ETV Bharat / bharat

ପୁଣି ସୀମାରେ ପାକ୍‌ର ଅସ୍ତ୍ରବିରତି ଉଲଙ୍ଘନ, ଯବାନ ଶହୀଦ - loc

ମଙ୍ଗଳବାର ପୁଞ୍ଛ ଜିଲ୍ଲାର କୃଷ୍ଣାଘାଟି ସେକ୍ଟରରେ ପାକିସ୍ତାନୀ ସେନା ଭାରତୀୟ ଶିବିର ଗୁଡିକୁ ଲକ୍ଷ୍ୟ କରି ଗୁଳିମାଡ ଏବଂ ମୋର୍ଟାର ମାଡ କରିଛନ୍ତି । ଏଥିରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି ।

ଫାଇଲ ଫଟୋ
author img

By

Published : Aug 20, 2019, 5:03 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣିଥରେ ଅସ୍ତ୍ରବିରତି ଉଲଙ୍ଘନ କରିଛି ପାକିସ୍ତାନ । ମଙ୍ଗଳବାର ସକାଳ 11 ଟା ସମୟରେ ପୁଞ୍ଛ ଜିଲ୍ଲାର କୃଷ୍ଣାଘାଟି ସେକ୍ଟରରେ ପାକିସ୍ତାନୀ ସେନା ଭାରତୀୟ ଶିବିର ଗୁଡିକୁ ଲକ୍ଷ୍ୟ କରି ଗୁଳିମାଡ ଏବଂ ମୋର୍ଟାର ମାଡ କରିଛନ୍ତି । ପାକ୍‌ ସେନାଦ୍ବାରା କରାଯାଇଥିବା ଏହି ଗୁଳିମାଡରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଇଛି। ଶହୀଦ ଯବାନ ଜଣଙ୍କ ବିହାରର ରବି ରଞ୍ଜନ କୁମାର ସିଂହ ।

ଏଥିରେ ଅନ୍ୟ ୪ ଜଣ ଯବାନ ମଧ୍ୟ ଆହତ ହୋଇଥିବା ଜଣା ପଡିଛି । ସେମାନଙ୍କୁ ଚିକିତ୍ସା ପାଇଁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଭାରତୀୟ ସେନା ପକ୍ଷରୁ ଏହାର କଡା ଜବାବ ଦିଆଯାଉଛି । ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରଠାରୁ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତ ବିରୋଧୀ ଅଭିଯାନ ଚଳାଇଛି । ସେପଟେ ଘାଟିରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଲଗାତାର ଅସ୍ତ୍ରବିରତି ଉଲଙ୍ଘନ କରୁଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.