ନୂଆଦିଲ୍ଲୀ: ବର୍ତ୍ତମାନ ସମସ୍ତ ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ ଆରୋଗ୍ୟ ସେତୁ ଆପ୍ । କୋଭିଡ-19 ମୁକାବିଲା ପାଇଁ ଏହି ଆପ୍ ଡାଉନଲୋଡକୁ ଶୁକ୍ରବାର ବାଧ୍ୟତାମୂଳକ କରିଛନ୍ତି ସରକାର । ଏହାର ଶତ ପ୍ରତିଶତ ଫଳ ପାଇଁ କିଛି ସାଂଗଠନିକ ମୁଖ୍ୟଙ୍କୁ ଦାୟିତ୍ବ ଦିଆଯାଇଛି ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ, କୋଭିଡ-19 କଣ୍ଟେନମେଣ୍ଟ ଜୋନରେ ରହୁଥିବା ଲୋକଙ୍କ ପାଇଁ ମୋବାଇଲ୍ ଆପ୍ ନିଶ୍ଚିତ ହେବ। ମନ୍ତ୍ରଣାଳୟ କହିଛି, ‘ଆରୋଗ୍ୟ ସେତୁ ଆପର ବ୍ୟବହାର ଉଭୟ ବେସରକାରୀ ଓ ଜନସାଧାରଣଙ୍କ ପାଇଁ ବାଧ୍ୟତାମୂଳକ ହେବ। କର୍ମଚାରୀଙ୍କ ମଧ୍ୟରେ ଏହି ଆପର 100 ପ୍ରତିଶତ ଡାଉନଲୋଡ ସୁନିଶ୍ଚିତ କରିବା ସଂପୃକ୍ତ ସଂସ୍ଥାର ମୁଖ୍ୟଙ୍କର ଦାୟିତ୍ବ ’।
ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାରକାରୀଙ୍କୁ କୋଭିଡ-19 ସଂକ୍ରମଣର ବିପଦ ଅଛି କି ନାହିଁ ତାହା ଚିହ୍ନଟ କରିବାରେ ଏହା ସାହାଯ୍ୟ କରିବ । ଏହା କୋରୋନା ଭାଇରସ ସଂକ୍ରମଣ ଓ ଏହାର ଲକ୍ଷଣକୁ ଏଡାଇବା ସହିତ ଲୋକଙ୍କୁ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିଥାଏ ।