ETV Bharat / bharat

370 ଉଚ୍ଛେଦ: ସୋମବାର ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି - petitions against Article 370

ଜାମ୍ମୁ କାଶ୍ମୀରରୁ 370 ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଖଲ ଯାଚିକା ଉପରେ ସୋମବାର ଗୁରୁତ୍ବପୂର୍ଣ୍ଣ ଶୁଣାଣି । ଅଧିକ ପଢନ୍ତୁ...

ଧାରା 370: ସୋମବାର ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି

author img

By

Published : Feb 29, 2020, 7:02 PM IST

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ । ଜାମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତାକୁ ପ୍ରଦାନ କରୁଥଇବା ଧାରା 370 ଉଚ୍ଛେଦର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି କୋର୍ଟରେ ଯାଚିକା ଦାଖଲ ହୋଇଥିଲା । ତେବେ ଏହି ଯାଚିକାଗୁଡିକୁ ବୃହତ ବେଞ୍ଚକୁ ପଠାଯିବ କି ନାହିଁ ତାହା ଉପରେ ନିଜର ରାୟ ଦେବେ ସୁପ୍ରିମକୋର୍ଟ । ପୂର୍ବରୁ ମଧ୍ୟ 370 ଉପରେ 1959 ଓ 1970ରେ ଶୁଣାଣି ହୋଇଥିଲା ।

ଗତ ବର୍ଷ ଅଗଷ୍ଟରେ କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରରୁ 370 ଉଚ୍ଛେଦ କରି ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ । ଏହି ପଦକ୍ଷେପ ପରେ ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର ପାହ୍ୟାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରମିକୋର୍ଟରେ ଅନେକ ଯାଚିକା ଦାଖଲ ହୋଇଥିଲା । ଏହି ମାମଲାର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଏକ 5 ଜଣିଆ ଜଜଙ୍କ ଖଣ୍ଡପୀଠ ଗଠନ କରିଥିଲେ । ଜଷ୍ଟିସ୍ ଏନ.ଭି ରମଣାଙ୍କ ନେତୃତ୍ବାଧିନ ଏହି ସମ୍ବିଧାନ ବେଞ୍ଚରେ ଜଷ୍ଟିସ୍ ଏସ୍ କେ କୌଲ, ଆର ସୁଭାଷ ରେଡ୍ଡୀ, ବି ଆର ଗାଭାଇ ଏବଂ ସୂର୍ଯ୍ୟକାନ୍ତ ରହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.