ETV Bharat / bharat

ବରଫରେ ଫଶିଥିବା ଗର୍ଭବତୀଙ୍କୁ ରକ୍ଷା କଲେ ଯବାନ

ଜାମ୍ମୁକାଶ୍ମୀରରେ ଜମିଥିବା ବରଫରେ ଫସି ଯାଇଥିଲେ ଜଣେ ଗର୍ଭବତୀ। ରାଷ୍ଟ୍ରୀୟ ରାଇଫଲ ଯବାନ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ରକ୍ଷା କରିଛନ୍ତି।

author img

By

Published : Feb 12, 2019, 2:23 PM IST

ଫଟୋ ସୌଜନ୍ୟ : ସୋସିଆଲ ମିଡିଆ

ଶ୍ରୀନଗର: ଭଗବାନ ସାଜି ଆସିଲେ, ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାସହ ରକ୍ଷା କଲେ ତିନିଟି ଜୀବନ। ଜାମ୍ମୁକାଶ୍ମୀରରେ ଜମିଥିବା ବରଫରେ ଫସି ଯାଇଥିଲେ ଜଣେ ଗର୍ଭବତୀ। ରାଷ୍ଟ୍ରୀୟ ରାଇଫଲ ଯବାନ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ରକ୍ଷା କରିଛନ୍ତି ।

କାଶ୍ମୀରର ବାଣ୍ଡିପୋରା ସେକ୍ଟର ପନାର ଗାଁରେ ଗୁଲଶାନା ବେଗମ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ହେଲେ ପରିବାର ତାଙ୍କୁ ଡାକ୍ତରଖାନା ନେଇ ପାରୁନଥିଲେ। କାରଣ ପ୍ରବଳ ବରଫପାତ ଯୋଗୁଁ ରାସ୍ତାଘାଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଯାନବାହାନ ଚଳାଚଳରେ ଲୋକଙ୍କୁ ଭୋଗିବାକୁ ପଡୁଥିଲା ନାହିଁ ନଥିବା ସମସ୍ୟା। ଏହି ସମୟରେ ରାଷ୍ଟ୍ରୀୟ ରାଇଫଲ ଦଳର ଯବାନ ଖବର ପାଇ ଗୁଲଶାନାଙ୍କ ଘରେ ପହଞ୍ଚିଥିଲେ।ପ୍ରାୟ ଅଢେଇ କିଲୋମିଟର ପର୍ଯ୍ୟନ୍ତ ଚାଲିଚାଲି ତାଙ୍କୁ ଡାକ୍ତରଖାନାରେ ନେଇ ପହଞ୍ଚିଥିଲେ।

ସେଠାରେ ସେ ଦୁଇଟି ଯମଜ ସନ୍ତାନକୁ ଜନ୍ମ ଦେଇଥିବା ଖବର ମିଳିଛି। ବର୍ତ୍ତମାନ ଉଭୟ ମା ଓ ପିଲା ସୁସ୍ଥ ଅଛନ୍ତି। ଯବାନଙ୍କର ଏହି କାମକୁ ସ୍ଥାନୀୟ ଅଞ୍ଚଳରେ ଖୁବ ପ୍ରଶଂସା କରାଯାଇଛି।

Intro:Body:

ବରଫରେ ଫଶିଥିବା ଗର୍ଭବତୀଙ୍କୁ ରକ୍ଷା କଲେ ଯବାନ 

ଶ୍ରୀନଗର: ଭଗବାନ ସାଜି ଆସିଲେ, ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାସହ ରକ୍ଷା କଲେ ତିନିଟି ଜୀବନ । ଜମ୍ମୁକାଶ୍ମୀରରେ ଜମିଥିବା ବରଫରେ ଫଶିଥିଲେ ଜଣେ ଗର୍ଭବତୀ । ରାଷ୍ଟ୍ରୀୟ ରାଇଫଲ ଦଳର ଯବାନମାନେ ପହଞ୍ଚି ତାଙ୍କୁ ରକ୍ଷା କରିଛନ୍ତି । 

ସୂଚନା ଅନୁସାରେ, କାଶ୍ମୀରର ବାଣ୍ଡିପୋରା ସେକ୍ଟର ପନାର ଗାଁରେ ଗୁଲଶାନା ବେଗମ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ହେଲେ ପରିବାର ତାଙ୍କୁ ଡାକ୍ତରଖାନା ନେଇ ପାରୁନଥିଲେ । କାରଣ ପ୍ରବଳ ବରଫପାତ ଯୋଗୁଁ ରାସ୍ତାଘାଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଯାନବାହାନ ଚଳାଚଳରେ ଲୋକଙ୍କୁ ଭୋଗିବାକୁ ପଡୁଥିଲା ନାହିଁ ନଥିବା ସମସ୍ୟା । ଏହି ସମୟରେ ରାଷ୍ଟ୍ରୀୟ ରାଇଫଲ ଦଳର ଯବାନ ଖବର ପାଇ ଗୁଲସନାଙ୍କ ଘରେ ପହଞ୍ଚିଥିଲେ । ତାଙ୍କୁ ଉଦ୍ଧାର କରି ପ୍ରାୟ ଅଢେଇ କିଲୋମିଟର ପର୍ଯ୍ୟନ୍ତ ତାଙ୍କୁ ନେଇ ଚାଲିଚାଲି ଡାକ୍ତରଖାନାରେ ପହଞ୍ଚିଥିଲେ । 

ସେଠାରେ ସେ ଦୁଇଟି ଯମଜ ସନ୍ତାନ ଜନ୍ମ ଦେଇଥିବା ଖବର ମିଳିଛି । ବର୍ତ୍ତମାନ ଉଭୟ ମା ଓ ପିଲା ସୁସ୍ଥ ଅଛନ୍ତି । ତେବେ ଯବାନଙ୍କର ଏହି କାମକୁ ସ୍ଥାନୀୟ ଅଞ୍ଚଳରେ ଖୂବ ପ୍ରଶଂସା କରାଯାଇଛି । 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.