ETV Bharat / bharat

ଭୀମ ଆର୍ମୀ ଲଢିବ ବିହାର ବିଧାନସଭା ନିର୍ବାଚନ, ଘୋଷଣା କଲେ ଦଳର ସୁପ୍ରିମୋ ଆଜାଦ - ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର

ବିହାର ରାଜନୀତିରେ ସୃଷ୍ଟି ହୋଇପାରେ ନୂଆ ସମୀକରଣ । ଆଉ ଏକ ରାଜନୈତିକ ଦଳ କରିବ ଭାଗ୍ୟ ପରୀକ୍ଷା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Army chef Kirty chandraseKhar azad
Army chef Kirty chandraseKhar azad
author img

By

Published : Aug 11, 2020, 10:42 PM IST

ହାଇଦ୍ରାବାଦ: ସାରା ଦେଶରେ କରୋନା କହର ଜାରି ରହିଛି । ଲୋକ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରୁଛନ୍ତି । ସରକାର ନୂଆ ନୂଆ ରଣନୀତି ଆପଣାଉଛନ୍ତି । ଟିକାକୁ ନେଇ ଲାଗିରହିଛି କଳ୍ପନା ଜଳ୍ପନା । ଏହାରି ଭିତରେ ରାଜନୈତିକ ଦଳ ରାଜନୀତି ପାଇଁ ଚଳାଇଛନ୍ତି ପ୍ରସ୍ତୁତି ।

ବିଶେଷକରି ଆଗାମୀ ବିହାର ନିର୍ବାଚନକୁ ଦେଖି ସାରା ରାଜ୍ୟରେ ଆରମ୍ଭ ହେଲାଣୀ ନିର୍ବାଚନୀ ମାହୋଲ । ନିଜ ନିଜ ପ୍ରସ୍ତୁତିରେ ଆରମ୍ଭ କରିଛନ୍ତି ଜେଡିୟୁ, ଆରଜେଡି, ଏଲଜେପି, କଂଗ୍ରେସ ବିଜେପି ଦଳ । ସେହିପରି ଆଗାମୀ ବିଧାନସଭା ନିର୍ବାଚନରେ ବିହାରରେ ଆଉ ଏକ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ଘୋଷଣା କରିଛି ।

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ ବିହାର ବିଧାନସଭା ନିର୍ବାଚନରେ 243 ସିଟରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି । ଚନ୍ଦ୍ର ଶେଖର ଆଜାଦଙ୍କ ଦଳ ଆଜାଦ ସମାଜ ପାର୍ଟି ନିର୍ବାଚନରେ ଭାଗ ନେବ ବୋଲି ଆଜି ( ମଙ୍ଗଳବାର) ନିଜେ ସେ ପାଟଣାରେ ଘୋଷଣା କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଆଜାଦଙ୍କ ଦଳ କୌଣସି ନିର୍ବାଚନ ଲଢିନାହିଁ । ତେବେ ବିହାର ନିର୍ବାଚନରେ ପ୍ରତିଦ୍ବନ୍ଦିତା ପାଇଁ ଘୋଷଣା କରିବା ଅନ୍ୟ ଦଳ ପାଇଁ ନିଶ୍ଚିତ ଆହ୍ବାନ ସୃଷ୍ଟି କରିବ । ଏଥିପାଇଁ ଆଜାଦ ବିହାରରେ ରହି ପ୍ରସ୍ତୁତି ଚଳାଇଛନ୍ତି ।

ସେପଟେ ଭାରତୀୟ ନିର୍ବାଚନ କମିଶନ ବିହାର ନିର୍ବାଚନକୁ ନେଇ ମୁହଁ ଖୋଲିଛନ୍ତି । ଠିକ ସମୟରେ ନିର୍ବାଚନ ହେବ । କରୋନା ସ୍ଥିତିକୁ ନେଇ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ନିର୍ବାଚନ ଆୟୋଗ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.