ETV Bharat / bharat

'ପିଓକେ- ଗିଲଗିଟ ବାଲ୍ଟିସ୍ତାନ ଜମ୍ମୁ-କାଶ୍ମୀରର ଅଂଶ'

ପାକ୍‌ ଅଧିକୃତ କାଶ୍ମୀର(ପିଓକେ) ଏବଂ ଗିଲଗିଟ ବାଲ୍ଟିସ୍ତାନ ଜମ୍ମୁ-କାଶ୍ମୀରର ଅଂଶ । ଏହାକୁ ପାକିସ୍ତାନ ଅବୈଧ ରୂପରେ କବ୍ଜା କରିଥିବା କହିଛନ୍ତି ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ।

author img

By

Published : Oct 25, 2019, 7:51 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ ପାକିସ୍ତାନକୁ କଡା ସନ୍ଦେଶ ଦେଲେ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ । ପାକ୍‌ ଅଧିକୃତ କାଶ୍ମୀର(ପିଓକେ) ଏବଂ ଗିଲଗିଟ ବାଲ୍ଟିସ୍ତାନ ଜମ୍ମୁ-କାଶ୍ମୀରର ଅଂଶ । ଏହାକୁ ପାକିସ୍ତାନ ଅବୈଧ ରୂପରେ କବ୍ଜା କରିଛି ।

ଭିଡିଓ ସୌଜନ୍ୟ: ଏଏନଆଇ

ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ରାୱତ କହିଛନ୍ତି, ଆମେ ଯେତେବେଳେ ଜମ୍ମୁ-କାଶ୍ମୀର କଥା କହୁ ସେଥିରେ ଜମ୍ମୁ ଏବଂ କାଶ୍ମୀର ସହ ପିଓକେ ଓ ଗିଲଗିଟ ବାଲ୍ଟିସ୍ତାନ ମଧ୍ୟ ସାମିଲ ଥାଏ । ଯାହାକୁ ପାକିସ୍ତାନ ଅବୈଧ ରୂପରେ କବ୍ଜା କରିଛି । ସେ ଆହୁରି କହିଛନ୍ତି ଯେ, ଯେଉଁ କ୍ଷେତ୍ର ଉପରେ ପାକିସ୍ତାନ ଅବୈଧ ରୂପରେ କବ୍ଜା କରିଛି ତାହା ପାକିସ୍ତାନ ସରକାର ଦ୍ବାରା ନୁହେଁ ବରଂ ଆତଙ୍କବାଦୀଙ୍କ ଦ୍ବାରା ନିୟନ୍ତ୍ରଣ ହେଉଛି । ପିଓକେ ବାସ୍ତବରେ ଏକ ଆତଙ୍କବାଦୀ ନିୟନ୍ତ୍ରିତ କ୍ଷେତ୍ର ବୋଲି ରାୱତ କହିଛନ୍ତି ।

ଧାରା 370 ପ୍ରସଙ୍ଗରେ ରାୱତ କହିଛନ୍ତି, ଜମ୍ମୁ-କାଶ୍ମୀରର ବିକାଶ ପାଇଁ ଅନୁଚ୍ଛେଦ 370କୁ ସମାପ୍ତ କରିବା ଆବଶ୍ୟକ ଥିଲା । ମିଥ୍ୟା ପ୍ରଚାର କରି ଘାଟିରେ ଅଶାନ୍ତି ସୃଷ୍ଟି କରିବାର ପ୍ରୟାସ କରାଯାଉଛି । ତେବେ ଏଠାକାର ସ୍ଥିତି ଖୁବ ଶୀଘ୍ର ସାମାନ୍ୟ ହେବ ବୋଲି ଆଶ୍ବାସନା ଦେଇଛନ୍ତି ସେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.