ନୂଆଦିଲ୍ଲୀ: ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ ରହିଛି । ସେନା ମୁଖ୍ୟ ଜେନେରାଲ ଏମ ଏମ୍ ନରୱଣେ କୋରୋନା ଭାଇରସ ବିରୋଧରେ ‘ଅପରେସନ ନମସ୍ତେ’ ଆରମ୍ଭ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଏହାକୁ ନେଇ ସେ କହିଛନ୍ତି,‘ ସେନା ଏହା ପୂର୍ବରୁ ସମସ୍ତ ଅପରେସନ ପୁରା କରିବାରେ ସଫଳ ରହିଛି ଏହାକୁ ମଧ୍ୟ ପୂରଣ କରିବ ’ ।
ସେନା ମୁଖ୍ୟ କହିଛନ୍ତି,‘କୋରୋନା ଭାଇରସ ବିରୋଧରେ ଲଢିବା ସେନାର କର୍ତ୍ତବ୍ୟ । ସେନା ମୁଖ୍ୟ ଭାବରେ ସେନାକୁ ସୁରକ୍ଷା ଦେବା ପ୍ରମୁଖ କର୍ତ୍ତବ୍ୟ । ସେନା ନିଜ କର୍ତ୍ତବ୍ୟ ସେତେବେଳେ ପାଳନ କରିପାରିବ ଯେବେ ଏହା ସଂକ୍ରମଣ ମୁକ୍ତ ହେବ । ଏହାକୁ ଧ୍ୟାନରେ ରଖି ଆଡଭାଇଜରୀ ଜାରି କରାଯାଇଥିଲା ’।
ପ୍ରକାଶଥାଉକି, ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 873କୁ ବୃଦ୍ଧି ପାଇଥିବା ବେଳେ 20ଜଣଙ୍କ ମୃତ୍ୟୁ ହେଲାଣି । ଭାରତୀୟ ସେନା ବର୍ତ୍ତମାନ ସମ୍ପୂର୍ଣ୍ଣ ଦେଶରେ 8ଟି କ୍ବାରେଣ୍ଟଟାଇନର ବ୍ୟବସ୍ଥା କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭିଭାରତ