କଶ୍ମୀର: ପୁଲୱାମା ଆକ୍ରମଣ ପରେ ଆରମ୍ଭ ହୋଇଛି ଅପରେସନ । ଏହି ଅପରେସନରେ 3 ଆତଙ୍କୀ ନିପାତ ହୋଇଛନ୍ତି । କିନ୍ତୁ ଅପରେସନ ସମୟରେ ବାଧା ସାଜୁଛନ୍ତି ସ୍ଥାନୀୟ ଯୁବକ । ଯୁବପିଢୀଙ୍କୁ ଏଭଳି ନକରିବା ପାଇଁ ସେନା ପକ୍ଷରୁ ଅନୁରୋଧ କରାଯାଉଥିବା ବେଳେ କାଶ୍ମରୀ ଯୁବକଙ୍କ ମନ କିଣି ନେଇଛନ୍ତି ଜଣେ ବରିଷ୍ଠ ସେନା ଅଧିକାରୀ ।
ପୁଲୱାମା ଆକ୍ରମଣ ପରେ ସେନା ଓ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିବିନିମୟ ହୋଇଥିଲା । ଏହି ଅପରେସନ ସମୟରେ ନିପାତ ହୋଇଥିଲେ 3 ଆତଙ୍କୀ । କିନ୍ତୁ ଅପରେସନ ଚାଲିଥିବା ବେଳେ ବାଧା ସାଜୁଥିଲେ ସ୍ଥାନୀୟ ଯୁବକ । ସୁରକ୍ଷା ବଳଙ୍କ ଉପରକୁ ପଥର ଫିଙ୍ଗୁଥିବା ବେଳେ ସେନା ବିରୋଧ ନାରାବାଜି ଦେଉଥିବା ଦେଖିବାକୁ ମିଳିଥିଲା । ଆଉ ଏହି ସମୟରେ ସେନା ପକ୍ଷରୁ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହ ପୁଲୱାମା ପୋଲିସ ପକ୍ଷରୁ ଜାଗା ଛାଡିଯିବାକୁ ଅନୁରୋଧ କରାଯାଉଥିଲା ।
କିନ୍ତୁ ଏହି ସମୟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା କାଶ୍ମରୀଙ୍କ ହୃଦୟ ଜିଣି ନେଇଛନ୍ତି । ଜଣେ ବରିଷ୍ଠ ସେନା ଅଧିକାରୀ ସାଧାରଣ ଯୁବପିଢୀଙ୍କ ପାଇଁ ଗୁଳି ଖାଇବାକୁ ପ୍ରସ୍ତୁତ ଥିବା ବେଳେ ନାଗରିକଙ୍କୁ ସୁରକ୍ଷା ଦେବାକୁ ସେମାନେ ପ୍ରତିଶ୍ରୃତି ବଦ୍ଧ ବୋଲି କହିଛନ୍ତି ।
ଯଦି ଆତଙ୍କୀ ଓ ସୁରକ୍ଷାବଳଙ୍କ ଲଢେଇରେ ଗୁଳି ଖାଇବାକୁ ପଡେ ତେବେ ସେ ପ୍ରସ୍ତୁତ ଅଛନ୍ତି । ଆଗକୁ ସେ ଆହୁରି ମଧ୍ୟ କହିଛନ୍ତି, ଯଦି କୌଣସି ସେନାର ଗାଡି ଯାଉଥିବା ଦେଖନ୍ତି, ତେବେ ରାସ୍ତାରୁ ଓହରିଯିବେ । ଏହା ଦ୍ବାରା ସେନାକୁ ସୂଚନା ମିଳିଯିବ ଆଗରେ କିଏ ଅଛି । ଯଦି ଆତଙ୍କବାଦୀ ଆମ ଉପରେ ହମଲା କରନ୍ତି ତେବେ ସେହି ସମୟରେ ଆପଣମାନେ ସେନାଙ୍କ ଠାରୁ ଦୂରେଇ ଯିବେ ।