ନୂଆଦିଲ୍ଲୀ: ରବିବାର ଦିଲ୍ଲୀର ରାମଲୀଳା ମୈଦାନରେ ଅନୁଷ୍ଠିତ ରାଲିରେ ଉଦବୋଧନ ଦେଇ ବିରୋଧୀଙ୍କ ଉପରେ ଜୋରଦାର ଗର୍ଜିଥିଲେ ମୋଦି । ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଅସୁରକ୍ଷିତ ଅନୁଭବ କରୁଥିବା ମୁସ୍ଲିମ ସମ୍ପ୍ରଦାୟକୁ ବି ଆଶ୍ବାସନା ଦେଇଥିଲେ । ମାତ୍ର ଦିଲ୍ଲୀରେ ଥିବା ଅନଧିକୃତ କଲୋନୀରେ ବସବାସ କରୁଥିବା ଲୋକଙ୍କୁ ରେଜିଷ୍ଟ୍ରି ମିଳିବା ନେଇ ଚର୍ଚ୍ଚା ହୋଇଥିଲା ହେଲେ ତାହା ସଫଳ ହୋଇନଥିଲା ଯାହାକୁ ନେଇ ଆପ ଜୋରଦାର ବିଜେପିକୁ ଟାର୍ଗେଟ କରିଛି ।
କେବଳ ଏତିକି ନୁହେଁ 100 ଲୋକଙ୍କୁ ମିଳିବାର ଥିବା ଏହି ରେଜିଷ୍ଟ୍ରି । ତାହା ନ ମିଳିବାରୁ କଂଗ୍ରେସ ଭଳି ବିଜେପି ବି ଜନସାଧାରଣଙ୍କୁ ଧୋକା ଦେଇଛି ବୋଲି ଅଭିଯୋଗ କରିଛି ଆପ । ଜନସାଧାରଣଙ୍କୁ ବିଜେପି ସରକାର ଠକିଥିବା ଅଭିଯୋଗ କରିଛନ୍ତି ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ । କେବଳ ସେତିକି ନୁହେଁ ଦିଲ୍ଲୀରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ କିଛି ବି ମୋଦି କହିନାହାଁନ୍ତି ।
ଅନଧିକୃତ କଲୋନୀରେ ବସବାସ କରୁଥିବା ଲୋକଙ୍କୁ ରେଜିଷ୍ଟ୍ରି ପେପର ନମିଳିବାରୁ ମୋଦିଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ।