ନୂଆଦିଲ୍ଲୀ: କର୍ତ୍ତବ୍ୟନିଷ୍ଠ ହେବା ପାଇଁ ସେନା ଓ ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ଥଳସେନା ମୁଖ୍ୟ ବିପିନ ରାୱତ । ଦେଶର ସୁରକ୍ଷା ପାଇଁ ନିଜର ଦାୟିତ୍ବକୁ ସୂଚାରୁ ରୂପେ ନିଭାଇବାକୁ ମଧ୍ୟ କହିଛନ୍ତି ସ୍ଥଳସେନା ମୁଖ୍ୟ ।
ନିୟନ୍ତ୍ରଣ ରେଖା ନିକଟରେ ସୀମା ସୁରକ୍ଷା ବାହିନୀ ସଜାଗ ରହୁ । ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯିବ । ଯେପରି କୌଣସି ମଧ୍ୟ ଆତଙ୍କୀ ଅନୁପ୍ରବେଶ କରିବାରେ ସଫଳ ହୋଇପାରିବ ନାହିଁ । ଦିଲ୍ଲୀରେ ଆୟୋଜିତ ସେନା କମାଣ୍ଡର ସମ୍ମିଳନୀରେ ଯୋଗଦେଇ ଏପରି କହିଛନ୍ତି ବିପିନ ରାୱତ ।
ଉପସ୍ଥିତ ଯବାନ ଓ ସେନା ଅଧିକାରୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, କର୍ତ୍ତବ୍ୟ ପ୍ରତି ତତ୍ପରତା, ପ୍ରଭାବୀ ଆଚରଣ ଏବଂ ଭାରତୀୟ ଯବାନଙ୍କ ସମୁହ ପରିଚାଳନା ଏଜେଣ୍ଡାର ଶୀର୍ଷରେ ରହିଥାଏ ।