ETV Bharat / bharat

'ମେଟ୍ରୋରେ ସାରା ଦୁନିଆ, ରିକ୍ସାରେ ଅଟକିଛି ପାକିସ୍ତାନ'

author img

By

Published : Sep 10, 2019, 3:25 PM IST

ପାକିସ୍ତାନ ମନ୍ତ୍ରୀଙ୍କୁ ନିଜ ଦେଶର ଭବିଷ୍ୟତ କଥା ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି ପିଓକେର ମାନବାଧିକାରୀ କାର୍ଯ୍ୟକର୍ତ୍ତା ଆରିଫ ଆଜକିୟା । ସବୁ ଦେଶ ମେଟ୍ରୋର ଅଧିକାରୀ ହୋଇଥିବା ବେଳେ ପାକିସ୍ତାନ ଏବେ ବି ରିକ୍ସାରେ ଅଟକି ରହିଛି ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-2କୁ ତାତ୍ସଲ୍ୟ କରିଥିବା ପାକିସ୍ତାନ ମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ମାନବାଧିକାରୀ କାର୍ଯ୍ୟକର୍ତ୍ତା ଆରିଫ ଆଜକିୟା । ଏହା ସହିତ ସେ ସେମାନଙ୍କୁ ନିଜ ଦେଶର ଭବିଷ୍ୟତ କଥା ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି । ସବୁ ଦେଶ ମେଟ୍ରୋର ଅଧିକାରୀ ହୋଇଥିବା ବେଳେ ପାକିସ୍ତାନ ଏବେ ବି ରିକ୍ସାରେ ଅଟକି ରହିଛି ବୋଲି ସେ କହିଛନ୍ତି ।

ଚନ୍ଦ୍ରଯାନ-2କୁ ତାତ୍ସଲ୍ୟ କରିଥିବା ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ ଏବଂ ଶେଖ ରାଶିଦଙ୍କୁ ଟାର୍ଗେଟ କରି ଆରିଫ କହିଛନ୍ତି, ଚନ୍ଦ୍ରଯାନ-2ଭାରତର ଐତିହାସିକ ମିଶନ । ନାସା ସୁଦ୍ଧା ଏହାର ପ୍ରଶଂସା କରିଛି । ଏହା ଭାରତ ପାଇଁ ବହୁତ ବଡ ଉପଲବ୍ଧି । ପ୍ରୟାସ କରିବା ଲୋକ ହିଁ ଅସଫଳ ହୁଅନ୍ତି । ଆପଣ ମାନଙ୍କ ପାଖରେ ପ୍ରୟାସ କରିବାର କ୍ଷମତା ମଧ୍ୟ ନାହିଁ ବୋଲି ସେ କହିଛନ୍ତି । ଆପଣମାନେ ଲୋକଙ୍କୁ ବୋକା ବନାଉଛନ୍ତି । ଭାରତ ବିରୋଧରେ ରାଲି ବାହାର କରୁଛନ୍ତି । ଅନ୍ୟକୁ ଉପଦେଶ ଦେଉଛନ୍ତି । କିନ୍ତୁ ନିଜ ଦେଶକୁ ସମ୍ଭାଳି ପାରୁନାହାନ୍ତି ବୋଲି କହିଛନ୍ତି ଆରିଫ ଆଜକିୟା ।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ ଏବଂ ଶେଖ ରାଶିଦ ଚନ୍ଦ୍ର।ଯାନ-2 ର ତତ୍କାଳ ଅସଫଳତାକୁ ନେଇ ତାତ୍ସଲ୍ୟ କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.