ETV Bharat / bharat

ପିଓକେ ଉପରେ ନିଷ୍ପତ୍ତି ନେବେ ସରକାର, ସେନା କରିବ ସହଯୋଗ: ବିପିନ ରାଓ୍ବତ - ବିପିନ ରାଓ୍ବତ

ପିଓକେକୁ ଜାମ୍ମୁ ଓ କାଶ୍ମୀରରେ ମିଶାଇବାକୁ ଜିତେନ୍ଦ୍ର ସିଂହଙ୍କ ବୟାନର ପ୍ରତିକ୍ରିୟା ଦେଇଛନ୍ତି ସେନା ପ୍ରମୁଖ ବିପିନ ରାଓ୍ବତ । ନିଷ୍ପତ୍ତି ସରକାରଙ୍କୁ ନେବାକୁ ଥିବା ବେଳେ ସେନା ସହଯୋଗ ପାଇଁ ପ୍ରସ୍ତୁତ ଥିବା ରାଓ୍ବତ କହିଛନ୍ତି ।

ଡିଜାଇନ ଫଟୋ
author img

By

Published : Sep 12, 2019, 5:37 PM IST

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ 370 ଧାରା ଉଚ୍ଛେଦ ପରେ ଏବେ ପାକିସ୍ତାନ ଅଧିକୃତ କାଶ୍ମୀର ତଥା ପିଓକେକୁ ଭାରତରେ ମିଶାଇବାକୁ ଦାବି ଉଠିବାରେ ଲାଗିଛି । କେବଳ କାଶ୍ମୀର ନୁହେଁ ପିଓକେ ବି ଭାରତର ଅଂଶ ବୋଲି ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହି ସାରିଛନ୍ତି । ଅନ୍ୟପକ୍ଷେ ପିଓକେକୁ ଭାରତରେ ମିଶାଇବା ସରକାରଙ୍କ ଆଗାମୀ ଯୋଜନା ବୋଲି ଜିତେନ୍ଦ୍ର ସିଂହ ମଧ୍ୟ କହିଥିଲେ ।

ଭିଡିଓ ସୌଜନ୍ୟ: ଏଏନଆଇ

ଏପରି ସ୍ଥିତିରେ ସେନା ପ୍ରମୁଖ ବିପିନ ରାଓ୍ବତ ପିଓକେକୁ ନେଇ ମହତ୍ତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ବିପିନ କହିଛନ୍ତି କି, ପିଓକେକୁ ଭାରତର ଅଧିନକୁ ଆଣିବାର ନିଷ୍ପତ୍ତି ସରକାରଙ୍କୁ କରିବାକୁ ହେବ । ସେନା ସମସ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ଥିବା ବିପିନ ପ୍ରତିକ୍ରିୟା ଦେଇଛନ୍ତି ।

"ଜାମ୍ମୁ ଓ କାଶ୍ମୀରର ଜନତା ରାଜ୍ୟରେ ସୁରକ୍ଷା ଓ ଶାନ୍ତି ବଜାୟ ରଖିବା ପାଇଁ ସେନା ଏବଂ ଶାସନକୁ ଗୋଟିଏ ସୁଯୋଗ ଦିଅନ୍ତୁ ବୋଲି ରାଓ୍ବତ କହିଛନ୍ତି "। ଏହି ରାଜ୍ୟ ଅନେକ ବର୍ଷରୁ ଆତଙ୍କବାଦର ସାମ୍ନା କରିଆସୁଥିବା ବେଳେ ଏବେ ସେନାକୁ ବି ସୁଯୋଗ ମିଳୁ ବୋଲି ରାଓ୍ବତ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ପିଓକେକୁ ପୁଣି ଥରେ ହାସଲ କରି ଜାମ୍ମୁ ଓ କାଶ୍ମୀରର ଅଧିନକୁ ଆଣିବା ସରକାରଙ୍କ ଆଗାମୀ ଯୋଜନା ବୋଲି ପୂର୍ବରୁ ଜିତେନ୍ଦ୍ର ସିଂହ କହିଥିଲେ । ଏହା କେବଳ ବିଜେପିର ସଙ୍ଗଠନ କହୁନାହିଁ ବରଂ 1994 ମସିହାରେ ନରସିଂହାରାଓ ସରକାରଙ୍କ ସମୟରେ ପାସ ହୋଇଥିବା ବିଲ୍ ମଧ୍ୟ କହୁଛି ବୋଲି ଜିତେନ୍ଦ୍ର ପ୍ରତିକ୍ରିୟା ଦେଇଥିଲେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.