ETV Bharat / bharat

ପାକିସ୍ତାନକୁ ସେନାମୁଖ୍ୟଙ୍କ ଚେତାବନୀ, ଏଲଓସି ଡେଇଁଲେ ଭୋଗିବ ପରିଣାମ - ପାକିସ୍ତାନ

ଭାରତୀୟ ସେନା ହାଇ ଆଲର୍ଟରେ ରହିଛି । ଯଦି ପାକ୍ ସେନା ନିୟନ୍ତ୍ରଣ ରେଖା (ଏଲଓସି)କୁ ଡେଇଁବାକୁ ଚାହୁଁଛନ୍ତି, ତ ଆସନ୍ତୁ । ତାଙ୍କୁ ସେଠାରେ ଉଚିତ ଜବାବ ଦିଆଯିବ ବୋଲି ସେନାମୁଖ୍ୟ ରାୱତ କହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Aug 13, 2019, 10:38 PM IST

ନୂଆଦିଲ୍ଲୀ: ପାକିସ୍ତାନକୁ ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କ କଡା ଚେତାବନୀ । ଏଲଓସି ଡଇଁବା କଥା ଭୁଲରେ ଭାବନି । ଏମିତିକି ଏଲଓସି ଡେଇଁଲେ ଭୋଗିବ ସାଙ୍ଘାତିକ ପରିଣାମ । ଭାରତୀୟ ସେନା ହାଇ ଆଲର୍ଟରେ ରହିଛି । ଯଦି ପାକ୍ ସେନା ନିୟନ୍ତ୍ରଣ ରେଖା (ଏଲଓସି)କୁ ଡେଇଁବାକୁ ଚାହୁଁଛନ୍ତି, ତ ଆସନ୍ତୁ । ତାଙ୍କୁ ସେଠାରେ ଉଚିତ ଜବାବ ଦିଆଯିବ ବୋଲି ରାୱତ କହିଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

ଏହା ବ୍ୟତିତ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥଳସେନା ମୁଖ୍ୟ । କାଶ୍ମୀର ଲୋକଙ୍କ ସହ ଆମ ସମ୍ପର୍କ 70-80 ଦଶକରେ ଯେଭଳି ଥିଲା, ବର୍ତ୍ତମାନ ମଧ୍ୟ ସେଭଳି ହେବ ବୋଲି ଆଶା ପୋଷଣ କରିଛନ୍ତି ରାୱତ । ସେ କହିଛନ୍ତି, ସେହି ସମୟରେ ମଧ୍ୟ ଆମେ ଜମ୍ମୁ-କାଶ୍ମୀରରେ ନିୟୋଜିତ ଥିଲୁ ଏବଂ ଜନସାଧାରଣଙ୍କ ସହ ଆମର କଥାବାର୍ତ୍ତା ବିନା ବନ୍ଧୁକରେ ହେଉଥିଲା । ତେବେ ପୂର୍ବଭଳି ବର୍ତ୍ତମାନ ମଧ୍ୟ ଆମେ ସେମାନଙ୍କ ସହ ବିନା ବନ୍ଧୁକରେ ସାକ୍ଷାତ କରିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି । ସବୁକିଛି ଠିକ ରହିଲେ ତାହା ମଧ୍ୟ ଦିନେ ସମ୍ଭବ ହେବ ବୋଲି ସେ ଆଶା ବାନ୍ଧିଛନ୍ତି ।

ସୂଚନାଯୋଗ୍ୟ ଯେ, ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଭାରତ ଏବଂ ପାକିସ୍ତାନର ସମ୍ପର୍କ ମଧ୍ୟରେ ତିକ୍ତତା ଜାରି ରହିଛି । ଯାହାର ଝଲକ ଏଲଓସିରେ ଦେଖିବାକୁ ମିଳୁଛି । ପାକିସ୍ତାନୀ ସେନା ଏଲଓସି ଆଡେ ମାଡିଆସୁଥିବା ଜଣେ ପାକିସ୍ତାନୀ ସାମ୍ବାଦିକ ଦାବି କରିଥିଲେ । ଏହାସହ ଲଦାଖ ନିକଟରେ ପାକିସ୍ତାନ ବାୟୁସେନା ଯୁଦ୍ଧ ବିମାନ ମୁତୟନ କରିଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.