ETV Bharat / bharat

'କୌଣସି ଦଳ ପ୍ରଥମ ଥର ପାଇଁ କାର୍ଯ୍ୟ ଆଧାରରେ ବିଜୟ ହାସଲ କରିଛି'

author img

By

Published : Feb 16, 2020, 3:17 PM IST

ବଲିଉଡ ସଂଗୀତ ନିର୍ଦ୍ଦେଶକ ବିଶାଲ ଦଦଲାନୀ ତୃତୀୟଥର ପାଇଁ ସରକାର ଗଠନ କରିଥିବା ଅରବିନ୍ଦ କେଜ୍ରିୱାଲଙ୍କ ଶପଥ ପାଠ ଉତ୍ସବରେ ଯୋଗ ଦେଇଛନ୍ତି । ପ୍ରଥମ ଥର ପାଇଁ କୌଣସି ଦଳ କାର୍ଯ୍ୟ ଆଧାରରେ ବିଜୟ ହାସଲ କରିଛିନ୍ତି ବୋଲି କହିଛନ୍ତି । ଅଧିକ ପଢନ୍ତୁ...

aravinda-kejriwal-victory-for-the-basics-of-developmet-work-told-bollywood-singer-vishal-dadlani
ପ୍ରଥମ ଥର ପାଇଁ କୌଣସି ଦଳ କାର୍ଯ୍ୟ ଆଧାରରେ ବିଜୟ ହାସଲ କରିଛି: ବିଶାଲ ଦଦଲାନୀ

ନୂଆଦିଲ୍ଲୀ: 'ଲଗେ ରହୋ କେଜ୍ରିୱାଲ' ଗୀତର ରଚନା କରିଥିବା ତଥା ସଂଗୀତ ନିର୍ଦ୍ଦେଶକ ବିଶାଲ ଦଦଲାନୀ ତୃତୀୟଥର ପାଇଁ ସରକାର ଗଠନ କରିଥିବା ଅରବିନ୍ଦ କେଜ୍ରିୱାଲଙ୍କ ଶପଥ ପାଠ ଉତ୍ସବରେ ଯୋଗ ଦେଇଛନ୍ତି । ପ୍ରଥମ ଥର ପାଇଁ କୌଣସି ଦଳ କାର୍ଯ୍ୟ ଆଧାରରେ ବିଜୟ ହାସଲ କରିଛନ୍ତି ବୋଲି କହିଛନ୍ତି ।

ରାମଲୀଳା ମୈଦାନରେ ଶପଥ ପାଠ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବିଶାଲ କହିଛନ୍ତି ଆଜି ବହୁତ ଖୁସିର ଦିନ । ମୁଁ ବହୁତ ଖୁସି । ଦଳର ବିଜୟରେ ଖୁସି କିନ୍ତୁ ପ୍ରଥମ ଥର ପାଇଁ କୌଣସି ଦଳ ବିକାଶମୂଳକ କାର୍ଯ୍ୟ ଆଧାରରେ ବିଜୟ ହାସଲ ମିଳିଛି । ଦିଲ୍ଲୀ ନିର୍ବାଚନର ଫଳାଫଳ ସାରା ଦେଶରେ ରାଜନୀତିରେ ପ୍ରଭାବିତ କରିବ । ଯେଉଁ ଦଳ ଜନତାଙ୍କ ପାଇଁ ସବୁବେଳେ ଥିବ, ତାଙ୍କ ପାଇଁ ଉନ୍ନୟନ ମୂଳକ କାର୍ଯ୍ୟ କରିବ, ସେହି ଦଳ ହିଁ ଜନତାଙ୍କ ଭୋଟ ହାସଲ କରିବ । ଏହା ଆମ ଦେଶ ଓ ଗଣତନ୍ତ୍ର ପଇଁ ଖୁସି ଖବର ବୋଲି କହିଛନ୍ତି ।

ବଲିଉଡର ଏହି 46 ବର୍ଷିୟ ସଂଗୀତଜ୍ଞ ଆମ ଆଦମୀ ପାର୍ଟିର ନିର୍ବାଚନ ସଂଗୀତ ଓ ଦଳର ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଶାଲଙ୍କ ଆପ ଦଳର ନିର୍ବାଚନୀ ସଂଗୀତ 'ଲଗେ ରହୋ କେଜ୍ରିୱାଲ' ବେଶ ହିଟ ସାବ୍ୟସ୍ତ ହୋଇଛି । କିନ୍ତୁ ସେ ଦଳର ଉନ୍ନୟନମୂଳକ ଓ ବିକାଶମୂଳକ କାର୍ଯ୍ୟ ପାଇଁ ଦିଲ୍ଲୀବାସୀ ଅରବିନ୍ଦ କେଜ୍ରିୱାଲଙ୍କୁ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛନ୍ତି ବୋଲି କହିଛନ୍ତି ।

ଦିଲ୍ଲୀ ବିଧାନସଭା ନିର୍ବାଚନରେ 70 ସିଟ ମଧ୍ୟରୁ ଏକାକୀ ସଂଖ୍ୟା ଗରିଷ୍ଠ ହାସଲ କରି 62 ଆସନ ଦଖଲ କରିଛି ଏବଂ ଆମ ଆଦମୀ ପାର୍ଟି ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିଛି । ଏଠାରେ ବିଜେପି ମାତ୍ର 8 ଆସନ ହାସଲ କରିଛି । କଂଗ୍ରେସ ଦଳ ନିଜର ଅମାନତ ହରାଇ କୌଣସି ସିଟ ମଧ୍ୟ ରକ୍ଷା କରିପାରି ନାହିଁ ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.