ETV Bharat / bharat

ଯମରାଜ ଶାନ୍ତ ହେଲେ ଅଟକିବ କୋରୋନା: ଆଗ୍ରା ଜ୍ୟୋତିଷ - କୋରୋନା

ଆଗ୍ରାର ଜଣେ ବିଶିଷ୍ଟ ଜ୍ୟୋତିଷ ତଥା ଜଣାଶୁଣା ପରିବେଶବିତ କୋରୋନା ବିସ୍ତାରକୁ ରୋକିବା ପାଇଁ ଉପାୟ ବତାଇଛନ୍ତି । କରୋନା କାୟା ବିସ୍ତାରକୁ ଅଟକାଇବା ପାଇଁ ଦେବତାଙ୍କୁ ସନ୍ତୁଷ୍ଟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 7, 2020, 2:48 PM IST

ଆଗ୍ରା: ସାରା ବିଶ୍ବକୁ କୋରୋନା ଭୟ ଘାରିଛି । ଜୀବନନାଶକ କୋରୋନା ଭାଇରସର ଆତଙ୍କରେ ଆତଙ୍କିତ ବିଶ୍ବର 90ରୁ ଉର୍ଦ୍ଧ୍ବ ଦେଶ । ଦିନକୁ ଦିନ ବ୍ୟାପୁଥିବା ଏହି ଭାଇରସକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ଭାବରେ କୌଣସି ଔଷଧ ବାହାରିନାହିଁ । ଏପରିସ୍ଥଳେ ଆଗ୍ରାର ଜଣେ ବିଶିଷ୍ଟ ଜ୍ୟୋତିଷ ତଥା ଜଣାଶୁଣା ପରିବେଶବିତ କୋରୋନା ବିସ୍ତାରକୁ ରୋକିବା ପାଇଁ ଉପାୟ ବତାଇଛନ୍ତି । କରୋନା କାୟା ବିସ୍ତାରକୁ ଅଟକାଇବା ପାଇଁ ଦେବତାଙ୍କୁ ସନ୍ତୁଷ୍ଟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଶୁକ୍ରବାର ସନ୍ଧ୍ୟାରେ ଏଥିପାଇଁ ଯମୁନା ଘାଟରେ ଏକ ଯଜ୍ଞ ଆୟୋଜନ କରି କୋରୋନା ଭୂତାଣୁକୁ ଆୟତ୍ତ କରିବା ପାଇଁ ଇଶ୍ବରଙ୍କୁ ପ୍ରାର୍ଥନା କରିଥିଲେ ।

ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ଏହି ଯଜ୍ଞ ପରିଚାଳନା କରିଥିବା ବୈଦିକ ସୂତ୍ରର ଚେୟାରମ୍ୟାନ୍ ବିଶିଷ୍ଟ ଜ୍ୟୋତିଷ ପ୍ରମୋଦ ଗୈତମ କହିଛନ୍ତି ଯେ, ଗୁରୁ ବୃହସ୍ପତିଙ୍କ ଉପରେ ରାହୁଙ୍କ ପ୍ରାଧାନ୍ୟ ହେତୁ କୋରୋନା ଭାଇରସ୍ ସମସ୍ୟା ସୃଷ୍ଟି କରୁଛି ।

ସେହିପରି ପଣ୍ଡିତ ଜୁଗାଲ କିଶୋର କହିଛନ୍ତି, "ମୃତ୍ୟୁ ଦେବତା ଯମରାଜଙ୍କ ଭଉଣୀ ଯମୁନାଙ୍କୁ ବିଶେଷ ପୂଜା ମାଧ୍ୟମରେ ଶାନ୍ତ କରାଯାଇଛି । ଏହା କରୋନା କୁପ୍ରଭାବକୁ ପ୍ରତିହତ କରିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ନଦୀ ସଂଯୋଗୀକରଣ ଅଭିଯାନର ଅନ୍ୟଜଣେ ସଦସ୍ୟ ଦେବଶିଷ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ମନ୍ତ୍ର ଭୂତାଣୁକୁ ଶେଷ କରିବ ଏବଂ ସମସ୍ତଙ୍କ ସ୍ବାସ୍ଥ୍ୟ ନିରାପତ୍ତା ପାଇଁ ସକରାତ୍ମକ ଶକ୍ତି ଉତ୍ପନ୍ନ କରିବ ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.