ଥିରୁଅନନ୍ତପୁରମ: ଦେଶରେ ଜାରି ରହିଛି ଲକଡାଉନ । ଏହି ଅବସରରେ ଯିଏ ଯେଉଁ ସ୍ଥାନରେ ରହିଛନ୍ତି ସେହିଠାରେ ରହିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସରକାରଙ୍କ ଏହି ନିର୍ଦ୍ଦେଶକୁ ନେଇ ଅନେକ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସେହିପରି କେରଳର କୋଟାୟାମରେ ଫସି ରହିଛନ୍ତି ପଶ୍ଚିମବଙ୍ଗର ପ୍ରାୟ 200 କର୍ମଚାରୀ । ଏନେଇ ଜଣେ ଶ୍ରମିକ କହିଛନ୍ତି ଯେ, 'ଆମ ପାଖରେ ଟଙ୍କା ନାହିଁ, ଆମର ନିଯୁକ୍ତିଦାତା ଲକଡାଉନ ସମୟରେ ଆମକୁ ମଜୁରୀ ଦେବାକୁ ମନା କରି ଦେଇଛନ୍ତି । ତେଣୁ ଆମକୁ ପଶ୍ଚିମବଙ୍ଗ ଅର୍ଥାତ ଆମ ନିଜ ଘରେ ପହଞ୍ଚିବାକୁ ସରକାର ସାହାଯ୍ୟ କରନ୍ତୁ ବୋଲି ଆମେ ଚାହୁଁଛୁ ।'