କାରବାରକୁ ଦୃଷ୍ଟି ନଦେଇ ଆମକୁ ଅଣ ପାରମ୍ପରିକ ତଥା ନୂଆ ନୂଆ ଦିଗକୁ ଧ୍ୟାନ ଦେବାକୁ ହେବ। ଏକ୍ଷେତ୍ରରେ ଶକ୍ତି ଓ ତୈଳ ତଥା ଗ୍ୟାସ ବିଷୟକ ସାମ୍ନାକୁ ଆସେ ।

ଆମେ ପୂର୍ବରୁ ଆମେରିକାରୁ ପେଟ୍ରୋଲିୟମ୍‌ ବା ଗ୍ୟାସ୍‌ କିଣୁ ନଥିଲୁ ଏବେ ତାହା କରୁଛୁ । ଆମେ ଯଦି ବେସାମରିକ ବିମାନ ଚଳାଚଳ କରିବା କଥା ଚିନ୍ତା କରିବା ତେବେ ଭାରତ ଆଗକୁ ଯଥେଷ୍ଟ ବିମାନ କିଣିବାକୁ ଯାଉଛି ଆମେରିକା ଏ ଦିଗରେ ଆମ ପାଇଁ ସହାୟକ ହୋଇପାରିବ । ଏହା ଆମର ବାଣିଜ୍ୟ ନିଅଣ୍ଟକୁ ଠିକଣା ଭାବେ ଉପସ୍ଥାପନ କରିପାରିବ। ଆମକୁ ଏବେ ୫-ଜି, ଏଆଇ, କ୍ଵାଣ୍ଟମ୍‌ କମ୍ପ୍ୟୁଟିଂ, ଡିଜିଟାଲ୍‌ ଟେକ୍ନୋଲୋଜିରେ ଧ୍ୟାନ ଦେବାକୁ ହେବ। କାରଣ ଯେଉଁ ପ୍ରକାରେ ଆମେ ଏବେ ବଛୁଛୁ ତାହା ଆଗକୁ ଦ୍ରୁତ ଗତିରେ ପରିବର୍ତ୍ତନ ହେବାକୁ ଯାଉଛି । ଏଣୁ ଭାରତ ଓ ଆମେରିକା ଭିତରେ ନୂଆ ବାଣିଜ୍ୟ ସମ୍ପର୍କକୁ ବାହାର କରିବାକୁ ହେବ ଯାହା ଦୁଇ ଦେଶ ଭିତରେ ସମ୍ପର୍କକୁ ଆଗକୁ ନେବାରେ ସହାୟକ ହେବ।

ପ୍ରଶ୍ନ: ଡେଟା ସ୍ଥାନୀୟକରଣ ( ଲୋକାଲାଇଜେସନ୍‌) ବି ଏକ ଉଦ୍‌ବେଗର ବିଷୟ ?

