ETV Bharat / bharat

‘ଆଭିମୁଖ୍ୟ ନ ବଦଳିଲେ ପୁଣି ହେବ କାର୍ଯ୍ୟାନୁଷ୍ଠାନ’ - terrorists reactivated in balakot

ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟରେ ହୋଇଥିବା ଏୟାରଷ୍ଟ୍ରାଇକରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିବା ଆତଙ୍କବାଦୀ ଶିବିର ଏବେ ପୁଣି ଥରେ ସକ୍ରିୟ ହୋଇଉଠିଛି । ଏହି କ୍ୟାମ୍ପରେ ପ୍ରାୟ 500 ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବା ଲକ୍ଷ୍ୟରେ ଅଛନ୍ତି ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 23, 2019, 1:11 PM IST

Updated : Sep 23, 2019, 4:05 PM IST

ନୂଆଦିଲ୍ଲୀ: ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ସମୂଳେ ନାଶ କରିବା ପାଇଁ ପ୍ରତିଶୃତିବଦ୍ଧ ଭାରତ । ଏହିକ୍ରମରେ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେବା ପାଇଁ ପାକିସ୍ତାନର ପିଓକେରେ ସର୍ଜିକାଲ ଷ୍ଟ୍ରାଇକ ଏବଂ ବାଲାକୋଟରେ ଏୟାରଷ୍ଟ୍ରାଇକ କରିଥିଲା ଭାରତ । ମାତ୍ର ଏହା ପରେ ମଧ୍ୟ ଆତଙ୍କବାଦ ପ୍ରସଙ୍ଗରେ ବଦଳିନି ପାକିସ୍ତାନର ଆଭିମୁଖ୍ୟ ।

ଯଦି ଏଥିରେ କୌଣସି ପରିବର୍ତ୍ତନ ନହୁଏ ତେବେ କିଭଳି ଏହାର ମୁହଁତୋଡ ଜବାବ ଦିଆଯିବ ତାହା ଭାରତକୁ ଜଣା ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ ବିପିନ ରାଓ୍ବତ । ଭାରତୀୟ ବାୟୁସେନାର ପକ୍ଷରୁ ବାଲାକୋଟରେ ହୋଇଥିବା ଏୟାରଷ୍ଟ୍ରାଇକରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା ଆତଙ୍କବାଦୀ କ୍ୟାମ୍ପ । ମାତ୍ର ପୁଣି ଥରେ ଏହା ସକ୍ରିୟ ହୋଇଉଠିଛି । ପ୍ରାୟ 5ଶହ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବା ଲକ୍ଷ୍ୟରେ ଅଛନ୍ତି ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ ।

ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ନେଇ ପୁଣିଥରେ ଏୟାର ଷ୍ଟ୍ରାଇକ କରାଯିବା ଯିବ ନା ନାହିଁ ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ଏୟାର କିମ୍ବା ସର୍ଜିକାଲ ଷ୍ଟ୍ରାଇକ ପୁଣି ଥରେ ହେବ କି ନହେବ ତାହା ଜଣାନାହିଁ । ସେ ପର୍ଯ୍ୟନ୍ତ ଶତ୍ରୁକୁ ଏ ବାବଦରେ ଚିନ୍ତା କରିବାକୁ ଦିଆଯାଉ ଯେ ଭାରତ କିଭଳି ଏହାର ମୁକାବିଲା କରୁଛି ।

Intro:Body:

BLANK FOR LINK 

Conclusion:
Last Updated : Sep 23, 2019, 4:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.