ETV Bharat / bharat

ଆରୋଗ୍ୟ ସେତୁ ଆପ୍: 13 ଦିନରେ 5 କୋଟି ନୂଆ ୟୁଜର୍ସ, 12 କୋଟିରୁ ଉର୍ଦ୍ଧ୍ବ ଡାଉନଲୋଡ - ଆରୋଗ୍ୟ ସେତୁ ଆପ୍

ଏପ୍ରିଲ୍‌ ୨ ତାରିଖରେ କେନ୍ଦ୍ର ସରକାର ଆରୋଗ୍ୟ ସେତୁ ଆପ୍‌ ଆରମ୍ଭ କରିଥିଲେ । ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍‌ଫରମେଶନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାଶନାଲ ଇନ୍‌ଫରମେଟିକ୍ସ ସେଣ୍ଟର(ଏନ୍‌ଆଇସି) ଏହାକୁ ବିକଶିତ କରିଛି । 2 ଏପ୍ରିଲରେ ଏହି ଆପ୍ ଲଞ୍ଚ କରାଯାଇଥିଲା । 2 ମାସ ମଧ୍ୟରେ, ଏହି ଆପର ଡାଉନଲୋଡ୍ ସଂଖ୍ୟା 12 କୋଟି ଅତିକ୍ରମ କରିଛି ।

arogya setu app
arogya setu app
author img

By

Published : Jun 1, 2020, 8:16 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମିତଙ୍କ ଠାରୁ ଲୋକଙ୍କୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଗତ ଏପ୍ରିଲ୍‌ ୨ ତାରିଖରେ କେନ୍ଦ୍ର ସରକାର ଆରୋଗ୍ୟ ସେତୁ ଆପ୍‌ ଆରମ୍ଭ କରିଥିଲେ। ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍‌ଫରମେଶନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାଶନାଲ ଇନ୍‌ଫରମେଟିକ୍ସ ସେଣ୍ଟର(ଏନ୍‌ଆଇସି) ଏହାକୁ ବିକଶିତ କରିଛି । 2 ଏପ୍ରିଲରେ ଏହି ଆପ୍ ଲଞ୍ଚ କରାଯାଇଥିଲା । 2 ମାସ ମଧ୍ୟରେ ଏହି ଆପର ଡାଉନଲୋଡ୍ ସଂଖ୍ୟା 12 କୋଟି ଅତିକ୍ରମ କରିଛି ।

ଆରୋଗ୍ୟ ସେତୁ ଆପ୍‌ ଭାରତର ଅଧିକାଂଶ ଡାଉନଲୋଡ୍ ହୋଇଥିବା ସ୍ବାସ୍ଥ୍ୟ ଆପ୍ ତାଲିକାରେ ଶୀର୍ଷରେ ରହିଛି । ନିକଟରେ ସରକାର ଏହି ଆପକୁ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଓପନ ସୋର୍ସ କରିଥିଲେ। ଏହାର କିଛି ସମୟ ପରେ, ଆପ୍ 12 ମିଲିୟନ୍ ଡାଉନଲୋଡ୍ ଅତିକ୍ରମ କଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟରେ ଏହା ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିଟରେ କହିଛନ୍ତି, 12 କୋଟି ସ୍ବାସ୍ଥ୍ୟ ସଚେତନ ବ୍ୟକ୍ତି ଏହାକୁ ଡାଉନଲୋଡ୍ କରିଛନ୍ତି । କୋରୋନା ବିରୋଧରେ ଲଢେଇରେ ଏହା ବହୁତ ସାହାଯ୍ୟ କରିଛି ।

ଆରୋଗ୍ୟ ସେତୁ ଆପ୍‌ ମାତ୍ର 13 ଦିନରେ 5 କୋଟି ନୂତନ ଉପଭୋକ୍ତା ଯୋଡିଛି । ସରକାର ଏହି ଆପକୁ ଅନେକ କ୍ଷେତ୍ରରେ ବାଧ୍ୟତାମୂଳକ କରିଛନ୍ତି। ଅନେକ କାର୍ଯ୍ୟାଳୟ, ରେଳ ଏବଂ ବିମାନ ଯାତ୍ରା ସମୟରେ ଏହି ଆପ୍ ରହିବା ବାଧ୍ୟତାମୂଳକ କରାଯାଇଛି ।

ଆପଣଙ୍କର ଅବସ୍ଥାନ ବିବରଣୀ ଏବଂ ସାମାଜିକ ଗ୍ରାଫ୍ ଉପରେ ଆଧାର କରି, ଆରୋଗ୍ୟ ସେତୁ ଆପ୍‌ କହିବ ଯେ ଆପଣ କେଉଁ ବର୍ଗରେ କମ୍ ବିପଦପୂର୍ଣ୍ଣ କିମ୍ବା ଅଧିକ ବିପଦରେ ଅଛନ୍ତି | ଯଦି ଆପଣ ଅଧିକ ବିପଦରେ ଅଛନ୍ତି, ଆପ୍ ଆପଣଙ୍କୁ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବାକୁ ମଧ୍ୟ ସତର୍କ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.