ETV Bharat / bharat

ବୋଫର୍ସ ଠୁ ଘାତକ ସ୍ବଦେଶୀ ତୋପ 'ଧନୁଷ' ସେନାରେ ସାମିଲ - ଘାତକ ସ୍ବଦେଶୀ ତୋପ ଧନୁଷ

ବୁଧବାର ଦେଶର ପ୍ରଥମ ‘ଦେଶୀ ବୋଫର୍ସ’ ଧନୁଷକୁ ଜବଲପୁର ଗନ କ୍ୟାରେଜ ଫ୍ୟାକ୍ଟ୍ରି(ଜିଏସଏଫ୍‌) ଠାରେ ଭାରତୀୟ ସେନାରେ ସାମିଲ୍‌ କରାଯାଇଛି ।

ଡିଜାଇନ ଫଟୋ
author img

By

Published : Oct 17, 2019, 5:18 PM IST

ନୂଆଦିଲ୍ଲୀ: ଭାରତୀୟ ସେନାର ଶକ୍ତି ଓ ସାମର୍ଥ୍ୟକୁ ବଢ଼ାଇବା ପାଇଁ ଲଗାତାର ସରକାର ପ୍ରୟାସ ଜାରି ରଖିଛନ୍ତି । ବୁଧବାର ଦେଶର ପ୍ରଥମ ‘ଦେଶୀ ବୋଫର୍ସ’ ଧନୁଷକୁ ଜବଲପୁର ଗନ କ୍ୟାରେଜ ଫ୍ୟାକ୍ଟ୍ରି(ଜିଏସଏଫ୍‌) ଠାରେ ଭାରତୀୟ ସେନାରେ ସାମିଲ୍‌ କରାଯାଇଛି । ଏହା ବିଶ୍ବର ସର୍ବଶ୍ରେଷ୍ଠ ତୋପ ଠାରୁ ସର୍ବାଧିକ ଅତ୍ୟାଧୁନିକ ଅଟେ । ଭାରତୀୟ ସେନାର ଆର୍ଟିଲାରି ୱିଂଗରେ ଏହି ତୋପକୁ ସାମିଲ କରାଯାଇଛି । ବୁଧବାର ଭାରତୀୟ ସେନା ଆର୍ମି କୋର କମାଣ୍ଡର କନଫରେନ୍ସରେ ଏହି ସୂଚନା ପ୍ରଦାନ କରାଯାଇଛି । ଏଥିସହ ସେନା ଏହି ତୋପ ପାଇଁ ଆମେରିକୀୟ ଏକ୍ସକାଲିବର ଆର୍ଟିଲାରି ଗୋଳା ବାରୁଦର ବ୍ୟବହାର କରିବ । ଏହା ଫଳରେ ଏବେ ସେନା ଲମ୍ବ ଦୂରଗାମୀ ଲକ୍ଷ୍ୟ ଭେଦ କରିବାରୁ ସକ୍ଷମ ହେବ ।

Army inducts Dhanush howitzer
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଧନୁଷ ତୋପ ସ୍ବିଡେନର 155 ମିମି ବୋଫର୍ସ ତୋପର ସ୍ବେଦଶୀ ଉନ୍ନତ ସଂସ୍କରଣ । ଭାରତ 1980ରେ ବୋଫର୍ସ ତୋପ କ୍ରୟ କରିଥିଲା । ଏହାର ମୂଳ ଡିଜାଇନ ଆଧାରରେ ଧନୁଷର ନିର୍ମାଣ ହୋଇଛି । ଏହି କାରଣରୁ ଏହାକୁ ଦେଶୀ ବୋଫର୍ସ ନାମ ଦିଆଯାଇଛି । ଧନୁଷ 155 ଏମଏମୟ45 କୈଲିବର ତୋପ ଅଟେ । ଏହି ସ୍ବଦେଶୀ ଲମ୍ବ ଦୂରଗମୀ ତୋପ। ପ୍ରାୟ ୩୮ କିଲୋମିଟରକୁ ଟାର୍ଗେଟ କରି ପରିବା କ୍ଷମତା ରଖିଥାଏ । ଯାହା ବୋଫର୍ସ ଠାରୁ 11 କିଲୋମିଟର ଅଧିକ ଅଟେ ।

ଧନୁଷ ବିଶେଷତ୍ବ

  • ଏହି ତୋପ ସମ୍ପୂର୍ଣ୍ଣ ଭାବରେ ସ୍ବଂୟଚାଳିତ ।
  • ଏହାକୁ ଘନ ଅନ୍ଧାରରେ ଓ ଯେ କୌଣସି ପାଗରେ ସହଜରେ ବ୍ୟବହାର କରାଯାଇପାରିବ ।
  • ଏହାର ଚ୍ୟାମ୍ବର ସାମନ୍ୟ ବଡ ଫଳରେ ଅଧିକ ଓଜନ ବିଶିଷ୍ଟ ଏହି ତୋପ ।
  • ବ୍ୟାରେଲ୍‌ର ଓଜନ ୨୬୯୨ କିଲୋ ଅଟେ ।
  • ଧନୁଷରେ ୮୧ ପ୍ରତିଶତ ସ୍ବଦେଶୀ ଯନ୍ତ୍ରକୌଶଳ ବ୍ୟବହୃତ ହୋଇଛି । ଏହାକୁ 90 ପ୍ରତିଶତ ବଢାଇବା ପାଇଁ ପ୍ରୟାସ ଚାଲୁ ରହିଛି ।
  • ଏହାର ଦାମ ପାଖପାଖି 14 କୋଟି । ଏଥିରେ ବ୍ୟବହୃତ ଗୋଟିଏ ଗୋଟିଏ ବମ୍‌ର ଦାମ 1 ଲକ୍ଷ ଟଙ୍କା ।
  • ଏହାର ଲମ୍ବା ୮ ମିଟର,ଲଗାତାର ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏହା ଫାୟାର କରିବା କ୍ଷମତା ରଖିଛି ।
  • ଏଥିରେ ୪୬.୫ କିଲୋର ଗୋଳା ବାରୁଦ ଭର୍ତ୍ତି କରାଯାଇ ପାରିବ ।

୧୯୯୯ ମସିହା ଭାରତ ପାକ କାର୍ଗିଲ୍‌ ଯୁଦ୍ଧରେ ବୋଫର୍ସ ଗର୍ଜନରେ ପାକିସ୍ତାନ ଧରାଶାୟୀ ହୋଇଥିଲା । ଏହି ଧନୁଷ ବୋଫର୍ସର ଉନ୍ନତ ସଂସ୍କରଣ । ଭାରତୀୟ ସେନାର ସାମିଲ ପରେ ସେନାର ଶକ୍ତି ବୃଦ୍ଧ ପାଇଛି ।

Intro:Body:

tt

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.