ETV Bharat / bharat

ଶୁକ୍ରବାର ସିସିଏସ କମିଟି ଅଧ୍ୟକ୍ଷ ପଦ ସମ୍ଭାଳିବେ ସେନାଧ୍ୟକ୍ଷ ବିପିନ ରାୱତ - ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟି ଅଧ୍ୟକ୍ଷ ପଦ

ଭାରତୀୟ ସେନାଧ୍ୟକ୍ଷ ବିପିନ ରାୱତ ଶୁକ୍ରବାର ଚେୟାରମ୍ୟାନ ଅଫ୍‌ ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟି(ସିସିଏସ)ର ଅଧ୍ୟକ୍ଷ ପଦ ସମ୍ଭାଳିବେ । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Sep 26, 2019, 8:48 PM IST

ନୂଆଦିଲ୍ଲୀ: ଭାରତୀୟ ସେନାଧ୍ୟକ୍ଷ ବିପିନ ରାୱତ ଶୁକ୍ରବାର ଚେୟାରମ୍ୟାନ ଅଫ୍‌ ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟି(ସିସିଏସ)ର ଅଧ୍ୟକ୍ଷ ପଦ ସମ୍ଭାଳିବେ ।

ସେନା ଅଧ୍ୟକ୍ଷ ଜେନେରାଲ ବିପିନ ରାୱତଙ୍କୁ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ବିଏସ୍‍ ଧନୋଆଙ୍କ ଠାରୁ ଏହି ପଦ ପାଇଁ ବାଟନ ପ୍ରାପ୍ତ କରିବେ । ଚଳିତ ମାସ ଶେଷରେ ବିଏସ୍‍ ଧନୋଆ ଅବସର ଗ୍ରହଣ କରିବେ । ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟି (ସିଓଏସସି)ରେ ସ୍ଥଳ ସେନା, ନୌସେନା ଓ ବାୟୁସେନାର ପ୍ରମୁଖ ସାମିଲ ରହିଛନ୍ତି । ସିସିଏସ୍‌ ପଦ ଭାର ସମ୍ଭାଳିବା ପାଇଁ ଏହି ତିନି ବିଭାଗର ବରିଷ୍ଠ ସଦସ୍ୟକୁ ଚୟନ କରାଯାଇଛି ।

ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ, ବାୟୁସେନା ପ୍ରମୁଖ ଶୁକ୍ରବାର ସିସିଏସ ସମେତ ସିଓଏସସି ବାଟନ ମଧ୍ୟ ପ୍ରଦାନ କରିବେ । ସିଓଏସସି ଅଧ୍ୟକ୍ଷ ସମସ୍ତ ତିନିଗୋଟି ବିଭାଗ ସହ ଉତ୍ତମ ସମନ୍ବୟ ସୁନିଶ୍ଚିତ କରିବା ଗୁରୁ ଦାୟିତ୍ବ ଗ୍ରହଣ କରିଥାନ୍ତି । ସେହିପରି ସାମ୍ପ୍ରତିକ ପରିସ୍ଥିତିରେ ବାହ୍ୟ ଶତ୍ରୁଙ୍କ ଠାରୁ ସୁରକ୍ଷା ପ୍ରଦାନ, ଓ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସହ ଲଢେଇ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଦାୟିତ୍ବ ନ୍ୟସ୍ତ କରାଯାଇଥାଏ ।

ଏଠାରେ ସୂଚନା ଯୋଗ୍ୟ ଯେ ବିଏସ୍‌ ଧନୋଆ ୧୯୭୮ ଜୁନ୍‌ରେ କମିଶନ ଅଫିସର ଭାବେ ନିଯୁକ୍ତ ହୋଇଥିଲେ। ୨୦୧୭ ଜାନୁୟାରୀ ୧ଠରୁ ସେ ବାୟୁସେନା ପ୍ରମୁଖ ଅଛନ୍ତି। ସେହିପରି ଜେନେରାଲ ବିପିନ ରାଓ୍ବତ ୧୯୭୮ ଡିସେମ୍ବରରେ କମିଶନ ଅଫିସର ହୋଇଥିଲେ। ସେ ୨୦୧୬ ଡିସେମ୍ବର ୩୧ ଠାରୁ ସ୍ଥଳସେନା ପ୍ରମୁଖ ଭାବେ କାର୍ଯ୍ୟ କରୁଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.