ETV Bharat / bharat

ସେନା ଡାକ୍ତରଙ୍କ ବଡ ସଫଳତା, 16,000 ଫୁଟ ଉପରେ ସଫଳ ଅସ୍ତ୍ରୋପଚାର

16 000 ଫୁଟ ଉପରେ ସଫଳ ହେଲା ସେନା ଯବାନଙ୍କ ଅସ୍ତ୍ରୋପଚାର । ରେକର୍ଡ ସୃଷ୍ଟି କଲେ ସେନା ଡାକ୍ତର । ଅଧିକ ପଢନ୍ତୁ:

author img

By

Published : Nov 1, 2020, 8:14 PM IST

ସେନା ଡାକ୍ତରଙ୍କ ବଡ ସଫଳତା, 16,000 ଫୁଟ ଉପରେ ସଫଳ ଅସ୍ତ୍ରୋପଚାର
ସେନା ଡାକ୍ତରଙ୍କ ବଡ ସଫଳତା, 16,000 ଫୁଟ ଉପରେ ସଫଳ ଅସ୍ତ୍ରୋପଚାର

ଶ୍ରୀନଗର: ଭାରତୀୟ ସୀମାକୁ ଚୀନ ଠାରୁ ସୁରକ୍ଷିତ ରଖିବା ପାଇଁ ପକୃତ ନିୟନ୍ତ୍ରଣ ରେଖାର ମୂତୟନ ହୋଇଥିବା ସୁରକ୍ଷା ବଳରେ କାର୍ଯ୍ୟରତ ସେନା ଡାକ୍ତରଙ୍କ ବିରଳ ସଫଳତା ହାସଲ କରିଛନ୍ତି । 16 ହଜାର ଫୁଟ ଉପରେ ଜଣେ ଜବାନଙ୍କ ଅସ୍ତ୍ରୋପଚାର କରିବାରେ ସେ ସଫଳ ହୋଇଥିବା ଜଣା ପଡିଛି । ଲଦାଖର ଫରଓ୍ବାର୍ଡ ସର୍ଜିକାଲ ସେଣ୍ଟରରେ ଏହି ସଫଳ ଅସ୍ତ୍ରୋପଚାର ହୋଇଥିବା ସୂଚନା ରହିଛି ।

ଏହି ବିପଦପୂର୍ଣ୍ଣ ଅସ୍ତ୍ରୋପଚାର 3 ଜଣିଆ ଡାକ୍ତରୀ ଦଳ କରିଥିବା ଜଣାପଡିଛି । ତେବେ ଯବାନ ଜଣଙ୍କ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନିଆଯିବା ପାଇଁ ପ୍ରୟାସ କରାଯାଇଥିଲା । ତେବେ ଖରାପ ପାଗ ଯୋଗୁ ତାଙ୍କୁ ହେଲିକପ୍ଟରରେ ହସ୍ପିଟାଲ ସ୍ଥାନାନ୍ତରିତ କରିବା ସମ୍ଭବପର ହୋଇପାରିନଥିଲା । ତେଣୁ ସର୍ଜିକାଲ ଟିମର ଏକ ଡାକ୍ତରୀ ଦଳ ଏହି ଅପରେସନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ତେବେ ଏହି ପ୍ରବଳ ଥଣ୍ଡାରେ ଏହି ଅପରେସନ କରିବା ମଧ୍ୟ ଡାକ୍ତରୀ ଦଳଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଥିଲା ।

କିନ୍ତୁ ପ୍ରତିକୂଳ ପାଗ ସତ୍ତ୍ବେ ମଧ୍ୟ ଡାକ୍ତର ଦଳ ଏହି ଅସ୍ତ୍ରୋପଚାର ସଫଳତାର ସହ ଶେଷ କରିବାରେ ସକ୍ଷମ ହୋଇଥିଲେ । ତେବେ ଜବାନ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବ ସେନା ପକ୍ଷରୁ ସୂଚନା ଦିଆଯାଇଛି । 16000 ଫୁଟ ଉଚ୍ଚରେ ଏପରି ସଫଳ ଅସ୍ତ୍ରୋପଚାର ପାଇଁ ଡାକ୍ତରୀ ଦଳକୁ ଶୁଭେଚ୍ଛା ଜଣାଇଛି ଭାରତୀୟ ସେନା । ସେହିପରି ଭାରତୀୟ ସେନା ଇତିହାସରେ ଏପରି ବିରଳ ଅସ୍ତ୍ରୋପଚାର ଏକ ବଡ ସଫଳତା ବୋଲି ମଧ୍ୟ କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.