ଚଣ୍ଡିଗଡ: କୋରୋନା ମୁକାବିଲା ପାଇଁ ଦେଶରେ ଜାରି ରହିଛି ଲକଡାଉନ । ଆଉ ଏଥିପାଇଁ ଭାରତକୁ ଆସିଥିବା ବାହାର ଦେଶର ପର୍ଯ୍ୟଟକ ମାନେ ନିଜ ଦେଶକୁ ନଯାଇପାରି ଫଶିରହିଥାନ୍ତି । ଯେଉଁଥିପାଇଁ ଧିରେ ଧିରେ ସେମାନଙ୍କୁ ସ୍ବଦେଶକୁ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଛି ।
ସେହିପିର ପଞ୍ଜାବରେ ଫସି ରହିଥିଲେ ବ୍ରିଟେନର ପ୍ରାୟ 250 ଜଣ ନାଗରିକ । ଗୁରୁବାର ସେମାନଙ୍କୁ ଏକ ସ୍ୱତନ୍ତ୍ର ବ୍ରିଟିଶ ଏୟାରୱେଜ ବିମାନରେ ଅମୃତସରର ଶ୍ରୀ ଗୁରୁରାମ ଦାସଜୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ନିଜ ଦେଶକୁ ପଠାଯାଇଛି ।