ନୂଆଦିଲ୍ଲୀ: ଆଜି ବିଶ୍ବ ପାଳୁଛି ଯକୃତ ଦିବସ । ଯକୃତ ଜନିତ ରୋଗ ବିଷୟରେ ସମସ୍ତଙ୍କୁ ସେଚତନ କରାଇବା ଦିଗରେ ଏହି ଦିବସକୁ ପାଳନ କରାଯାଇଥାଏ । ମହାମାରୀ କୋରୋନା ଯୋଗୁଁ ସାରା ବିଶ୍ବ ଏବେ ଚିନ୍ତିତ । ମୁକାବିଲା କରିବା ଡାକ୍ତର ବୈଜ୍ଞାନିକ ଅହରହ କାର୍ଯ୍ୟରେ ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଟ୍ବିଟ କରି ନିଜ ଯକୃତର ଅଧିକ ଯତ୍ନ ନେବାକୁ ଦେଇଛନ୍ତି ପରାମର୍ଶ ।
ସେ ଟ୍ବିଟ କରି କହିଛନ୍ତି ଯେ, ପାଚନ ପ୍ରକ୍ରିୟାରେ ଯକୃତ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆମେ ଯାହା ବି ସେବନ କରିଥାଉ ତାହା ଯକୃତ ଦେଇ ଯାଇଥାଏ । ସୁସ୍ଥ ଜୀବନ ସୈଳୀ ଆପଣାନ୍ତୁ ଏବଂ ଯକୃତକୁ ସୁସ୍ଥ ରଖନ୍ତୁ । ସୁସ୍ଥ ଏବଂ ସନ୍ତୁଳିତ ଆହାରର ଉପଯୋଗ କରନ୍ତୁ । ରୋଗ ପ୍ରତିରୋଧକ ଶକ୍ତି ବଢାନ୍ତୁ ବୋଲି କକିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
ଯକୃତ ଆମ ଶରୀରର ଆଭ୍ୟନ୍ତରୀଣ ଅଙ୍ଗ । ଯାହା ଫ୍ୟାଟ, କାର୍ବୋହାଇଡ୍ରେଟ, ପ୍ରୋଟିନ ଆଦି ପାଚନ କରିବାରେ ସାହାଯ୍ୟ କରିଥାଏ । ଏବେ ଚାଲିଥିବା କୋରୋନା ଭାଇରସ ସଂକ୍ରମଣରୁ ଯକୃତକୁ ସୁସ୍ଥ ରଖିବା ଅଧିକ ଆବଶ୍ୟକ ହୋଇପଡିଛି ।