ଏ ବିଷୟରେ ସାରା ବିଶ୍ଵରେ ଚର୍ଚା ହେଉଛି। ଦିନକୁ ଦିନ ନୂଆ ନୂଆ ଟେକ୍ନୋଲୋଜି ପ୍ରବେଶ କରୁଛି ଆଉ ତାହା ନୂଆ ସମସ୍ୟା ତଥା ଆହ୍ବାନକୁ ସାମ୍ନାକୁ ଆଣୁଛି । କେବଳ ଆମରିକା ବା ଭାରତରେ ଏ ବିଷୟକୁ ନେଇ ଚର୍ଚ୍ଚା ହେଉଛି ତାହା ନୁହେଁ । ସାରା ବିଶ୍ଵ ଏ ବିଷୟକୁ ନେଇ ଚିନ୍ତିତ। ବିଶେଷକରି ଡେଟା ବିଷୟରେ ଯେତେବଳେ ଚର୍ଚ୍ଚା ହେଉଛି ତାହା ଗୋପନୀୟତା ବିଷୟକୁ ଚିହ୍ନିତ କରୁଛି। ଫ୍ରାନ୍ସ ନିକଟରେ ଡିଜିଟାଲ୍‌ କମ୍ପାନୀମାନଙ୍କ ଉପରେ ଅତିରିକ୍ତ ଟିକସ ଘୋଷଣା କରିଛନ୍ତି । ଏହାକୁ ନେଇ ଆମେରିକା ଉଦ୍‌ବେଗ ପ୍ରକାଶ କରିଛି । କିଛିଦିନ ତଳେ ଚୀନର କିଛି କମ୍ପାନୀ ଆମେରିକାର ୧୫୦ ମିଲିୟନ୍‌ ଲୋକଙ୍କ ଡେଟା ଚୋରି କରିଥିବା ଅଭିଯୋଗ ହୋଇଛି । ଏ କ୍ଷେତ୍ରରେ ଆମେରିକା ତିନିଜଣ ଚୀନ ନାଗରିକଙ୍କୁ ଠାବ କରିଛି ଯେଉଁମାନେ ଚୀନ୍‌ ସେନା (ପିଏଲ୍‌ଏ)ର ସଦସ୍ୟ। ଏଣୁ ଡେଟା ସହ ଜଡ଼ିତ ପ୍ରସଙ୍ଗଳ ଡେଟା ସଂରକ୍ଷଣ ସ୍ଥାନ, ବ୍ୟବସାୟ ଓ ବ୍ୟକ୍ତି ବିଶେଷଙ୍କ ସହ ସମ୍ପର୍କ, ସରକାର-ବ୍ୟବସାୟ-ବ୍ୟକ୍ତି ଭିତରେ ସମ୍ପର୍କ ଏସବୁ କୌଣସି ଗୋଟିଏ ଦେଶର ବିଷୟ ନୁହେଁ, ସାରା ବିଶ୍ଵ ଏ ବାବଦରେ ସଚେତନ ଏବଂ ତାହାକୁ ନେଇ ତର୍ଜମା କରୁଛି । ନୂଆ ଟେକ୍ନୋଲୋଜି ଉଭୟ ସଭ୍ୟତା ଓ ଏହାର ନିୟନ୍ତ୍ରକ ମାନଙ୍କ ପାଇଁ ଗୋଟିଏ ଗୋଟିଏ ନୂଆ ଆହ୍ବାନର ଇଙ୍ଗିତ। ଆମେ ସମସ୍ତଙ୍କୁ ଏ ଦିଗରେ କାର୍ଯ୍ୟ କରିବାକୁ ହେବ ।

ପ୍ରଶ୍ନ: ନିକଟରେ କଶ୍ମୀର ପ୍ରସଙ୍ଗକୁ ଭିତ୍ତିକରି ଟ୍ରମ୍ପ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ରିପବ୍ଲିକାନ୍‌ ସିନେଟର ଲିଣ୍ଡସେ ଗ୍ରାହାମ୍‌ଙ୍କ ସମେତ ୪ ଜଣ ଆମେରିକୀୟ ସିନେଟର କଶ୍ମୀର ପ୍ରସଙ୍ଗରେ ଚିନ୍ତା ପ୍ରକଟ କରି ସେକ୍ରେଟାରୀ ଷ୍ଟେଟସ୍‌ଙ୍କୁ ଚିଠି ଲେଖିଛନ୍ତି। ଏହା ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ ବୋଲି ଗ୍ରହଣ କରାଯାଉଛି କାରଣ ଲିଣ୍ଡସେ ଟ୍ରମ୍ପଙ୍କ ଜଣେ ବିଶ୍ଵସ୍ତ ସିନେଟର । ଏମାନଙ୍କ ଚିଠିରେ କଶ୍ମୀରରେ ଇଣ୍ଟରନେଟ୍‌ ଉପଲବ୍ଧ ଉପରେ ରୋକ୍‌ ଲଗାଯିବା, ରାଜନୀତିକ ନେତାଙ୍କୁ ବନ୍ଦୀ ରଖାଯିବା, ସିଏଏ-ଏନ୍‌ଆର୍‌ସିକୁ ନେଇ ଦେଶ ବ୍ୟାପୀ ଆନ୍ଦୋଳନସବୁ ବିଷୟ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି । ଏସବୁ ପ୍ରସଙ୍ଗ କିପରି ଭୂମିକା ନିର୍ବାହ କରିବେ ବୋଲି ଆପଣ ଚିନ୍ତା କରୁଛନ୍ତି ?

ଏଥିରେ ଦୁଇଟି ପ୍ରସଙ୍ଗ ଜଡ଼ିତ। କୋଟିଏ ହେଉଛି ରାଷ୍ଟ୍ରପତି ଟ୍ରମ୍ପ ଏବଂ ଅନ୍ୟଟିରେ ଆମେରିକୀୟ କଂଗ୍ରେସ। ଗଲା ତିନିବର୍ଷ ହେଲା ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଚରଣକୁ ଯଦି ଆମେ ଲକ୍ଷ୍ୟ କରିବା ତେବେ ଆମେ ଦେଖିବା ଯେ, ସେ ଅନେକ ସମୟରେ ଅପ୍ରତ୍ୟାଶିତ, ଅନିୟମିତ ତଥା ମୁଖ୍ୟସ୍ରୋତରୁ ହଟି ବୟାନ ଦେଇଛନ୍ତି। ଏହି ମନ୍ତବ୍ୟ ଆମେରିକାର ବିଦେଶ ନୀତି ସହ ଖାପ ଖାଇ ନାହିଁ। ଗତ ଜୁଲାଇରେ ଯେତେବଳେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହ ଆଲୋଚନା ପରେ ସେ କହିଲେ ଯେ, ଯଦି ଭାରତର ପ୍ରଧାନମନ୍ତ୍ରୀ ଚାହାନ୍ତି ତେବେ ସେ ଉଭୟ ଦେଶ ମଧ୍ୟରେ ମଧ୍ୟସ୍ଥତା ପାଇଁ ପ୍ରସ୍ତୁତ ସେତେବେଳେ ମୋତେ ଶକ୍ତ ଆଘାତ ଲାଗିଥିଲା । ମୁଁ ଜଣେ ସରକାରୀ କର୍ମଚାରୀ ସେଥିଲାଗି ନୁହେଁ ବରଂ ଆମେରିକା, ଓ ପାକ୍‌ ସହ ବୈଦେଶିକ ବ୍ୟାପାର କ୍ଷେତ୍ରରେ ମୁଁ ଅନେକ କାମ ସହ ଜଡ଼ିତ ରହି ଆସିଛି । ମୁଁ ମୋର ଅଭିଜ୍ଞତାକୁ ଆଧାର କରି ଏହା କହିପାରିବି ଯେ, ଆଜିଯାଏ ଯେତିକି ପ୍ରଧାନମନ୍ତ୍ରୀ ଭାରତରେ କାର୍ଯ୍ୟ କରିଛନ୍ତି କେହି ହେଲେ ଜଣେ ଆମେରିକୀୟ ରାଷ୍ଟ୍ରପତିଙ୍କୁ ଭାରତ-ପାକ୍‌ ସମସ୍ୟା ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିନ ଥାଆନ୍ତେ ବା କରିବେ ନାହିଁ।

