ETV Bharat / bharat

ସରିଲା ଅଯୋଧ୍ୟା ଶୁଣାଣି, ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

author img

By

Published : Oct 16, 2019, 6:06 PM IST

ବିବାଦୀୟ ରାମ ଜନ୍ମଭୂମି ଓ ଅଯୋଧ୍ୟା ମାମଲାର ଶୁଣାଣି ଶେଷ ହେଇଛି । 40 ଦିନର ଶୁଣାଣିରେ ପଡିଛି ପୂର୍ଣ୍ଣଚ୍ଛେଦ । ସମସ୍ତ ପକ୍ଷଙ୍କ ଦଲିଲ ଓ ଅଭିଯୋଗ ପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ଏହା ସହିତ ତିନିଦିନ ମଧ୍ୟରେ ସମସ୍ତ ପକ୍ଷକୁ ଲିଖିତ ରିପୋର୍ଟ ଦେବାକୁ ସମୟ ଦେଇଛନ୍ତି କୋର୍ଟ ।

ଡ଼ିଜାଇନ୍ ଫଟୋ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ଶେଷ ହୋଇଛି ବିବାଦୀୟ ରାମ ଜନ୍ମଭୂମି ଓ ଅଯୋଧ୍ୟା ମାମାଲାର ଶୁଣାଣି । ଦୀର୍ଘ 40 ଦିନର ଶୁଣାଣିକୁ ବୁଧବାର ଶେଷ କରିଛନ୍ତି ନ୍ୟାୟାଳୟ । ଉଭୟ ହିନ୍ଦୁ ଓ ମୁସଲିମ୍ ପକ୍ଷ ଖଣ୍ଡପୀଠ ସମ୍ମୁଖରେ ନିଜର ଦଲିଲ ପଇଠ କରିବା ସହ ମତ ମଧ୍ୟ ରଖିଛନ୍ତି । ଅନ୍ତିମ ଦିନରେ ଉଭୟ ପକ୍ଷଙ୍କ ଅଭିଯୋଗ ଓ ମତପ୍ରକାଶ ପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ ।

ଏଥିସହିତ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଲିଖିତ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ସମୟ ଦେଇଛନ୍ତି କୋର୍ଟ । ଅନ୍ତିମ ଦିନରେ ମୁସଲିମ ପକ୍ଷକୁ ମିଲିଥିଲା ଏକ ଘଣ୍ଟା ସମୟ । ଓକିଲ ରାଜୀବ ଧାୱନ ରଖିଥିଲେ ନିଜ ପକ୍ଷ । ପରେ ହିନ୍ଦୁ ପକ୍ଷଙ୍କୁ ମିଳିଥିବା 45 ମିନିଟର ସମୟରେ ମତ ରଖିଥିଲେ ଓକିଲ କେ. ପରାଶରନ । ଏହାପରେ ସମସ୍ତ ପକ୍ଷ ମତ ରଖିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ଉଚ୍ଚତମ ନ୍ୟାୟାଳୟ ।

ହିନ୍ଦୁ ପକ୍ଷ ଓ ମୁସଲିମ ପକ୍ଷ ସହିତ ଅନ୍ୟ 4ଟି ପକ୍ଷର 40 ଦିନର ଶୁଣାଣି ଶେଷ ହୋଇଯାଇଛି । ଯଦି କୋଣସି ପକ୍ଷ ଅଭିଯୋଗ ଦାଖଲ କରିବେ ସେଥିପାଇଁ ମଧ୍ୟ ତିନି ଦିନ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ଶୁଣାଣି ଶେଷ ହେବା ପରେ ହିନ୍ଦୁ ମହାସଭା ଓକିଲ ବରୁଣ ସିହ୍ନା ଗଣମାଧ୍ୟମକୁ ଏକ ସୂଚନା ମଧ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଏବେ ସମସ୍ତ ପକ୍ଷର ଦଲିଲ ଓ ମତ ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଆଗାମୀ 23 ଦିନ ମଧ୍ୟରେ ଖଣ୍ଡପୀଠ ଅନ୍ତିମ ରାୟ ପ୍ରଦାନ କରିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଥିବା କହିଛନ୍ତି ବରୁଣ ।

ମୁସଲିମ ପକ୍ଷ ଓକିଲ ରାଜୀବ ଧାୱନ ହିନ୍ଦୁ ଦସ୍ତାବିଜ ଉପରେ ମତ ରଖି କହିଛନ୍ତି, ରାମ ଜନ୍ମଭୂମି ମାଲିକାନାର କୌଣସି ପ୍ରମାଣ ହିନ୍ଦୁ ପକ୍ଷ ପାଖରେ ନାହିଁ । ବିକ୍ରମାଦିତ୍ୟ ମନ୍ଦିରର କଥାକୁ ଯଦିବା ମାନି ନିଆଯାଇ ତଥାପି ଏହା ରାମ ଜନ୍ମଭୂମି ମନ୍ଦିର ଦଲିଲ ସହ ମେଳ ଖାଉନାହିଁ । ଏଠାରେ ହିନ୍ଦୁ ମନ୍ଦିରର ଥିବାର କୌଣସି ମଧ୍ୟ ତଥ୍ୟ ନଥିବା ଫୌଜାବାଦ କୋର୍ଟ 1886 ଶୁଣାଇ ସାରିଥିବା କହିଛନ୍ତି ଧାୱନ ।

ସେହିପରି ହିନ୍ଦୁ ପକ୍ଷ ଓକିଲ କେ. ପରାଶରନ୍ ମତ ରଖି କହିଛନ୍ତି, ରାମଜନ୍ମ ଭୂମି ସ୍ଥାନରେ ବାବର ମସଜିଦ ନିର୍ମାଣ କରିଥିବା ଦସ୍ତାବିଜ ରହିଛି । ଯାହା ଆମେ ଖଣ୍ଡପୀଠରେ ଦାଖକଲ କରିଛୁ । ଅନ୍ୟପଟେ ହିନ୍ଦୁ ମହାସଭାର ଓକିଲ ରାମଜନ୍ମଭୂମି ଉପରେ ଏକ ଦସ୍ତାବିଜ ସହ ନକ୍ସା କୋର୍ଟରେ ଦାଖଲ କରିଥିଲେ । ଏହା ସହିତ ମୁସଲିମ ପକ୍ଷ ଓକିଲଙ୍କୁ ମଧ୍ୟ ପ୍ରଦାନ କରିଥିଲେ । କିନ୍ତୁ ଧାୱନ ଏହି ନକ୍ସାଟିକୁ ବିରୋଧ କରିବା ସହ ଖଣ୍ଡପୀଠ ସାମ୍ନାରେ ଚିରିଦେଇଥିଲେ । ଯାହାକୁ ନେଇ କିଛି ସମୟ ହଟ୍ଟଗୋଳ ସହ ଉତ୍ତେଜନା ମଧ୍ୟ ଦେଖାଯାଇଥିଲା ।

ରାମଜନ୍ମଭୂମି ଓ ବାବ୍ରୀ ମସଜିଦ ମାମଲାର ସମାଧାନ ପାଇଁ ଗଠିତ ଖଣ୍ଡପୀଠ ଏହା ପରେ ନେଇପାରନ୍ତି ଶେଷ ନିଷ୍ପତି । ଗଠିତ ଖଣ୍ଡପୀଠରେ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ସମେତ ଜଷ୍ଟିସ ଏସ୍‌ଏ ବୋବ୍‌ଡେ, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଏସ୍‌ଏ ନାଜିର ସଦସ୍ୟ ରହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.