ନୂଆଦିଲ୍ଲୀ: କୋରୋନା ଆକ୍ରାନ୍ତଙ୍କ ବୃଦ୍ଧିକୁ ଦୃଷ୍ଟିରେ ରଖି ଦକ୍ଷିଣ ଦିଲ୍ଲୀ ଜିଲ୍ଲା ପ୍ରଶାସନ କ୍ରମାଗତ ଭାବରେ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘର ଜନପଦ ପଠାଇବା ପ୍ରୟାସ ଜାରି ରଖିଛନ୍ତି । ଶୁକ୍ରବାର ମଧ୍ୟ କିଛି ଲୋକଙ୍କୁ ଜନପଦ ପଠାଯାଉଛି।
ଶୁକ୍ରବାର ଦକ୍ଷିଣ ଦିଲ୍ଲୀର ପୁଷ୍ପ ବିହାର ସେକ୍ଟର 1 ସରକାରୀ ବାଳକ ବିଦ୍ୟାଳୟରୁ ପ୍ରାୟ 1500 ପ୍ରବାସୀଙ୍କୁ 72ଟି ବସ ଦ୍ବାରା ସେମାନଙ୍କ ରାଜ୍ୟ ଉତ୍ତର-ପୂର୍ବକୁ ପଠାଇଛି । ଏସଡିଏମ କପିଲ ଚୌଧୁରୀ ସମସ୍ତଙ୍କୁ ସ୍କ୍ରିନିଂ କରିବା ସହ ଟିକେଟ ଦେଇ ପଠାଇଛନ୍ତି ।
ଏସଡିଏମ କପିଲ ଚୌଧୁରୀ କହିଛନ୍ତି, ଏମାନେ ପଞ୍ଜାବ ଚଣ୍ଡିଗଡ଼, ଫରିଦାବାଦ, ବାଲାଭଗଡ ବାସିନ୍ଦା ଅଟନ୍ତି । ସେମାନଙ୍କ ମଧ୍ୟରେ କିଛି ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