ଏଣୁ ଏହା ନିଶ୍ଚିତ ଯେ, ସେ ଯାହା କହିଛନ୍ତି ତାହା ତାଙ୍କର ନିଜସ୍ଵ ମତ ଆଉ ଭାରତର ବୈଦେଶିକ ବ୍ୟାପରର ବିଭାଗ ମଧ୍ୟ ଏହି ମନ୍ତବ୍ୟକୁ ଶକ୍ତି ଭାବେ ବିରୋଧ କରିଛି । ଏହା ପରେ ସେ ପ୍ରକୃତରେ କହିଥିଲେ ଯେ, ସେ ମଧ୍ୟସ୍ଥତା କରିବାକୁ ନୁହେଁ ବରଂ ଦୁଇ ଦେଶ ଭିତରେ ସମସ୍ୟା ସମାଧାନ ଲାଗି ସହାୟକ ହୋଇପାରିବେ । ବାସ୍ତବରେ ଦେଖିବାକୁ ଗଲେ, ଆଫଗାନିସ୍ତାନରେ ଯେଉଁ କାର୍ଯ୍ୟକ୍ରମ ଆମେରିକା ହାତକୁ ନେଇଛି ଯେମିତି ତାଲିବାନ୍‌ଙ୍କୁ ହଟାଇବା ଏବଂ ସେଠାରେ ଶାନ୍ତି ପ୍ରକ୍ରିୟା ଜାରି ରଖିବା ପାଇଁ ପାକିସ୍ତାନର ସାହାଯ୍ୟ ଲୋଡ଼ୁଛି । ଏହି ସହାୟତା ନିରନ୍ତର ରଖିବା ଏବେ ଟ୍ରମ୍ପଙ୍କ ପାଇଁ ଆହ୍ବାନ ହୋଇଛି । ସେପ୍ଟେମ୍ବର ମାସରେ ସେ ‘ହାଉଡ଼ି ମୋଦି’ କାର୍ଯ୍ୟକ୍ରମରେ ଯୋଗ ଦେଇଥଇଲେ। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ନ୍ୟୁୟର୍କରେ ଭେଟିଥିଲେ। ସେଠାରେ ପାକିସ୍ତାନ୍‌ ଆତଙ୍କବାଦ ବିପକ୍ଷରେ କି ପଦକ୍ଷେପ ନେଉଛି ତାହାକୁ ଆଲୋଚନା କରିବାକୁ ଥିଲା। କିନ୍ତୁ ତାହା ହୋଇନଥିଲା । ଟ୍ରମ୍ପ କହିଥିଲେ ଯେ ସେ ଏବେ ଇରାନ୍‌ ପ୍ରସଙ୍ଗରେ ବ୍ୟସ୍ତ ଅଛନ୍ତି ଆଉ କିଛି ଜରୁରୀ କାର୍ଯ୍ୟ କରିବାକୁ ଯାଉଛନ୍ତି । ସେମାନେ ବୁଝି ସାରିଛନ୍ତି ଯେ, ପାକିସ୍ତାନ ଅଣ ରାଷ୍ଟ୍ରତତ୍ତ୍ଵ ତଥା ଆତଙ୍କବାଦୀଙ୍କ ସହ ସମ୍ପୃକ୍ତ ରହିଛି । ସେମାନେ ଏହା ମଧ୍ୟ ସ୍ପଷ୍ଟ ବୁଝି ସାରିଥିଲେ ଯେ, କଶ୍ମୀର ପ୍ରସଙ୍ଗରେ ଭାରତ ତୃତୀୟ ପକ୍ଷରୁ ସମର୍ଥନ ଚାହିଁବ ନାହିଁ । ଏଣୁ ଆମେ ଏହାକୁ କହୁଛି ଯେ, ପାକିସ୍ତାନକୁ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟସ୍ତ ରଖାଯାଉଛି ।

ଅନ୍ୟ ବିଷୟଟି ହେଉଛି ୟୁଏସ୍‌ କଂଗ୍ରେସ ସମ୍ବନ୍ଧରେ । ଯଦି ଆମେ ଆମେରିକୀୟ ଶୈଳୀ ସରକାରଙ୍କୁ ଆଲୋଚନା କରିବା ତେବେ ଜାଣିବା ଯେ, ଆମେରିକୀୟ କଂଗ୍ରେସ , ରାଷ୍ଟ୍ରପତିଙ୍କ ଭଳି କ୍ଷମତାପନ୍ନ ଏକ ଭିନ୍ନ ଅଙ୍ଗ ଭାବେ କାର୍ଯ୍ୟ କରିଥାଏ । ଅର୍ଥାତ୍‌ ସରକାରଙ୍କର କଂଗ୍ରେସ ଓ ରାଷ୍ଟ୍ରପତି ଦୁଇଟି ପ୍ରମୁଖ ଅଙ୍ଗ । ନିକଟରେ ଡେମୋକ୍ରାଟ୍‌ ସଦସ୍ୟଙ୍କ ଦ୍ଵାରା ଆମେରିକୀୟ କଂଗ୍ରେସରେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା । ଏହି ପ୍ରସ୍ତାବ ଆଗତ କରି ସେମାନେ ଭାରତ ବିରୋଧୀ ବୋଲି ନିଜକୁ କହୁ ନଥିଲେ ବରଂ କଶ୍ମୀରରେ ଇଣ୍ଟରନେଟ୍‌ ଅବରୋଧ, ରାଜନୀତିକ ନେତାଙ୍କୁ ବନ୍ଦୀ, ସିଏଏ ଏବଂ ଏନ୍‌ଆର୍‌ସି ପ୍ରସଙ୍ଗରେ ତାଙ୍କର ଉଦ୍‌ବେଗ ପ୍ରକାଶ କରିଥିଲେ। ଏହା ଆମେରିକା କଂଗ୍ରେସର ଗୋଟିଏ ପ୍ରସଙ୍ଗ ବୋଲି ବିଚାର କରିବାକୁ ହେବ। ଏଥିରେ ସେମାନେ ଦର୍ଶାଇବାକୁ ଚାହୁଁଥିଲେ ଯେ ସେମାନେ ଏ ପ୍ରସଙ୍ଗରେ ଜଟିଳ ରହିଛନ୍ତି । ଏହା ସେମାନଙ୍କର କର୍ତ୍ତବ୍ୟ । ଠିକ୍‌ ସେହିପରି ଭାରତ ମଧ୍ୟ ଯାହା ତାହାର ଦେଶରେ ଶାନ୍ତି, ସୌହାର୍ଦ୍ୟ ରକ୍ଷା ପାଇଁ ଆବଶ୍ୟକ ତାହା କରୁଛି ।

