ETV Bharat / bharat

ସେନାରେ ସ୍ଥାୟୀ କମିଶନ ମାମଲା: 17 ମହିଳା ଅଧିକାରୀଙ୍କ ଆବେଦନ ଖଣ୍ଡନ କଲେ ସୁପ୍ରିମକୋର୍ଟ

author img

By

Published : Sep 3, 2020, 2:08 PM IST

ସେନାରେ ମହିଳାମାନଙ୍କର ସ୍ଥାୟୀ କମିଶନ ମାମଲାରେ ଆଜି(ଗୁରୁବାର) ସୁପ୍ରିମକୋର୍ଟରେ ଏକ ଶୁଣାଣି ହୋଇଛି । କଟ୍ ଅଫ୍ ତାରିଖରୁ ବାହାରିଯିବା କାରଣରୁ ସ୍ଥାୟୀ କମିଶନ ନ ପାଇବା ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ 17 ଜଣ ମହିଳା ଅଧିକାରୀ ।

ସେନାରେ ସ୍ଥାୟୀ କମିଶନ ମାମଲା
ସେନାରେ ସ୍ଥାୟୀ କମିଶନ ମାମଲା

ନୂଆଦିଲ୍ଲୀ: ସେନାରେ ମହିଳାମାନଙ୍କର ସ୍ଥାୟୀ କମିଶନ ମାମଲାରେ ଆଜି(ଗୁରୁବାର) ସୁପ୍ରିମକୋର୍ଟରେ ଏକ ଶୁଣାଣି ହୋଇଛି । କଟ୍ ଅଫ୍ ତାରିଖରୁ ବାହାରିଯିବା କାରଣରୁ ସ୍ଥାୟୀ କମିଶନ ନ ପାଇବା ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ 17 ଜଣ ମହିଳା ଅଧିକାରୀ । ଏହା ଆଉ ସମ୍ଭବ ନୁହେଁ ବୋଲି କହି ମହିଳା ଅଧିକାରୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖଣ୍ଡନ କରିଛନ୍ତି ।

ସୁପ୍ରିମକୋର୍ଟ, ଆବେଦନକାରୀଙ୍କ ଓକିଲ ମୀନାକ୍ଷୀ ଲେଖୀଙ୍କୁ କହିଛନ୍ତି ଯେ ଆପଣ ଯେଉଁ ଉପାୟରେ ବିଚାରରେ ସଂଶୋଧନ ଦାବି କରୁଛନ୍ତି, ତାହା ଆଉ ସମ୍ଭବ ନୁହେଁ । ଆପଣ ଏହି ଆବେଦନକୁ ପ୍ରତ୍ୟାହାର କରନ୍ତୁ । ଯଦି ଆପଣ ଚାହାଁନ୍ତି, ଆପଣ ଏକ ସମୀକ୍ଷା ଆବେଦନ କରିପାରିବେ । ମାର୍ଚ୍ଚରେ ଏହି ମହିଳା ଅଧିକାରୀମାନେ 14 ବର୍ଷ ପୂରଣ କରିଥିଲେ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସରକାର 16 ଜୁଲାଇରେ ସ୍ଥାୟୀ କମିଶନ କାର୍ଯ୍ୟକାରୀ କରିଥିଲେ ।

ସରକାର କହିଛନ୍ତି ଯେ ଯଦି ସେମାନେ କଟ୍ ଅଫ୍ ତାରିଖରେ ଆପୋଷ ବୁଝାମଣା ଜାରି ରଖନ୍ତି ତେବେ ଅସୁବିଧା ଉପୁଜିବ । ବହୁ ପରିମାଣରେ ମହିଳା ଅଧିକାରୀଙ୍କ ଲାଇନ ଲାଗିଯିବ । ପ୍ରକାଶଥାଉକି, ନିକଟରେ ଭାରତୀୟ ସେନାରେ ମହିଳା ସ୍ଥାୟୀ କମିଶନକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ କରିଥିଲେ । ସର୍ଟ ସର୍ଭିସ କମିଶନ (ଏସଏସସି) ର ମହିଳା ଅଧିକାରୀଙ୍କୁ ଭାରତୀୟ ସେନାର ସମସ୍ତ 10ଟି ଭାଗରେ ସ୍ଥାୟୀ କମିଶନ ଅନୁମତି ଦିଆଯାଇଛି ।

ଅର୍ଥାତ୍ ଆର୍ମି ଏୟାର ଡିଫେନ୍ସ, ସିଗନାଲ୍, ଇଞ୍ଜିନିୟର, ଆର୍ମି ଆଭିଏସନ୍, ଇଲେକ୍ଟ୍ରୋନିକ୍ସ, ମେକାନିକାଲ୍ ଇଞ୍ଜିନିୟରିଂ, ଆର୍ମି ସର୍ଭିସ୍ କର୍ପସ, ଆର୍ମି ଅର୍ଡିନାନ୍ସ କର୍ପସ ଓ ଇଣ୍ଟେଲିଜେନ୍ସ କର୍ପସରେ ମଧ୍ୟ ସ୍ଥାୟୀ କମିଶନ ଉପଲବ୍ଧ ହେବ । ଏହା ସହିତ ଜଜ୍ ତଥା ଆଡଭୋକେଟ୍ ଜେନେରାଲ୍, ଆର୍ମି ଏଜୁକେସନାଲ୍ କର୍ପସରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.