ETV Bharat / bharat

ପାକିସ୍ତାନର ସମସ୍ତ ଆତଙ୍କବାଦୀଙ୍କୁ କଡା ଜବାବ୍ ଦିଆଯିବ: ସେନା ମୁଖ୍ୟ - terror attack

ପାକିସ୍ତାନ ଏବେବି ଭାରତରେ ଆତଙ୍କବାଦକୁ ସୃଷ୍ଟି କରିବା ପାଇଁ ଦୃଷ୍ଟିହୀନ ଓ ତୁଚ୍ଛ ପ୍ରୟାସ କରିବାରେ ଲାଗିଛି ବୋଲି ସୋମବାର ସ୍ଥଳସେନା ମୁଖ୍ୟ ଜେନେରାଲ୍ ଏମଏମ ନରୱାଣେ କହିଛନ୍ତି ।

army chief general
ସେନା ମୁଖ୍ୟ
author img

By

Published : May 5, 2020, 10:47 AM IST

ନୂଆଦିଲ୍ଲୀ: ପାକିସ୍ତାନ ଏବେବି ଭାରତରେ ଆତଙ୍କବାଦକୁ ସୃଷ୍ଟି କରିବା ପାଇଁ ଦୃଷ୍ଟିହୀନ ଓ ତୁଚ୍ଛ ପ୍ରୟାସ କରିବାରେ ଲାଗିଛି ବୋଲି ସୋମବାର ସ୍ଥଳସେନା ମୁଖ୍ୟ ଜେନେରାଲ୍ ଏମଏମ ନରୱାଣେ କହିଛନ୍ତି । ଯେ ପର୍ଯ୍ୟନ୍ତ ପଡୋଶୀ ଦେଶ ଏପରି ତୁଚ୍ଛ ନୀତି ଛାଡି ନାହାଁନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ ସଠିକ୍ ଉତ୍ତର ଦିଆଯିବ ।

ଅସ୍ତ୍ରବିରତି ଉଲ୍ଲଂଘନ ତଥା ଆତଙ୍କବାଦକୁ ସମର୍ଥନ କରୁଥିବା ସମସ୍ତ କାର୍ଯ୍ୟକୁ ଭାରତ ଉପଯୁକ୍ତ ଉତ୍ତର ଦେବ ବୋଲି ସେନା ମୁଖ୍ୟ କହିଛନ୍ତି। ବର୍ତ୍ତମାନ ସେନାରେ 13 ଲକ୍ଷ ସୈନିକ ଅଛନ୍ତି। ହନ୍ଦୱାଡା ଏନକାଉଣ୍ଟର ନେଇ ସେ କହିଛନ୍ତି ଯେ ଉତ୍ତର କାଶ୍ମୀରର ଏକ ଗ୍ରାମରେ ସାଧାରଣ ନାଗରିକଙ୍କ ଜୀବନ ରକ୍ଷା କରିଥିବା ଭାରତ ନିଜର 5ଜଣ ସୁରକ୍ଷା କର୍ମୀଙ୍କ ପାଇଁ ଗର୍ବିତ। ଏହି ଅପରେସନର ନେତୃତ୍ବ ନେଇଥିବା କର୍ଣ୍ଣଲ ଆଶୁତୋଷ ଶର୍ମାଙ୍କୁ ସେ ବିଶେଷ ପ୍ରଶଂସା କରିଥିଲେ।

ଜେନେରାଲ ନରୱାଣେ କହିଛନ୍ତି, ‘ମୁଁ ଜୋର ଦେବାକୁ ଚାହୁଁଛି ଯେ ଅସ୍ତ୍ରବିରତି ଉଲ୍ଲଂଘନ ତଥା ଆତଙ୍କବାଦକୁ ସମର୍ଥନ କରୁଥିବା ସମସ୍ତ କାର୍ଯ୍ୟକୁ ଭାରତୀୟ ସେନା ଉପଯୁକ୍ତ ଉତ୍ତର ଦେବ। ଅଞ୍ଚଳରେ ଶାନ୍ତି ଭଙ୍ଗ କରିବା ପାଇଁ ପାକିସ୍ତାନ ଦାୟୀ ’। ଜେନେରାଲ ନରୱାଣେ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ଲାଇନ୍ ଅଫ୍ କଣ୍ଟ୍ରୋଲରେ ଅନୁପ୍ରବେଶ କରିବାର ପ୍ରୟାସ ଏହା ସ୍ପଷ୍ଟ କରିଛି ଯେ ପାକିସ୍ତାନ ମହାମାରୀର ମୁକାବିଲା ପାଇଁ ଆଗ୍ରହୀ ନୁହେଁ ଏବଂ ଆତଙ୍କବାଦୀଙ୍କୁ ଭାରତ ଭିତରକୁ ଠେଲିବାର ଏଜେଣ୍ଡା ପ୍ରସ୍ତୁତ କରୁଛି ।

ସେ କହିଛନ୍ତି, ବାସ୍ତବରେ ଆତଙ୍କବାଦୀଙ୍କ ତାଲିକାରୁ ପାକିସ୍ତାନର ହାର୍ଡକୋର ଆତଙ୍କବାଦୀଙ୍କ ନାମ ହଟାଇବା ପ୍ରମାଣ କରୁଛି ଯେ ପାକିସ୍ତାନ ଆତଙ୍କବାଦକୁ କିପରି ବ୍ୟବହାର କରୁଛି। କେବଳ ଭାରତ ନୁହେଁ ଆଫଗାନିସ୍ତାନରେ ମଧ୍ୟ ଆତଙ୍କବାଦ ଏବଂ ହିଂସାକୁ ପ୍ରୋତ୍ସାହିତ କରିବା ପାଇଁ ପାକିସ୍ତାନ କାର୍ଯ୍ୟ କରୁଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.