ଏପରିକି ଭାରତ ସରକାର ମଧ୍ୟ କଂଗ୍ରେସ ସହ ସମ୍ପର୍କ ସ୍ଥାପନ କରିଛନ୍ତି । ଆମେ ଏମିତି ଏକ ପରିସ୍ଥିତିରେ ଏବେ ରହିଛୁ ଯେଉଁଠାରେ ଉଭୟ ଡେମୋକ୍ରାଟ୍‌ ଓ ରିପବ୍ଲିକାନ୍‌ ସଦସ୍ୟ ଆମକୁ ସମର୍ଥନ କରୁଛନ୍ତି । ଅନ୍ୟ ଯେଉଁ ରାଷ୍ଟ୍ର ଏହିଭଳି ଦୁଇ ପାର୍ଟିର ସମର୍ଥନ ଲାଭ କରିଆସିଛି ତାହା ହେଲା ଇସ୍ରାଏଲ୍‌। ବର୍ତ୍ତମାନ ଡେମୋକ୍ରାଟ୍‌ ଓ ରିପବ୍ଲିକାନ୍‌ଙ୍କ ଭିତରେ ସମ୍ପର୍କ ଅତ୍ୟନ୍ତ ତିକ୍ତ ରହିଛି । ସେମାନେ ଭାରତ ଏବଂ ଆମେରିକା ସମ୍ପର୍କକୁ ଟ୍ରମ୍ପ ଓ ମୋଦିଙ୍କ ସମ୍ପର୍କ ସହ ତୁଳନା କରୁଛନ୍ତି । ଏଣୁ ସେମାନେ କିଛି ପ୍ରସଙ୍ଗରେ ଅତ୍ୟନ୍ତ କଠୋର ହୋଇଛନ୍ତି । ଭାରତ ଏ ଦିଗରେ ଯଥେଷ୍ଟ ସତର୍କ ଆଚରଣ କରିବା ଦରକାର। ଯେଉଁ ସମ୍ପର୍କ ଭାରତ-ୟୁଏସ୍‌ ଭିତରେ ରହିଛି ତାହା ନିରନ୍ତର ଭାବେ ଆଗକୁ ଅଧିକ ମଜଭୁତ ହେବା ଆବଶ୍ୟକ ।

ପ୍ରଶ୍ନ: ଭାରତର ନିର୍ବାଚନ ଅବ୍ୟବହିତ ପୂର୍ବରୁ ଆମେରିକାରେ ହାଉଡ଼ି ମୋଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହାକୁ ଡେମୋକ୍ରାଟ୍‌ମାନେ ଯଥେଷ୍ଟ ସମାଲୋଚନା କଲେ । ଏପରିକି ଭାରତର ନିର୍ବାଚନରେ ଆଉଥରେ ଜିତିବା ଲାଗି ଏହା ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସମର୍ଥନ ବୋଲି ବିଚାର କରାଗଲା। ଏବେ ଆମେରିକାର ନିର୍ବାଚନ ଆସନ୍ନ । ସେତେବେଳେ ଭାରତରେ ଅନୁରୂପ କାର୍ଯ୍ୟକ୍ରମ କେମ୍‌ଛୋ ଟ୍ରମ୍ପ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହାଦ୍ଵାରା ଆମେରିକୀୟ କଂଗ୍ରେସରେ ଭାରତ ଯେଉଁ ଦ୍ଵି- ପାର୍ଟି ସମର୍ଥନ ଲାଭ କରି ଆସିଛି ସେଥିରେ ସମସ୍ୟା ଆଣିବ କି ?

ଆମେରିକାରେ ଯିଏ ବି ରାଷ୍ଟ୍ରପତି ହୁଅନ୍ତୁ ନା କାହିଁକି ଭାରତ ତାହାଙ୍କୁ ଯଥେଷ୍ଟ ଗୁରୁତ୍ଵ ପ୍ରଦାନ କରିବା ଆବଶ୍ୟକ । କୌଣସି ବି କ୍ଷେତ୍ରରେ ତାଙ୍କର ସ୍ଵାଗତ ଏବଂ ଆତିଥେୟତାରେ ଅଭାବ ହେବା ଅନୁଚିତ । ଏହା ବିଚାର କରାଯିବା ଜରୁରୀ ନୁହେଁ ଯେ, କିଏ ରାଷ୍ଟ୍ରପତି ଅଛନ୍ତି କିନ୍ତୁ ଏହା ବିଚାର କରାଯିବା ଉଚିତ ଯେ, ସେ ଆମେରିକାର ରାଷ୍ଟ୍ରପତି। ଅତୀତର ଘଟଣାଗୁଡ଼ିକୁ ନିରିଖେଇଲେ ଏହା ସ୍ପଷ୍ଟ ହୁଏ ଯେ ଭାରତ କେବେ କୌଣସି ଆମେରିକୀୟ ରାଷ୍ଟ୍ରପତିଙ୍କୁ ଅବହେଳା ପ୍ରଦର୍ଶନ କରିନାହିଁ । ସମ୍ପୃକ୍ତ ରାଷ୍ଟ୍ରପତି ରାଷ୍ଟ୍ର ଭିତରେ ବା ଆନ୍ତର୍ଜାତୀୟ ସ୍ତରରେ କେଉଁ ସମସ୍ୟା ଦେଇ ଗତି କରୁଛନ୍ତି ତାହାକୁ ନେଇ ଅତିଥି ସ୍ଵାଭତରେ ହେଳା କରାଯାଇ ନାହିଁ । ରାଷ୍ଟ୍ରପତି ଥିବା ସମୟରେ କ୍ଲିଣ୍ଟନଙ୍କ ଭାରତ ଗସ୍ତ କଥା କହନ୍ତୁ ବା ଜର୍ଜ ବୁଶ୍‌ଙ୍କ କଥା କହନ୍ତୁ; ସବୁବେଳେ ଭାରତ ଖୋଲା ହୃଦୟରେ ସ୍ଵାଗତ କରିଛି।

ଆପଣ ଏହା ମନେ ପକାଇପାରିବେ ଯେତେବେଳେ ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ବୁସ୍‌ଙ୍କୁ ଭେଟିଥିଲେ । ସେତେବେଳେ ବୁଶ୍‌ ପ୍ରବଳ ଆନ୍ତର୍ଜାତୀୟ ଚାପରେ ଥିଲେ । ଏହା ତାଙ୍କର କାର୍ଯ୍ୟକାଳର ଶେଷ ବର୍ଷ ଥିଲା । ସେତେବେଳେ ଭାରତୀୟ ପ୍ରଧାନମନ୍ତ୍ରୀ କହିଥିଲେ ‘ ଭାରତର ସମସ୍ତ ଜନତା ଆପଣଙ୍କୁ ଯଥେଷ୍ଟ ଭଲ ପାଆନ୍ତି’। ଯେତେବେଳେ ୟୁଏସ୍‌ କଂଗ୍ରେସ ଓବାମାଙ୍କ ବିରୋଧରେ ଥିଲା ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ତାଙ୍କୁ ଭେଟିଥିଲେ । ସେତେବେଳେ ଭାରତ ତାଙ୍କୁ ସାଦରେ ସ୍ଵଗତ ଜଣାଇଥିଲା । ଏଣୁ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ଵାଗତ ସମାରୋହକୁ ଭବ୍ୟ କରିବାରେ କୌଣସି ଆପତ୍ତି ନାହିଁ । ହେଲେ କଂଗ୍ରେସକୁ ଅବହେଳା କରିବାକୁ ହେବ ନାହିଁ । କଂଗ୍ରେସ ମଧ୍ୟ ରାଷ୍ଟ୍ରପତିଙ୍କ ଭଳି ସମାନ ଭାବେ କ୍ଷମତାପନ୍ନ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.