ETV Bharat / bharat

ଜେଟଲୀଙ୍କୁ ଭେଟିଲେ ବରିଷ୍ଠ ନେତୃବୃନ୍ଦ - ପୂର୍ବତନ ଅର୍ଥମନ୍ତ୍ରୀ

ଚଳିତ ମାସ 9 ତାରିଖରୁ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏମ୍ସରେ ଚିକିତ୍ସାଧିନ ଅଛନ୍ତି । ଆଇସିୟୁରେ ଲାଇଫ ସପୋର୍ଟିଂ ସିଷ୍ଟମ ମାଧ୍ୟମରେ ତାଙ୍କର ଚିକିତ୍ସା ଜାରି ରହିଛି । ଜେଟଲୀଙ୍କୁ ଭେଟିଛନ୍ତି ବରିଷ୍ଠ ନେତୃବୃନ୍ଦ । ଶନିବାର କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ବରିଷ୍ଠ ନେତୃବୃନ୍ଦ ଏମ୍ସ ଯାଇ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 17, 2019, 9:25 PM IST

ନୂଆଦିଲ୍ଲୀ: ଚଳିତ ମାସ ଗତ 9 ତାରିଖରୁ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏମ୍ସରେ ଚିକିତ୍ସାଧିନ ଅଛନ୍ତି । ତେବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କିତ ଖବର ବୁଝିବା ପାଇଁ ପ୍ରତିଦିନ ଅନେକ ନେତୃବୃନ୍ଦ ଏମ୍ସ ଯାଉଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ପୂର୍ବରୁ ଯାଇଥିବା ବେଳେ ଶନିବାର କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ବରିଷ୍ଠ ନେତୃବୃନ୍ଦ ଏମ୍ସ ଯାଇ ଜେଟଲୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି ।

ଅପରାହ୍ଣ 4.54 ମିନିଟରେ ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଏମ୍ସରେ ପହଞ୍ଚିଥିଲେ । ଏହା ସହିତ ସେ ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ କର୍ତ୍ତୃପକ୍ଷଙ୍କ ଠାରୁ ପଚାରି ବୁଝିଥିଲେ ।

ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିତ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଶନିବାର ଏମ୍ସ ଯାଇ ଜେଟଲୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ଅପରାହ୍ଣରେ ନୀତିଶ କୁମାର ଏମ୍ସରେ ପହଞ୍ଚିଥିଲେ ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ଏହା ବ୍ୟତୀତ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ ମଧ୍ୟ ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ

ବିଏସପି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ମଧ୍ୟ ଏମ୍ସ ଗସ୍ତରେ ଯାଇ ଜେଟଲୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ଏହା ସହ ସେ ଟ୍ବିଟ କରି କହିଛନ୍ତି ଯେ, ଆଜି ମୁଁ ଏମ୍ସ ଯାଇ ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛି । ଏହା ସହିତ ତାଙ୍କ ପରିବାରକୁ ମଧ୍ୟ ଭେଟିଛି । ସେମାନଙ୍କୁ ଆଶ୍ବାସନା ଦେବା ସହିତ ଜେଟଲୀଙ୍କ ଆଶୁ ଆରୋଗ୍ୟ କାମନା ମଧ୍ୟ କରିଛି ।

ଅଧିକ ପଢନ୍ତୁ : ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ

ଏହା ବ୍ୟତୀତ ବିଜେପିର ଅନେକ ବରିଷ୍ଠ ବିଜେପି ନେତୃବୃନ୍ଦ ମଧ୍ୟ ଏମ୍ସ ଯାଇଥିଲେ । କଂଗ୍ରେସର ଯୁବ ନେତା ଅଭିଷେକ ମନୁ ସାଙ୍ଗଭି, ଜ୍ୟେତିରାଦିତ୍ୟ ସିନ୍ଧିଆ ମଧ୍ୟ ଏମ୍ସ ଯାଇ ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନ, ବିଜେପି ନେତା ସତୀଶ ଉପାଧ୍ୟାୟ ଏବଂ ଏୟାର ଚିଫ ମାର୍ସାଲ ବିରେନ୍ଦ୍ର ସିଂ ଧନୋଆ ମଧ୍ୟ ଏମ୍ସ ଯାଇଥିବା ଜଣାପଡ଼ିଛି । ହର୍ଷବର୍ଦ୍ଧନ କହିଛନ୍ତି କି ଡାକ୍ତରୀ ଟିମ ଜେଟଲୀଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାକୁ ଦିନରାତି ପ୍ରୟାସ ଜାରି ରଖିଛନ୍ତି ।

ସେହିପରି ଗତକାଲି(ଶୁକ୍ରବାର) ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ର ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ର ଯୋଗୀ ଆଦିତ୍ୟନାଥ ମଧ୍ୟ ଏମ୍ସ ଯାଇ ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।

ସ୍ବଳ୍ପରେ ଜେଟଲୀ

  • ଅରୁଣ ଜେଟଲୀ ପେସାରେ ଜଣେ ଓକିଲ । ମାତ୍ର କେନ୍ଦ୍ରରେ ମଧ୍ୟ ବେଶ ଗୁରୁ ଦାୟିତ୍ବ ତୁଲାଇ ଆସୁଛନ୍ତି ।
  • ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟରେ ବହୁ ଗୁରୁତ୍ତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇ ଆସୁଛନ୍ତି ।
  • ସେ କେନ୍ଦ୍ରରେ ଅର୍ଥ, ପ୍ରତିରକ୍ଷା ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ଏହା ସହିତ ଅଧିକାଂଶ ସମୟରେ ସେ ମୋଦି ସରକାରରେ ସଂକଟମୋଚକ ଭାବେ ମଧ୍ୟ ଉଭା ହୋଇଛନ୍ତି ।
  • ସ୍ବାସ୍ଥ୍ୟସମସ୍ୟା ପାଇଁ ସେ 2019 ନିର୍ବାଚନରୁ ଓହରି ଯାଇଥିଲେ ।
  • ସ୍ବାସ୍ଥ୍ୟ ସମସ୍ୟା ପାଇଁ ସେ ଗତବର୍ଷ ଏପ୍ରିଲ ମାସରୁ କାର୍ଯ୍ୟାଳୟ ଆସିବା ବନ୍ଦ କରିଦେଇଥିଲେ । ନିଜର ଚିକିତ୍ସା ପାଇଁ ସେ ଆମେରିକା ଗସ୍ତ କରିଥିଲେ । ସେଠାରୁ ଫେରିବା ପରେ ଅଗଷ୍ଟ 23 ତାରିଖରୁ ପୁନର୍ବାର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇଥିଲେ ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.