ଜମ୍ମୁ: ଜେନେରାଲ ଅଫିସର କମାଣ୍ଡିଙ୍ଗ ଇନ ଚିଫ ନର୍ଦନ କମାଣ୍ଡ , ଲେଫନାଣ୍ଟ ଜେନେରାଲ ୟାଇକେ ଯୋଶୀ ଜମ୍ମୁକାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ରାଜଭବନରେ ସାକ୍ଷାତ କରିଛନ୍ତି । ଏହି ଅବସରରେ ଉଭୟ ଆନ୍ତର୍ଜାତୀୟ ସୀମାରେ ସୁରକ୍ଷା ସ୍ଥିତି, ନିୟନ୍ତ୍ରଣ ରେଖା ଓ ଆତଙ୍କବାଦୀ ବିରୋଧୀ ଅପରେସନ ସଂପର୍କରେ ଆଲୋଚନା କରିଛନ୍ତି ।
ସେହିପରି ଜାମ୍ମୁକାଶ୍ମୀରର ସାର୍ବଭୌମ ଏକତା ଓ ଆଭ୍ୟନ୍ତରୀଣ ସୁରକ୍ଷା ବଜାୟ ରଖିବାରେ ସେନାର ବିଭିନ୍ନ ଭୂମିକା ସଂପର୍କରେ ଉଭୟ ଆଲୋକପାତ କରିଥିଲେ ।
@ANI